ବରିଷ୍ଠ ଅଭିନେତା ବିଜୟ ମହାନ୍ତି ଅସୁସ୍ଥ, ହୃଦ୍‌ଘାତ ଯୋଗୁଁ ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | May 27, 2020 IST

ଭୁବନେଶ୍ବର ୨୭।୫: ଓଡିଆ ଚଳଚ୍ଚିତ୍ର ବରିଷ୍ଠ ଅଭିନେତା ବିଜୟ ମହାନ୍ତି ଅସୁସ୍ଥ ଅଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ହୃଦଘାତ ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେ ଏବେ ଭେଣ୍ଟିଲେଟରରେ ରହିଥିବା ସୂଚନା ମିଳିଛି ।

{"id":276696,"width":577,"height":312,"sizeSlug":"large"}

ବିଜୟ ମହାନ୍ତି ୧୯୫୦ ମସିହା ଅପ୍ରେଲ ୮ ତାରିଖରେ କେନ୍ଦ୍ରାପଡା ଜିଲ୍ଲାର ପାଣ୍ଡିରି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ବିଜୟ ମହାନ୍ତି ନୂଆଦିଲ୍ଲୀ ସ୍ଥିତ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାରୁ ଶିକ୍ଷାଗ୍ରହଣ କରିଥିଲେ । ୧୯୭୭ ମସିହାରେ 'ଚିଲିକା ଚୀରେ' କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିଲେ । ବର୍ତ୍ତମାନ ସୁଦ୍ଧା ୧୮୦ରୁ ଅଧିକ ଓଡିଆ ଚଳଚ୍ଚିତ୍ରରେ ଅଭିନୟ କରିବା ସହ ଗୋଟିଏ ଓଡିଆ କଥାଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ।

{"id":276697,"sizeSlug":"large"}

‘ଚିଲିକା ତୀରେ’ ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ହୋଇଥିଲେ ମଧ୍ୟ, 'ନାଗଫାସ' ପ୍ରଥମେ ମୁକ୍ତିଲାଭ କରିଥିଲା । ତାଙ୍କ ଅଭିନୟ ପାଇଁ ସେ ଓଡିଆ ଚଳଚ୍ଚିତ୍ରର ସର୍ବୋଚ୍ଚ ସମ୍ମାନ ‘ଜୟଦେବ ପୁରସ୍କାର’ ପାଇଛନ୍ତି। ସେ ଓଡିଆ ଚଳଚିତ୍ର ଜଗତରେ ନାୟକ, ଖଳନାୟକ, ହାସ୍ୟ ଅଭିନେତା ଓ ଚରିତ୍ର ଅଭିନେତା ଭାବେ ଅଭିନୟ କରି ଆସିଛନ୍ତି । ସେ ଶତାଧିକ ଓଡିଆ ଚଳଚିତ୍ରରେ ଅନିଭୟ କରିଛନ୍ତି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.