Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ବଲିଉଡର ଶ୍ରେଷ୍ଠ ନାୟକଙ୍କୁ ‘ଦାଦା ସାହେବ ଫାଲକେ’ ପୁରସ୍କାର

29/12/2019 at 5:07 PM

ନୂଆଦିଲ୍ଲୀ୨୯।୧୨:  ବିଶିଷ୍ଠ ବଲିଉଡ ଅଭିନେତା ଅମିତାଭ ବଚ୍ଚନଙ୍କୁ ସମ୍ନାନଜନକ ‘ଦାଦା ସାହେବ ଫାଲକେ’ ସମ୍ମାନରେ ସମ୍ମାନୀତ କରାଯାଇଛି। ରବିବାର ଦିନ ସଂଧ୍ୟା ସମୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ ଅମିତାଭ ବଚ୍ଚନଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯାଇଛି । ଡିସେମ୍ବର ୨୩ରେ ପ୍ରଦାନ କରାଯାଇଥିବା ୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଅମିତାଭ ଅସୁସ୍ଥତା କାରଣରୁ ଯୋଗଦେଇପାରିନଥିଲେ। ଅମିତାଭ ଜ୍ୱରରେ ପୀଡିତ ଥିବା ଟ୍ୱିଟ୍‌ରେ ଉଲ୍ଲେଖ କରିଥିଲେ ।

ଭାରତୀୟ ସିନେମାକୁ  ଜୀବନବ୍ୟାପୀ  ଅବଦାନ ପାଇଁ ବଲିଉଡର ମହାନାୟକ ତଥା ବିଶିଷ୍ଠ  ଅଭିନେତା ଅମିତାଭ ବଚ୍ଚନଙ୍କୁ ଭାରତୀୟ ସିନେମାର ସର୍ବଶ୍ରଷ୍ଠ  ପୁରଷ୍କାର ଦାଦା ସାହେବ ଫାଲ୍‍କେ  ପ୍ରଦାନ କରାଯାଇଛି । ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ  ଉତ୍ସବରେ ରାଷ୍ଟ୍ରପତି ଡକ୍ଟର ରାମନାଥ କୋବିନ୍ଦ ଆଜି ଅମିତାଭ ବଚ୍ଚନଙ୍କୁ ୫୦ତମ ଦାଦା ସାହେବ ଫାଲ୍‍କେ ପୁରସ୍କାର ପ୍ରଦାନ କରିଛନ୍ତି । ଏହାସହ  ଗୋଲ୍ଡେନ୍  ଲୋଟସ୍   ସହ ୧୦ଲକ୍ଷ ଟଙ୍କାର  ଅର୍ଥରାଶି ପ୍ରଧାନ କରାଯାଇଛି  । ପୁରସ୍କାର ଗ୍ରହଣ  ଉତ୍ସବରେ  ଅମିତାଭଙ୍କ  ସହ ଧର୍ମିଣୀ  ଜୟା ବଚ୍ଚନ ୧୯୬୯ରେ ସାଥ ହିନ୍ଦୁସ୍ତାନୀ ଫିଲ୍ମ ଜରିଆରେ ବଲିଉଡରେ ପାଦ ଥାପିଥିଲେ ଅମିତାଭ ବଚନ ।

ବଲିଉଡର ବିଗ ବି ଭାବେ ପରିଚିତ ୭୭ବର୍ଷିୟ ଅମିତାଭ ବଚ୍ଚନ କେବଳ  ସିନେମା ନୁହେଁ ଦମଦାର ଭଏସ, ଟିଭି ସିରିୟଲ, ବିଜ୍ଞାପନ ଜଗତ ସହ ଜଡିତ ଅମିତାଭ ବଚ୍ଚନ ଦେଶ ବିଦେଶରେ ବେଶ ସୁନାମ ଅର୍ଜନ  କରିଛନ୍ତି । କନ ବନେଗା  କୋରଡପତି ଭଳି  ସୋର ହୋଷ୍ଟ  ଭାବେ  ଅମିତାଭ ବଚ୍ଚନଙ୍କୁ ମିଳିଛି  ଅଜସ୍ର ସମ୍ମାନ  ଓ ପ୍ରଶଂସା  ।  ୧୦୬୯ରୁ  ଆଜି ଯଏ  ୩ଶହରୁ ଅଧିକ ଫିଲ୍ମରେ ଅଭିନୟ କରି ଅନେକ ଅନେକ ସଫଳତା ସାଉଣ୍ଟିଛନ୍ତି   ବିଗ୍  ବି  ।  ଜନ୍‌ଞ୍ଜିର, ସୋଲେ, ଦିୱାର, ଅଗ୍ନିପଥ, କାଲିଆ, ତ୍ରିସୁଲ, କୁଲି, ଲାୱାରିସ, ସୁହାଗ, ଅମର ଆକବର ଅନ୍ଥୋନୀ, ମହବତେଁ, ବ୍ଲାକ  ଭଳି ଅନେକ ସୁପରହିଟ ବଲିଉଡ ସିନେମାରେ ଅଭିନୟ କରି ଦର୍ଶକଙ୍କ  ଭରପୁର ପ୍ରଶଂସା ସାଉଁଟିଛନ୍ତି ।  ଭାରତୀୟ ସିନେମାର ଜନକ  ଧୁଣ୍ଡିରାଜ ଗୋବିନ୍ଦ ଫାଲ୍‍କେଙ୍କ ସ୍ମୃତିରେ  ୧୯୬୯ ମସିହାରୁ ଚଳଚିତ୍ର ଜଗତରେ  ଜୀବନ ବ୍ୟାପି ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇ ଆସୁଛି

   Related Posts