ପରଲୋକରେ ଭେଟେରାନ ଅଭିନେତା ଋଷି କପୁର, ବଲିଉଡ୍‌ରେ ଶୋକର ଛାୟା

Published By : Prameya-News7 Bureau | April 30, 2020 IST

ମୁମ୍ବାଇ ୩୦।୪: ବଲିଉଡର ପ୍ରସିଦ୍ଧ ଅଭିନେତା ଋଷି କପୁରଙ୍କ ପରଲୋକ ହୋଇଛି । ମୁମ୍ବାଇର ଏଚଏନ ରିଲାଏନ୍ସ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ଦିନ ଧରି କ୍ୟାନସର ରୋଗରେ ପୀଡିତ ଥିଲେ । ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଋଷିଙ୍କ ମୃତ୍ୟୁ ନେଇ ଅଭିନେତା ଅମିତାଭ ବଚ୍ଚନ ତାଙ୍କ ଟ୍ବିଟରରେ ସୂଚନା ଦେଇଛନ୍ତି ।

wp:core-embed/twitter {"url":"https://twitter.com/ANI/status/1255710409677398016","type":"rich","providerNameSlug":"twitter","className":""}
https://twitter.com/ANI/status/1255710409677398016
/wp:core-embed/twitter

ବୁଧବାର ଋଷି କପୁରଙ୍କୁ ପରିବାରଲୋକ ମୁମ୍ବାଇ ଏଚଏନ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଗତ କିଛି ଦିନ ହେବ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିଲା । ଋଷିଙ୍କ ପତ୍ନୀ ନୀତୁ ସିଂ ତାଙ୍କ ସହିତ ଡାକ୍ତରଖାନାରେ ଉପସ୍ଥିତ ଥିଲେ । ଋଷି କପୁରଙ୍କ ଡାକ୍ତରଖାନାରେ ଭର୍ତ୍ତି ହେବା ନେଇ ତାଙ୍କ ବଡ ଭାଇ ରଣଧୀର କପୁର ସୂଚନା ଦେଇଥିଲେ । ସେ କର୍କଟ ରୋଗରେ ପୀଡିତ ଥିବା ବେଳେ ନିଶ୍ବାସ ନେବାରେ ଅସୁବିଧା ଭୋଗୁଥିବା ଯୋଗୁଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

{"id":262643,"sizeSlug":"large"}

୨୦୧୮ ମସିହାରେ ସେ କର୍କଟ ରୋଗରେ ପୀଡିତ ଥିବା ଜଣାପଡିଥିଲା । ଏହାପରେ ସେ ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ନ୍ୟୁୟର୍କରେ ରହି ଚିକିତ୍ସା କରାଇଥିଲେ । ଗତ ବର୍ଷ ସେପ୍ଟେମ୍ବରରେ ଋଷି କପୁର ଆମେରିକାରୁ ଭାରତ ଫେରିଥିଲେ । ଋଷି କପୁର ଚିକିତ୍ସା ପାଇଁ ନ୍ୟୁୟର୍କରେ ଥିବା ବେଳେ ତାଙ୍କ ପତ୍ନୀ ନୀତୁ ସିଂ ତାଙ୍କ ସହିତ ରହିଥିଲେ ।

{"id":262644,"sizeSlug":"large"}

୧୯୫୨ ମସିହା ସେପ୍ଟେମ୍ବର ୪ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଋଷି କପୁର । ମାତ୍ର ୩ ବର୍ଷ ବୟସରେ ସେ ଅଭିନୟ ଜଗତରେ ପାଦ ଦେଇଥିଲେ । ୧୯୫୫ ମସିହାରେ ଶିଶୁ କଳାକାର ଭାବେ ସେ ତାଙ୍କ ବାପା ରାଜ କପୁରଙ୍କ ଫଲ୍ମ 'ଶ୍ରୀ-୪୨୦'ରେ ଅଭିନୟ କରିଥିଲେ । ୧୯୭୦ ମସିହାରେ ସେ ‘ମେରା ନାମ୍‌ ଜୋକର’ରେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ । ଏହି ଫିଲ୍ମ ପାଇଁ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ମିଳିଥିଲା । ୧୯୭୩ ମସିହାରେ ଋଷି କପୁର ମୁଖ୍ୟ ଭୂମିକାରେ ଫିଲ୍ମ ‘ବବି’ରେ ଅଭିନୟ କରିଥିଲେ । ଏହି ଫିଲ୍ମ ପାଇଁ ସେ ଫିଲ୍ମ ଫେୟାର ବେଷ୍ଟ ଆକ୍ଟର ପୁରସ୍କାର ପାଇଥିଲେ । ତାଙ୍କ ଅଭିନୀତ ଶେଷ ଫିଲ୍ମ ହେଉଛି ‘ଶର୍ମାଜୀ ନମକିନ’ । ଯାହାକି ଏବେ ନିର୍ମାଣାଧୀନ ଅଛି । ଅନେକ ଲୋକପ୍ରିୟ ଫିଲ୍ମରେ ଅଭିନୟ କରିବା ସହିତ ସେ ଅନେକ ପୁରସ୍କାର ଓ ସମ୍ମାନର ଅଧିକାରୀ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.