Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ଭେସପାର ବିଭିନ୍ନ ମଡେଲକୁ ଅଧିକ ବିକଶିତ କଲା ପିଆଜିଓ, ଭାରତୀୟ ବଜାରରେ ଲଞ୍ଚ୍ ହେଲା ୨୦୨୦ ଏପ୍ରିଲା ଷ୍ଟର୍ମ

20/07/2020 at 7:46 PM

ନୂଆଦିଲ୍ଲୀ, ୨୦|୦୭: ପିଆଜିଓ ଇଣ୍ଡିଆ ସୋମବାର ଦୁଇଟି ସ୍କୁଟର ଲଞ୍ଚ କରିଛି । ଭେସପା ଭିଏକ୍ସଏଲ, ଏସଏକ୍ସଏଲ ଫେସ୍ ଲିଫ୍ଟ୍  ଓ ଏପ୍ରିଲା ଷ୍ଟର୍ମ ନାମରେ ତିନୋଟି ସ୍କୁଟରକୁ ବଜାର ପ୍ରବେଶ କରାଯାଇଛି । ଅଟୋ ଏକ୍ସପୋ ୨୦୨୦ରେ ଏହାକୁ ଲଞ୍ଚ୍ କରାଯାଇଛି । ଏହାର ପ୍ରି ବୁକିଂ ମଧ୍ୟ ଆରମ୍ଭ ହୋଇଯାଇଛି ।

ଭେସପା ଭିଏକ୍ସଏଲ, ଏସଏକ୍ସଏଲ ଫେସଲିଫ୍ଟ ୨୦୨୦ ମଡେଲ ହେଉଛି ଯଥାକ୍ରମେ ୧୨୫ ଓ ୧୫୦ ସିସିର ସ୍କୁଟର । ଏଥିରେ ଆଡଭାନସଡ୍ ମୋନକ୍ୱି ଫୁଲ୍ ଷ୍ଟିଲ୍ ବଡି, ଭାଇବ୍ରାଣ୍ଟ କଲର୍ ସ୍କିମସ୍, ଏବିଏସ ଓ କମ୍ବାଇନଡ୍ ବ୍ରେକିଂ ସିଷ୍ଟମ ରହିଛି । ଏହା ବିଏସ-୬ ଇଞ୍ଜିନ୍ ବିଶିଷ୍ଟ ଅଟେ । ଏହା ଭଲ ମାଇଲେଜ୍ ମଧ୍ୟ ପ୍ରଦାନ କରିବ ବୋଲି କମ୍ପାନୀ ଦାବି କରୁଛି ।

ସେହିପରି ଏପ୍ରିଲା ଷ୍ଟର୍ମରେ ୧୨୫ ସିସିର ଇଞ୍ଜିନ ରହିଛି । ଏହାର ଲୁକ୍ ସ୍ପୋର୍ଟି ରହିଛି । ଏଥିରେ ଡିସ୍କ ବ୍ରେକ୍ ସହ ଡିଜିଟାଲ୍ କ୍ଲଷ୍ଟର ରହିଛି । ଏହି ସ୍କୁଟରରେ ଭେଲଭ୍ ଟେକ୍ନୋଲୋଜୀ ସହ ଭଲ ଗ୍ରାଫିକ୍ସ ମଧ୍ୟ ରହିଛି । ଯାହା ଯୁବପୀଢିଙ୍କୁ ଆକୃଷ୍ଟ କରିବ । କରୋନା ଭାଇରସକୁ ନଜରରେ ରଖି ଅନଲାଇନରେ ଏହି ସବୁ ସ୍କୁଟିର ବୁକିଂ ଆରମ୍ଭ ହୋଇଛି । ଅନଲାଇନ୍ ବୁକିଂ କଲେ ଗ୍ରାହକଙ୍କୁ  ୨୦୦୦ ଟଙ୍କାର ରିହାତି ମିଳିବ।

କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଡିଏଗୋ ଗ୍ରାଫି କହିଛନ୍ତି ଯେ, ଭେସପା ଓ ଏପ୍ରିଲା ସ୍କୁଟର ସମସ୍ତଙ୍କୁ ପସନ୍ଦ ଆସିବ । ଏଥିରେ ବର୍ତ୍ତମାନର ସ୍ଥିତିକୁ ଦେଖି ସମସ୍ତ ସୁବିଧା ପ୍ରଦାନ କରାଯାଇଛି । ଏଥିରେ ଉନ୍ନତମାନର ଟେକ୍ନୋଲୋଜୀ ରହିଛି । ଏହା ଏକ ବେଞ୍ଚମାର୍କ ପ୍ରତିଷ୍ଠା କରିବ ବୋଲି ସେ ଆଶା କରିଛନ୍ତି ।

   Related Posts