ଭେସ୍ପା ୩୦୦ ହେଲା ଲଂଚ , ବୁଲେଟଠୁ ମଧ୍ୟ ଅଧିକ ପାୱାରଫୁଲ
14/02/2019 at 5:00 PM

ନୂଆ ଦିଲ୍ଲୀ୧୪|୨: ସ୍କୁଟର ନିର୍ମାତା କମ୍ପାନୀ ପିଆଗିଓ ସବୁଠୁ ପାୱାରଫୁଲ ଭେସ୍ପା ସ୍କୁଟର । ୨୦୧୯ ଭେସ୍ପା ଜିଟିଏସ ୩୦୦ (Vespa GTS 300) ଲଂଚ କରିଛି। ଏହି ଦମଦାର ସ୍କୁଟର ୟୁରୋପ ମାର୍କେଟ୍ରେ ଲଂଚ କରାଯାଇଛି। ଭାରତୀୟ ବଜାରରେ ଏହି ଗାଡି କେବେ ଲଂଚ ହେବ କିଛି ସୂଚନା ଆସିନାହିଁ।

୨୦୧୯ ଭେସ୍ପା ଜିଟିଏସ ୩୦୦ର ଖାସ ଫିଚର୍ସ ହେଲା-
୧. ନୂଆ ଭେସ୍ପା ସ୍କୁଟରରେ ୨୭୮ ସିସି, ସିଂଗଲ ସିଲିଣ୍ଡର ଇଂଜିନ ଦିଆଯାଇଛି ଯାହା ୨୩.୮ ବିଏଚପିର ପାୱାର ଓ ୨୬ ଏନଏମ ଟର୍କ ଜେନେରେଟ କରେ।
୨. ବୁଲେଟରେ ୩୪୬ ସିସିର ଇଂଜିନ ଅଛି ଯାହା ୧୯.୮ ବିଏଚପିର ପାୱାର ଓ ୨୮ ଏନଏମ ଟର୍କ ଜେନେରେଟ କରେ।
୩. ନୂଆ ଭେସ୍ପା ଜିଟିଏସ ୩୦୦ର ଷ୍ଟାଇଲିଂଗ ମଧ୍ୟ ବଦଳାଯାଇଛି।

୪. ଏଥିରେ ନୂଆ ଏଲଇଡି ହେଡଲାଇଟ୍ ଓ ସିଟ୍ର ଡିଜାଇନ୍ ଦିଆଅଛି।
୫. ସ୍କୁଟରର ଅଣ୍ଡରସିଟର ଷ୍ଟୋରେଜରେ ୨ଟି ଓପନ ଫେସ ହେଲମେଟ୍ ସୁବିଧାରେ ରଖାଯାଇପାରିବ।
୬.ଏଥିରେ ୟୁଏସ୍ବି ଚାର୍ଜିଙ୍ଗ ପୋର୍ଟ ମଧ୍ୟ ଅଛି।
