Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚମକିଲେ ଆୟର-ତ୍ରିପାଠୀ, ଏମଆଇକୁ ୭ ଓ୍ବିକେଟ୍‌ରେ ମାତ୍‌ ଦେଲା କେକେଆର
  • ||
  • ଭୁବନେଶ୍ବର : ଜଳଦ କୁମାର ତ୍ରିପାଠୀ ହେଲେ ମୁଖ୍ୟ ସୂଚନା କମିଶନର, ନିଯୁକ୍ତିକୁ ଅନୁମୋଦନ କଲେ ରାଜ୍ୟପାଳ
  • ||
  • ମୋରଡା : ବନ୍ୟା ପ୍ରଭାବିତ ଗାଁ ବୁଲିଲେ ବିଧାୟକ ପ୍ରଣବ ପ୍ରକାଶ ଦାସ, ମୃତକଙ୍କ ପରିବାରକୁ ପ୍ରଦାନ କଲେ ଆର୍ଥିକ ସହାୟତା
  • ||
  • ଝାରସୁଗୁଡା : ନକଲି ମାଓବାଦୀ ଗିରଫ, କମ୍ପାନୀର ସାଇଟ୍ ଇନଚାର୍ଜଙ୍କୁ ମାଗୁଥିଲା ଟଙ୍କା
  • ||
  • ଖଲ୍ଲିକୋଟ : ବିଦ୍ୟୁତ ଆଘାତ ଲାଗି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭୁବନେଶ୍ବର : ମୋଟୁ ଥାନା IICଙ୍କୁ ଗିରଫ କଲା ଭିଜିଲାନ୍ସ, କାର୍‌ରୁ ଜବତ ହୋଇଥିଲା ୨ ଲକ୍ଷ ୮୦ ହଜାର ଟଙ୍କା
  • ||
  • ପୁରୀ : ସରକାରୀ ଗାଡିରୁ ଧଳା ଜହର ଜବତ, ୪୦ଗ୍ରାମ୍ ବ୍ରାଉନସୁଗାର ସହ ୩ ଅଭିଯୁକ୍ତ ଗିରଫ
  • ||
  • କଳାହାଣ୍ଡି : କର୍ଲାପାଟ ବକ୍ସାଇଟ୍ ଖଣିର ନିଲାମ ଉପରେ ହାଇକୋର୍ଟଙ୍କ ରହିତାଦେଶ
  • ||
  • ସମ୍ବଲପୁର : ବେଆଇନ ଭାବେ ବନ୍ଧୁକ ତିଆରି ଓ ବିକ୍ରି : ଦମ୍ପତ୍ତିଙ୍କ ସମେତ ୫ ଗିରଫ, ୪ଟି ଦେଶୀ ବନ୍ଧୁକ ଜବତ
  • ||
  • ବୌଦ୍ଧ : ରାସ୍ତାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||

ଭେଣ୍ଟିଲେଟରରେ ବଲିଉଡ ଜଗତର ହାସ୍ୟ ଅଭିନେତା କାଦର ଖାନ, ଚିହ୍ନି ପାରୁନାହାଁନ୍ତି କାହାକୁ

28/12/2018 at 2:59 PM

ମୁମ୍ବାଇ ୨୮/୧୨ : ଜୀବନ ସହ ସଂଗ୍ରାମ କରୁଛନ୍ତି ବଲିଉଡ ଜଗତର ପ୍ରସିଦ୍ଧ ନିର୍ଦ୍ଦେଶକ, ସଂଳାପଲେଖକ ଓ ହାସ୍ୟ ଅଭିନେତା କାଦର ଖାନ | ଦିନ ଥିଲା ଯେତେବେଳେ କାଦର ଖାନା ନିଜ ଅଭିନୟରେ ଲୋକଙ୍କୁ ହସାଉଥିଲେ | ସେ ବହୁ ହିନ୍ଦୀ ସିନେମାର ଅଭିନୟ କରିଛନ୍ତି | ତାଙ୍କ ସ୍ୱାସ୍ଥାବସ୍ଥା ଏବେ ଭଲ ନଥିବାରୁ ସେ ସିନେମା ଜଗତରୁ ସନ୍ୟାସ ନେଇଛନ୍ତି | ସେ ବର୍ତ୍ତମାନ ଜୀବନ ସହ ସଂଗ୍ରାମ କରୁଛନ୍ତି | ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି |

