ପୂର୍ବତନ ସେନା ଅଧିକାରୀଙ୍କୁ ବିଦେଶୀ ଘୋଷଣା କଲେ ଆସାମ ଏନଆରସି, ୩୦ ବର୍ଷ ଧରି କରୁଥିଲେ ଦେଶର ସୁରକ୍ଷା, ରାଷ୍ଟ୍ରପତିଙ୍କ ଦ୍ବାରା ହୋଇଥିଲେ ସମ୍ବର୍ଦ୍ଧିତ

Published By : Prameya-News7 Bureau | May 30, 2019 IST

ଆସାମ ୩୦।୫:  ଭାରତୀୟ ସେନାରୁ ଅବକାସ ପରେ ଆସାମ ପୋଲିସରେ କାର୍ଯ୍ୟରତ ଜଣେ ଅଧିକାରୀଙ୍କୁ ବିଦେଶୀ ଘୋଷଣା କରିଛନ୍ତି ଆସାମ କାମରୂପ ଜିଲ୍ଲା ନ୍ୟାସନାଲ ରେଜିଷ୍ଟ୍ରାର ଅଫ ସିଟିଜେନ୍ସ ଏନଆରସି । ଅଧିକାରୀଙ୍କ ସମେତ ତାଙ୍କ ପରିବାରକୁ ବିଦେଶୀଙ୍କ ପାଇଁ ସ୍ଥାପିତ ଡିଟେନସନ ସେଣ୍ଟରକୁ ପଠାଇ ଦିଆଯାଇଥିବା ବେଳେ ସେଠାରେ ସେମାନେ ମେ ୨୯ ତାରିଖରୁ ନଜର ବନ୍ଦୀ ଅଛନ୍ତି । ଏହି ଅଧିକାରୀ ଜଣକ ହେଉଛନ୍ତି ଆସାମ କାମରୂପ ଜିଲ୍ଲା ବୋକୋ ଥାନା କୋଲୋହିକୋସ ଗାଁର ମହମ୍ମଦ ସନାଉଲ୍ଲା।

{"id":117752}

ସନାଉଲ୍ଲାହ ୧୯୮୭ ମସିହାରେ ଭାରତୀୟ ସେନାରେ ଯୋଗଦେଇଥିଲେ। ଇଲେକ୍ଟ୍ରୋନିକ ଏଣ୍ଡ ମେକାନିକାଲ ଇଞ୍ଜିନିୟରିଂ ବିଭାଗରେ କାର୍ଯ୍ୟକରି ଗତ ୨୦୧୭ ମସିହାରେ ଜଣେ ଅଧିକାରୀ ଭାବେ ସେବା ନିବୃତ୍ତ ହୋଇଛନ୍ତି। ଉଲ୍ଲେଖନୀୟ ସେବା ପାଇଁ ୨୦୧୪ ମସିହାରେ ସେ ରାଷ୍ଟ୍ରପତି ମେଡାଲରେ  ମଧ୍ୟ  ସମ୍ବର୍ଦ୍ଧିତ  ହୋଇଥିଲେ। ସେନାରୁ ଅବସର ପରେ ସେ ଆସାମ ପୋଲିସରେ ଯୋଗଦେଇଥିବା ବେଳେ ଏବେ  ଏଏସ୍ଆଇ ଅବସ୍ଥାପିତ ଅଛନ୍ତି । ତେବେ କାମରୂପ ଜିଲ୍ଲା ଏନଆରସିଙ୍କ କୋର୍ଟ ସନାଉଲ୍ଲାହ ଓ ତାଙ୍କ ପରିବାରଙ୍କୁ ବିଦେଶୀ ଘୋଷିତ କରିବା ସହ ଗତକାଲିଠାରୁ ଗୋଲାପାରାସ୍ଥିତ  ଡିଟେନସନ ସେଣ୍ଟରରେ ନଜରବନ୍ଦୀ କରିଛନ୍ତି।

{"id":117753,"align":"center"}

କାମରୂପ ଜିଲ୍ଲା ଅତିରିକ୍ତ ପୋଲିସ ଅଧିକ୍ଷକ ସଞ୍ଜୀବ ସୌକିୟାଙ୍କ ଅନୁସାରେ ମତଦାତା ସୂଚୀରେ ସନାଉଲ୍ଲାହ ଓ ତାଙ୍କ ପରିବାରଙ୍କ ନାମ ‘ଡି’ ଅର୍ଥାତ ଏନଆରସିଙ୍କ ସନ୍ଦିଗ୍ଧ ମତଦାତାଙ୍କ ସୂଚୀରେ ଥିଲା। ସେହି ଅନୁସାରେ ଏନଆରସି ୨୦୦୮ ମସିହାରେ ରୁଜୁ  ସନାଉଲ୍ଲାହଙ୍କ ନାଗରିକତା ମାମଲାର ଶୁଣାଣି କରି ତାଙ୍କୁ ବିଦେଶୀ ଘୋଷଣା କରିଛନ୍ତି। ଏନଆରସିଙ୍କ ନିଷ୍ପତ୍ତି ପରେ ପୋଲିସର ନିର୍ଦ୍ଧାରିତ ପ୍ରକ୍ରିୟାରେ ସନାଉଲ୍ଲାହଙ୍କୁ ଗୋଲାପାରା ଡିଟେସନସନ ସେଣ୍ଟରରେ ନଜରବନ୍ଦୀ କରିଛି।

{"id":117754}

ସନାଉଲ୍ଲାହ ବୋକୋ ଚମ୍ପାପାରା ହାଇସ୍କୁଲରୁ ଏଚଏସସି ଉତୀର୍ଣ୍ଣ ହୋଇଥିଲେ। ଏ ନେଇ ସେ ଏନଆରସିଙ୍କ ନିକଟରେ  ତାଙ୍କ ସ୍କୁଲ ଲିଭିଂ ସାର୍ଟିଫିକେଟ୍, ପୈତୃକ ସମ୍ପତ୍ତିର ଦଲିଲ ଆଦି ଉପସ୍ଥାପନ ମଧ୍ୟ କରିଥିଲେ। ତେବେ ଏନଆରସି ବିନା କୌଣସି ଯାଞ୍ଚରେ ତାଙ୍କୁ ବିଦେଶୀ ଘୋଷିତ କରିଛନ୍ତି । ଏ ନେଇ ସେ ଗୌହାଟୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.