Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ICUରେ ଭେଟେରାନ ଅଭିନେତା ଦିଲ୍ଲୀପ କୁମାର, ଆଶୁ ଆରୋଗ୍ୟ କାମନା କଲେ ବହୁ ବିଶିଷ୍ଟ ବ୍ୟକ୍ତି

6/06/2021 at 9:01 PM

ମୁମ୍ୱାଇ ୬/୬ : ବଲିଉଡର ଭେଟେରାନ ଅଭିନେତା ଦିଲ୍ଲୀପ କୁମାରଙ୍କୁ ଅକ୍ସିଜେନ ସପୋର୍ଟ ସିଷ୍ଟମରେ ରଖାଯାଇଛି । ରବିବାର ସକାଳେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଦିଲ୍ଲୀପ କୁମାରଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ହିନ୍ଦୁୁଜା ହସ୍ପିଟାଲର ବରିଷ୍ଠ ଡାକ୍ତର ନିତିନ ଗୋଖଲେ ଏବଂ ଜଲୀତ ପାରକରଙ୍କ ନେତୃତ୍ବରେ ଚାଲିଛି ଚିକିତ୍ସା । ବାଇଲେଟରାଲ ପ୍ଲ୍ୟୁରାଲ ଇଫ୍ୟୁଜନ କାରଣରୁ ଦିଲ୍ଲୀପ କୁମାରଙ୍କୁ ଆଇସିୟୁରେ ଅକ୍ସିଜେନ ସପୋର୍ଟ ସିଷ୍ଟମରେ ରଖାଯାଇଛି ।


ସେପଟେ ଦିଲ୍ଲୀପ କୁମାର ପ୍ରଶଂସକ ତଥା ଶୁଭେଚ୍ଛୁଙ୍କ ସମେତ ବଲିଉଡର ବହୁ ବିଶିଷ୍ଟ ବ୍ୟକ୍ତି ଆଶୁ ଆରୋଗ୍ୟ କାମନା କରିଛନ୍ତି । ବଲିଉଡ ଅଭିନେତା ମନୋଜ ବାଜପେୟୀ, ଆୟୁଷ୍ମାନ ଖୁରାନା, ଉର୍ମିଳା ମାତୋଣ୍ଡେକରଙ୍କ ସମେତ ବହୁ ଅଭିନେତା ଅଭିନେତ୍ରୀ ଦିଲ୍ଲୀପ କୁମାରଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି । ଏହା ସହିତ ଦେଶର କୋଣ ଅନୁକୋଣରେ ଥିବା ଦିଲ୍ଲୀପଙ୍କ ପ୍ରଶଂସକମାନେ ମଧ୍ୟ ଶୀଘ୍ର ସୁସ୍ଥ କାମନା କରିଛନ୍ତି ।


ସୂଚନା ଅନୁଯାୟୀ, ଭେଟେରାନ ଅଭିନେତା ଦିଲୀପ କୁମାର ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେବାରୁ ତାଙ୍କୁ ମୁମ୍ବାଇର ହିନ୍ଦୁଜା ଡାକ୍ତରଖାନାରେ ଭର୍ତ୍ତି କରାଯାଥିଲା । ପତ୍ନୀ ତଥା ବରିଷ୍ଠ ଅଭିନେତ୍ରୀ ସାଇରା ବାନୁ ଦିଲୀପଙ୍କ ଆଡମିଟ୍ ନେଇ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ସାଇରା ବାନୁ କହିଛନ୍ତି ଯେ ଦିଲୀପ କୁମାରଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା ଏବଂ ଏହି କାରଣରୁ ତାଙ୍କୁ ଆଜି ସକାଳ ୮.୩୦ସମୟରେ ଖାର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

   Related Posts