୯ବର୍ଷ ପୂର୍ବରୁ ବିଲେଇ ମାରିଥିଲା ପଞ୍ଝା : ଏବେ ଡାକ୍ତରଙ୍କ ଅବସ୍ଥା ଶୋଚନୀୟ

Published By : Prameya-News7 Bureau | June 22, 2019 IST

ଲଣ୍ଡନ ୨୨/୬: ଅନେକ ଲୋକ ପୋଷା ଜନ୍ତୁଙ୍କୁ ଭଲ ପାଇଥାଆନ୍ତି କିନ୍ତୁ ଅନେକ ଥର ତାଙ୍କର ଏପରି ସୈାକ ଆତ୍ମଘାତୀ ହୋଇଥାଏ। ଏପରି ଏକ ମାମଲା ବ୍ରିଟେନରେ ଘଟିଛି ଯେଉଁଠାରେ ୪୧ବର୍ଷ ବୟସ୍କ ପଶୁ ଡାକ୍ତରଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ତାଙ୍କୁ ୯ବର୍ଷ ପୂର୍ବରୁ ୨୦୧୦ରେ ବିଲେଇ ପଞ୍ଝା ମାରିଥିଲା। କିନ୍ତୁ,ଏବେ ତାଙ୍କୁ ଜ୍ବର ହେଉଛି,ଆଖିକୁ କମ୍ ଦେଖାଯାଉଛି,ରାତିରେ ଝାଳ ବାହାରୁଛି ଏବଂ ମାଂସପେଶୀରେ ଯନ୍ତ୍ରଣା ଅନୁଭବ ହେଉଛି।

{"id":125838}

ଡାକ୍ତରଙ୍କୁ ଲାଗିଥିଲା ଯେ ଓ୍ବିଲିଙ୍ଗଟନରେ ରହୁଥିବା ଭିକ୍ଟୋରିଆ ଏଲଟାଫ୍ଟଙ୍କୁ ବ୍ରେନ୍ ଟ୍ୟୁମର ହୋଇଯାଇଛି। ସେ ତୁରନ୍ତ ଏକ ହସ୍ପିଟାଲରେ ଆପୋଏଣ୍ଟମେଣ୍ଟ ନେଇଥିଲେ। ଭିକ୍ଟୋରିଆଙ୍କୁ ଏମଆରଆଇ ସ୍କାନ କରିବାକୁ କୁହାଗଲା ଏବଂ ମେରୁଦଣ୍ଡ ହାଡ଼ର ଦ୍ରବକୁ ପରୀକ୍ଷା କରାଗଲା। ରିପୋର୍ଟ ନର୍ମାଲ୍ ଆସିବାରୁ ସ୍ପଷ୍ଟ ହୋଇଯାଇଥିଲା ଯେ ଭିକ୍ଟୋରିଆଙ୍କୁ ଏପରି କୈାଣସି ରୋଗ ହୋଇନାହିଁ। ଡାକ୍ତରଙ୍କୁ ପରେ ଜଣା ପଡ଼ିଥିଲା ଯେ ବିଲେଇ ପଞ୍ଝା ମାରିବା ଯୋଗୁଁ ଭିକ୍ଟୋରିଆ ବାର୍ଟୋନେଲା ବ୍ୟାକ୍ଟେରିଆ ଦ୍ବାରା ସଂକ୍ରମିତ ହୋଇଛନ୍ତି। ଆଣ୍ଟିବାୟୋଟିକ୍ସ ନେବା ସତ୍ବେ ଭିକ୍ଟୋରିଆଙ୍କୁ ପଞ୍ଝା ଲାଗିବା କାରଣରୁ ୯ବର୍ଷ ପରେ ମଧ୍ୟ ଅତ୍ୟଧିକ ଥକ୍କାପଣ ଅନୁଭବ ହୋଇଥାଏ।

{"id":125840,"width":588,"height":362}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.