Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||

ଚାଲିଗଲେ ମୁମତାଜ ! ସୋସିଆଲ ମିଡିଆରେ ଜୋର ଧରୁଛି ଏହି ଖବର

23/05/2020 at 12:16 PM

ମୁମ୍ବାଇ ୨୩/୫: ଅପ୍ରେଲ୍ ମାସର ଶେଷ ୨ ଦିନ ମଧ୍ୟରେ ୨ଜଣ ବଲିଉଡ ଦିଗ୍ଗଜ ଅଭିନେତାଙ୍କ ପରଲୋକ ହୋଇଥିଲା। ଅପ୍ରେଲ୍ ୨୯ତାରିଖରେ ଇରଫାନ୍ ଖାନ୍ ଏବଂ ୩୦ତାରିଖରେ ଋ​‌​‌ଷି କପୁର ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ଏହି ୨ଜଣଙ୍କ ପରଲୋକ ପରେ ଅଭିନେତା ନାସିରୁଦ୍ଦିନ ଶାହଙ୍କ ହସ୍ପିଟାଲରେ ଆଡମିଟ ହେବାର ଗୁଜବ ଜୋର ଧରିଥିଲା,ଯାହା ପରେ ତାଙ୍କୁ ଏ ମାମଲାରେ ସାମନାକୁ ଆସିବାକୁ ପଡ଼ିଥିଲା। ସେହିପରି ବିଗତ ଦିନର ଅଭିନେତ୍ରୀ ମୁମତାଜଙ୍କ ପରଲୋକର ଗୁଜବ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା। ଏକ ଇଂରାଜୀ ଓ୍ବେବସାଇଟ୍ ସହ କଥା ହେବାବେ​ଳେ ସେ କଡ଼ା ପ୍ରତିକ୍ରିୟା ଦେଇ କହିଥିଲେ ଯେ ଯେତେବେଳେ ସେ ମରିବେ ତାଙ୍କ ପରିବାର ଆଧିକାରିକ ଭାବେ ସୂଚନା ଦେବେ।

ନିଜ ମୃତ୍ୟୁକୁ ନେଇ ବ୍ୟାପିଥିବା ଗୁଜବ ମଧ୍ୟରେ ସେ ଏକ ଭିଡିଓରେ ନିଜ ମ୍ୟାସେଜ ସେୟାର କରିଛନ୍ତି। ଏହି ଭିଡିଓକୁ ତାଙ୍କ ଝିଅ ତାନ୍ୟା ମାଧବାନୀ ସେୟାର କରିଛନ୍ତି। ଏହି ଭିଡିଓରେ ମୁମତାଜ ବେଶ୍ ଫିଟ୍ ନଜର ଆସୁଛନ୍ତି। ଭିଡିଓରେ ମୁମତାଜ କହୁଛନ୍ତି,‘ ବନ୍ଧୁଗଣ,ସେ ସମସ୍ତଙ୍କୁ ବହୁତ ଭଲ ପାଆନ୍ତି। ଦେଖନ୍ତୁ,ସେ ମରି ନାହାନ୍ତି। ସେ ଜୀବିତ। ଲୋକେ ଯେତେ କହୁଛନ୍ତି,ସେ ସେତେ ବୁଢ଼ୀ ମଧ୍ୟ ହୋଇ ନାହାନ୍ତି। ସମସ୍ତଙ୍କ ପ୍ରାର୍ଥନା ପାଇଁ ସେ ଏବେ ବି ଭଲ ଦେଖାଯାଉଛନ୍ତି।’

ଭିଡିଓକୁ ସେୟାର କରି ତାନ୍ୟା ଲେଖିଛନ୍ତି,‘ ତାଙ୍କ ମାଆଙ୍କ ତରଫରୁ ସମସ୍ତ ପ୍ରଶଂସକଙ୍କ ପାଇଁ ସନ୍ଦେଶ। ତାଙ୍କ ପରଲୋକର ଏକ ଗୁଜବ ଏବେ ଚର୍ଚ୍ଚାରେ ରହିଛି,ସେ ସୁସ୍ଥ ଅଛନ୍ତି ଏବଂ ନିଜ ଜୀବନକୁ ଭଲ ଭାବେ ଅତିବାହିତ କରୁଛନ୍ତି। ତାଙ୍କ ଯେଉଁ ଫଟୋଗୁଡ଼ିକୁ ଇଣ୍ଟରନେଟ୍‌ରେ ଛାଡ଼ି ବୁଢ଼ୀ କୁହାଯାଉଛି,ତାହା ଅନେକ ପୂର୍ବର,ଯେତେବେଳେ ତାଙ୍କୁ କ୍ୟାନସର ହୋଇଥିଲା। ସେ ଏବେ ସୁସ୍ଥ,ଖୁସି ଏବଂ ସୁନ୍ଦର ଅଛନ୍ତି। ତାଙ୍କୁ ଏସବୁରୁ ମୁକ୍ତି ଦିଅନ୍ତୁ। ତାଙ୍କୁ ଏବେ ମାତ୍ର ୭୩ବର୍ଷ। ଏହା ପୂର୍ବରୁ ୨୦୧୯ମସିହା ମେ ମାସ ଏବଂ ୨୦୧୮ମସିହା ଏପ୍ରିଲରେ ମଧ୍ୟ ମୁମତାଜଙ୍କ ମୃତ୍ୟୁ ଗୁଜବ ବ୍ୟାପିଥିଲା।

ମୁମତାଜଙ୍କୁ ୨୦୦୦ମସିହାରେ ବ୍ରେଷ୍ଟ୍ କ୍ୟାନସର ହୋଇଥିଲା। ଏଥିପାଇଁ ତାଙ୍କର ବହୁତ ଦିନ ଚିକିତ୍ସା ଚାଲିଥିଲା ଏବଂ ଶେଷରେ କ୍ୟାନସର ତାଙ୍କ ଆଗରେ ହାର ମାନିଯାଇଥିଲା। ମୁମତାଜ ଏବେ ଦୀର୍ଘ ବର୍ଷରୁ ଲଣ୍ଡନରେ ରହୁଛନ୍ତି। ତାଙ୍କ ବଡ଼ ଝିଅ ନତାଶା ଫିରୋଜ ଖାନଙ୍କ ପୁଅ ଫରଦିନ ଖାନଙ୍କୁ ବିବାହ କରିଛନ୍ତି। ଏବେ ସେ ମଧ୍ୟ ଲଣ୍ଡନରେ ରହୁଛନ୍ତି। ତାଙ୍କ ସାନ ଝିଅ ତାନ୍ୟା ରୋମରେ ରହୁଛନ୍ତି।

   Related Posts