ପ୍ରସିଦ୍ଧ କନ୍ନଡ଼ ଅଭିନେତା ଏଚ ଜି ସୋମଶେଖର ରାଓଙ୍କ ୮୬ବର୍ଷ ବୟସରେ ପରଲୋକ

Published By : Prameya-News7 Bureau | November 04, 2020 IST

ନୂଆଦିଲ୍ଲୀ ୪/୧୧: ଦିଗ୍ଗଜ କନ୍ନଡ଼ ଅଭିନେତା ଏଚ ଜି ସୋମଶେଖର ରାଓ ଓରଫ ସୋମନ୍ନାଙ୍କ ୮୬ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଛି। ଛାତିରେ ଯନ୍ତ୍ରଣା ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ନିଜ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ସୋମଶେଖରଙ୍କ ପତ୍ନୀ ଏବଂ ୨ଜଣ ପୁଅ ଅଛନ୍ତି।  

{"id":356002,"sizeSlug":"large"}

ରାଓଙ୍କର ହଠାତ୍ ଛାତିରେ ଯନ୍ତ୍ରଣା ହେବାରୁ ସେ ତଳେ ପଡ଼ିଯାଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷିତ କରି ଦେଇଥିଲେ।

{"id":356003,"sizeSlug":"large"}

ସୋମଶେଖର ରାଓ ସ୍ବାଧୀନତା ସଂଗ୍ରାମୀ ହରିହର ଗୁଣ୍ଡୁ ରାଓଙ୍କ ପୁଅ ଥିଲେ। ତାଙ୍କ ସାନ ଭାଇ ଦତ୍ତନ୍ନା ମଧ୍ୟ ଜଣାଶୁଣା ଅଭିନେତା ଥିଲେ। ଦତ୍ତନ୍ନାଙ୍କ ଗୋଟିଏ ସପ୍ତାହ ତଳେ ପରଲୋକ ହୋଇଥିଲା। ତାଙ୍କ ସାନ ଭଉଣୀଙ୍କ ମାସେ ତଳେ ପରଲୋକ ହୋଇଥିଲା। ସାନ ଭାଇ ଭଉଣୀଙ୍କ ପରଲୋକରେ ସୋମଶେଖରଙ୍କୁ ଧକ୍କା ଲାଗିଥିଲା।

{"id":356004,"sizeSlug":"large"}

ସୋମଶେଖର ୟୁନିଭର୍ସିଟି ଅଫ୍ ମୈସୁରରୁ ପାଠ ପଢ଼ିଛନ୍ତି ଯେଉଁଠାରେ ସେ ସମାଜ ଶାସ୍ତ୍ରରେ ଗୋଲ୍ଡ ମେଡାଲିଷ୍ଟ ଥିଲେ। ସୋମଶେଖର ନିଜ କ୍ୟାରିୟର ଥିଏଟରରୁ ଆରମ୍ଭ କରିଥିଲେ। ସେହି ସମୟରେ ତାଙ୍କୁ ମାତ୍ର ୧୧ବର୍ଷ ହୋଇଥିଲା। ସେ ପାଖାପାଖି ୬୦ଟି ଫିଲ୍ମ ଏବଂ ୩୦୦ରୁ ଅଧିକ ନାଟକରେ କାମ କରିଥିଲେ। ସେ ସ୍ବାଧୀନତା ଆନ୍ଦୋଳନରେ ମଧ୍ୟ ସକ୍ରିୟ ଥିଲେ। ସେ ଗମ୍ଭୀର ଭୂମିକା ବ୍ୟତୀତ ହାସ୍ୟ ଶୈଳୀରେ ମଧ୍ୟ ପରିଚୟ ସୃଷ୍ଟି କରିଥିଲେ। ସୋମଶେଖର ରାଓ ୧୯୮୧ମସିହାରେ କନ୍ନଡ଼ ଫିଲ୍ମ ସାବିତ୍ରୀରୁ ପାଦ ଥାପିଥିଲେ ଯାହାର ନିର୍ଦେଶକ ଡିଏସ୍ ରଙ୍ଗା ଥିଲେ। ଫିଲ୍ମ ମିଥିଲେୟା ସିଥେୟାରୁରେ ତାଙ୍କ ଅଭିନୟକୁ ଖୁବ୍ ପ୍ରଶଂସା କରାଯାଇଥିଲା।

{"id":356006,"sizeSlug":"large"}

ସୋମଶେଖର ରାଓଙ୍କ ପରଲୋକରେ କନ୍ନଡ଼ ଫିଲ୍ମ ଜଗତର କଳାକାରମାନେ ଦୁଃଖ ବ୍ୟକ୍ତ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.