ଅଭିନେତ୍ରୀ ସୁଧା ଚନ୍ଦ୍ରନଙ୍କ ପିତା ଅଭିନେତା କେ.ଡି ଚନ୍ଦ୍ରନଙ୍କ ଦେହାନ୍ତ, ହୃଦଘାତରେ ପରଲୋକ

Published By : Prameya-News7 Bureau | May 16, 2021 IST

ନୂଆଦିଲ୍ଲୀ ୧୬/୫: ପରଲୋକରେ ଅଭିନେତ୍ରୀ ସୁଧା ଚଦ୍ରନଙ୍କ ପିତା ତଥା ବରିଷ୍ଠ ଅଭିନେତା କେ.ଡି ଚନ୍ଦ୍ରନ । ୮୬ ବର୍ଷୀୟ ଏହି ହୃଦଘାତରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଏହି ଅଭିନେତା । ଆଜି ସକାଳେ ତାଙ୍କୁ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପ୍ରାଣବାୟୁ ଉଡିଯାଇଛି । ପିତାଙ୍କ ମୃତ୍ୟୁ ପରେ ଅଭିନେତ୍ରୀ ସୁଧା ଚନ୍ଦ୍ରନ କହିଛନ୍ତି କି, ଗତ କିଛିଦିନ ହେବ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ରହୁନଥିଲା ।

ତାଙ୍କୁ ଡିମୋସିଆ ଅର୍ଥା ଭୁଲିଯିବା ରୋଗ ହୋଇଥିଲା । ଏଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବରିଷ୍ଠ ଡାକ୍ତରଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ଚିଲିଥିଲା । ଅନେକ ଫିଲ୍ମରେ ଅଭିନୟ କରିଛନ୍ତି କେ.ଡି ଚନ୍ଦ୍ରନ । କୋୟି ମିଲ ଗୟା, ଚାଇନା ଗେଟ୍, କାଲ, ହମ ହେ ରାହି ପ୍ୟାର କେ, ତେରେ ମେରେ ସପନେ, ହର ଦିଲ ଜୋ ପ୍ୟାର କରେଗା ଭଳ ସିନେମାରେ ସେ ବଳିଷ୍ଠ ଅଭିନୟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.