Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||

ବାର୍ଦ୍ଧକ୍ୟ ଜନିତ ସମସ୍ୟା ଯୋଗୁଁ ବରିଷ୍ଠ ଅଭିନେତା ଚନ୍ଦ୍ରଶେଖର ବୈଦ୍ୟ ହସ୍ପିଟାଲରେ ଭର୍ତ୍ତି

11/06/2021 at 3:55 PM

ନୂଆଦିଲ୍ଲୀ ୧୧/୦୬: ବଲିଉଡର ଦିଗଜ ଅଭିନେତା ଚନ୍ଦ୍ରଶେଖର ବୈଦ୍ୟଙ୍କୁ ବୟସ ସମ୍ବନ୍ଧୀୟ ସମସ୍ୟା ହେତୁ କ୍ରିଟି କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କୁ ୯୭ ବର୍ଷ ବୟସ । ଲୋକମାନେ ଆଜି ଏହି ଦିଗଜ କଳାକାରଙ୍କୁ ‘ଚନ୍ଦ୍ରଶେଖର ସାବ’ ନାମରେ ଡାକନ୍ତି ।

ସେ ନିଜ କ୍ୟାରିୟରରେ ୧୧୦ ରୁ ଅଧିକ ଫିଲ୍ମ କରିଛନ୍ତି। ସେଥିମଧ୍ୟରୁ ସେ ୧୯୬୪ ମସିହାରେ ଫିଲ୍ମ ‘ଚା ଚା ଚା’ ଏବଂ ୧୯୬୬ ମସିହାରେ ଫିଲ୍ମ ‘ଷ୍ଟ୍ରିଟ୍ ସିଙ୍ଗର’ର ନିର୍ଦ୍ଦେଶନା ଦେଇଛନ୍ତି। ସେ ରାମାନନ୍ଦ ସାଗରଙ୍କ ରାମାୟଣରେ ରାଜା ଦଶରଥଙ୍କ ମହାମନ୍ତ୍ରୀ ସୁମନ୍ତ ଭୂମିକାରେ ଅଭିନୟ କରିଥିଲେ। ସେ ଏହି ଭୂମିକାରୁ ବହୁ ଲୋକପ୍ରିୟତା ହାସଲ କରିଥିଲେ । ଚନ୍ଦ୍ରଶେଖର ରାମାନନ୍ଦ ସାଗରଙ୍କର ଜଣେ ଘନିଷ୍ଠ ବନ୍ଧୁ ଥିଲେ।

୧୯୨୩ ମସିହାରେ ହାଇଦ୍ରାବାଦର ପୂର୍ବବର୍ତ୍ତୀ ରାଜ୍ୟରେ ଜନ୍ମଗ୍ରହଣ କରିଥିଲେ ଏବଂ ସେ ଖୁବ୍ କମ୍ ବୟସରେ ଫିଲ୍ମ ଜଗତରେ ପ୍ରବେଶ କରିଥିଲେ, ଯେଉଁଥିପାଇଁ ତାଙ୍କୁ କଲେଜ ପାଠପଢା ଅଧାରୁ ଛାଡିବାକୁ ପଡିଥିଲା । ତାଙ୍କ ଜୀବନରେ ଏକ ସମୟ ଥିଲା ଯେତେବେଳେ ସେ ଚୌକିଦାର ଭାବରେ କାମ କରୁଥିଲେ । ଏହା ପରେ ସେ ଅଭିନୟ ଦୁନିଆରେ ପ୍ରବେଶ କରି ସଫଳ ହୋଇଥିଲେ ।

   Related Posts