ରାସ୍ତା କଡରେ ଫିଙ୍ଗା ହୋଇଛି ପ୍ରାଣୀ ଚିକିତ୍ସା ଔଷଧ

Published By : Prameya-News7 Bureau | August 31, 2018 IST

ରାସ୍ତାରେ କଡରେ ପଡିଛି ପୁଳା ପୁଳା ପ୍ରାଣୀ ଚିକିତ୍ସା ଔଷଧ । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ରଙ୍କାଳ ଗାଁରେ ମେଡିସିନ୍ ପଡିଛି । ରଙ୍କାଳ ଗାଁର ପ୍ରାଣୀ ଚିକିତ୍ସା କେନ୍ଦ୍ରର ୨ଶହ ମିଟର ଦୂର ରାସ୍ତା କଡରେ ଏହି ଔଷଧ ପଡିଛି । ପଡିଥିବା ଔଷଧର ଆନୁମାନିକ ମୂଲ୍ୟ ଲକ୍ଷେ ୭୫ ହଜାର ଟଙ୍କାରୁ ଅଧିକ ଔଷଧ ପଡିଛି । ଏହି ଔଷଧ ମଧ୍ୟରେ ଅଛି କୃମି ଓ ଜୀବନ ରକ୍ଷାକାରୀ ଇଞ୍ଜେକ୍ସନ । ଏତେ ପରିମାଣର ଔଷଧ ପଡିଥିବା ଦେଖି ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.