Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୭ ଦିନିଆ ରିମାଣ୍ଡରେ ଯିବ ଗ୍ୟାଙ୍ଗଷ୍ଟର ହାଇଦର, ଅନୁମତି ଦେଲେ JMFC
  • ||
  • ICSE ଦଶମ ଏବଂ ଦ୍ବାଦଶ ପରୀକ୍ଷା ସ୍ଥଗିତ
  • ||
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||

ବର୍ଷିଆନ ଅଭିନେତ୍ରୀ ଶଶିକଳାଙ୍କ ଦେହାନ୍ତ, ୧୦୦ରୁ ଅଧିକ ବଲିଉଡ ଫିଲ୍ମରେ କରିଥିଲେ ଅଭିନୟ

4/04/2021 at 4:42 PM

ନୂଆଦିଲ୍ଲୀ ୦୪/୦୪ : ବର୍ଷିଆନ ଅଭିନେତ୍ରୀ ଶଶିକଳା ଆଉ ନାହାନ୍ତି । ୮୮ ବର୍ଷ ବୟସରେ ମୁମ୍ବାଇର କୋଲାବାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଅଭିନେତ୍ରୀ ଶଶିକଳା । ବଲିଉଡର ଏହି ଲୋକପ୍ରିୟ ଅଭିନେତ୍ରୀ ୧୦୦ରୁ ଉର୍ଦ୍ଧ୍ବ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୧୯୩୨ ମସିହା ଅଗଷ୍ଟ ମାସରେ ଜନ୍ମଗ୍ରହଣ କରିଥିବା ଶଶିକଳା ଡାକୁ, ରାସ୍ତା, କଭି ଖୁସି କଭି ଗମ୍‌ ଭଳି ଲୋକପ୍ରିୟ ଫିଲ୍ମରେ ଅଭିନୟ କରିଥିଲେ ।

Shashikala - Alchetron, The Free Social Encyclopedia

ବଲିଉଡର ଆଗଧାଡିର ଅଭିନେତା ସଲମାନ ଖାନ, ଅକ୍ଷର କୁମାର ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ସହିତ ଶଶିକଳା ଅଭିନୟ କରିଛନ୍ତି । ସେ ସଲମାନ ଖାନଙ୍କ ମୁଝ୍‌ସେ ସାଦି କରୋଗିରେ ମଧ୍ୟ ନଜର ଆସିଥିଲେ । ଏହା ବ୍ୟତିତ ତିନ୍‌ ବତ୍ତି ଚାର୍‌ ରାସ୍ତା ଫିଲ୍ମ ଯାହାକି ୧୯୫୩ ମସିହାରେ ରିଲିଜ୍‌ ହୋଇଥିଲା ସେଥିରେ ଶଶିକଳା ଅଭିନୟ କରିଛନ୍ତି । ୧୯୬୮ ମସିହା​‌ରେ ରିଲିଜ ହୋଇଥିବା ବୋହୂରାନୀୟାରେ ମଧ୍ୟ ନଜର ଆସିଥିଲେ । ଏହା ବାଦ ଆଏ ମିଲନ୍‌ କି ବେଲା, ଗୁମ୍‌ରା, ସୁଜାତା ଏବଂ ଆରତୀ ଭଳି ଚଳଚିତ୍ରରେ ଅଭିନୟ କରିଥିଲେ ।

ନିଖୁଣ ଅଭିନୟ ପାଇଁ ୨୦୦୭ ମସିହାରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି ଶଶିକଳା । ଏହା ସହିତ ଶ୍ରେଷ୍ଠ ସହ-କଳାକାର ଭାବେ ୨ ଥର ଫିଲ୍ମ ଫେୟାର ଆଓ୍ବାର୍ଡ, ୨୦୦୯ ମସିହାରେ ଜୀବନ ବ୍ୟାପି ସାଧନା ପାଇଁ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ଆଓ୍ବାର୍ଡ ମଧ୍ୟ ପାଇଛନ୍ତି ।

Shashikala - IMDb

   Related Posts