କାଦର ଖାନା ବହୁତ ଦିନ ହେଲା ନିଜ ପୁଅ ସରଫରାଜ ଏବଂ ବୋହୁଙ୍କ ସହ କାନାଡ଼ାରେ ରହିଆସୁଥିଲେ | ନିକଟରେ ତାଙ୍କ ସ୍ୱସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିବା ଜଣାପଡିଛି | ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଛି | ଯାହାଫଳରେ ଡାକ୍ତର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପରାମର୍ଶ ଦେଇଥିଲେ | ପୁଅ ବୋହୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି | କାଦର ଖାନ ବର୍ତ୍ତମାନ ଭେଣ୍ଟିଲେଟରରେ ଥାଇ ଚିକିତ୍ସିତ ହେଉଛନ୍ତି | କାଦର ଖାନଙ୍କୁ ପ୍ରଗତିଶୀଳ ସୁପରନ୍ୟୁକ୍ଲିୟର ପାଲ୍ସି ହୋଇଥିଲା | କିନ୍ତୁ ବର୍ତ୍ତମାନ ତାଙ୍କୁ ନିମୋନିଆ ହୋଇଥିବା ଜଣାପଡିଛି | ଯାହାଫଳରେ ତାଙ୍କ ସ୍ୱାସ୍ଥ୍ୟରେ ଅବନତି ଘଟିଛି | ସେ ପ୍ରାୟତଃ କାହାକୁ ଚିହ୍ନି ପାରୁନାହାନ୍ତି | ତାଙ୍କ ପୁଅ ସରଫରାଜ ତାଙ୍କର ପୁରା ଯତ୍ନ ନେଉଛନ୍ତି | କିନ୍ତୁ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ପ୍ରକାରର ଉନ୍ନତି ପରିଲକ୍ଷିତ ହୋଇନାହିଁ | ବରଂ ଦିନକୁ ଦିନ ଆହୁରି ତାଙ୍କ ସ୍ୱାସ୍ଥ୍ୟ  ବିଗିଡ଼ିବାରେ ଲାଗିଛି |

ଗତ ବର୍ଷ ଏକ ଇଣ୍ଟରଭିଉରେ ସରଫରାଜ କହିଥିଲେ ଯେ, ତାଙ୍କ ବାପାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନାହିଁ ଏବଂ ସେ ଚାଲି ପାରୁନାହାନ୍ତି | କିଛି ପାଦ ଚାଲିବା ପରେ ସେ ପଡିଯିବା ଭୟରେ ବସିପଡ଼ନ୍ତି | କିଛି ବର୍ଷ ପୂର୍ବରୁ ତାଙ୍କର ଏକ ଅପରେସନ ମଧ୍ୟ ହୋଇଥିଲା | ତେବେ ଅପରେସନ ସଫଳ ହୋଇଥିଲା | କିନ୍ତୁ ଅପରେସନ ପରେ କାଦର ଖାନ ନିଜେ ହିଁ ଦୁର୍ବଳ ହୋଇପଡିଥିଲେ | ଡାକ୍ତର ତାଙ୍କୁ ଚାଲିବା ପାଇଁ ପରାମର୍ଶ ଦେଇଥିଲେ କିନ୍ତୁ ସେ ଡାକ୍ତରର ପରାମର୍ଶ ଅନୁଯାୟୀ ଚାଲି ନଥିଲେ | ତେବେ ସରଫରାଜ ବାପାଙ୍କ ପୁରା ଯତ୍ନ ନେଉଥିବା କହିଛନ୍ତି |

କାଦର ଖାନ ଅଭିନୟରୁ ଦୂରେଇଗଲେ ସିନା ଅଭିନୟ ଜଗତ ପ୍ରତି ତାଙ୍କର ଦୁର୍ବଳତା ରହିଥିଲା | ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା ପରେ ସେ କହିଥିଲେ ଯେ, ଇଣ୍ଡଷ୍ଟ୍ରିର ସମସ୍ତେ ବଦଳି ଗଲେଣି | ସମସ୍ତେ ନିଜ କାମରେ ବ୍ୟସ୍ତ | କାମ ସରିଗଲେ କେହି କାହାକୁ ପଚାରୁନାହାନ୍ତି | ତାଙ୍କ ଭାଷାରେ କହିବାକୁ ଗଲେ ” ଦୋସ୍ତି ୟାରୀ ସବ ଖତମ” | ଯେଉଁଥିପାଇଁ ପୁରା ଭାଙ୍ଗି ପଡ଼ିଥିଲେ | ସେ ଶୀଘ୍ର ଭଲ ହେଇଯାଆନ୍ତୁ ବୋଲି ସମସ୍ତେ କାମନା କରୁଛନ୍ତି |

୧୯୩୭ ମସିହା ଅକ୍ଟୋବର ୨୨ତାରିଖରେ କାଦର ଖାନ ଆଫଗାନୀସ୍ଥାନର କାବୁଲ ସହରରେ ଜନ୍ମଗ୍ରହଣ କରିଥିଲେ। ୧୯୭୩ ମସିହାରେ ରାଜେଶ ଖାନ୍ନା ଅଭିନୀତ ଦାଗ ଫିଲ୍ମରୁ ସେ ତାଙ୍କ ଅଭିନୟ ଜୀବନ ଆରମ୍ଭ କରିଥିଲେ। ପାଖା ପାଖି ୩୦୦ ହିନ୍ଦି ଫିଲ୍ମରେ ସେ ଅଭିନୟ କରିଛନ୍ତି। କେବଳ ସେତିକି ନୁହେଁ ସେ ପାଖାପାଖି ୨୫୦ ଫିଲ୍ମର ସଂଳାପ ମଧ୍ୟ ଲେଖିଛନ୍ତି।  

   Related Posts