ଟି-୨୦ ବିଶ୍ବକପ : ଇଂଲଣ୍ଡର ଘାତକ ବୋଲିଂ ଆଗରେ ଓ୍ବେଷ୍ଟଇଣ୍ଡିଜ୍ ଚିତ୍‌ପଟାଙ୍ଗ, ମାତ୍ର ୫୫ ରନରେ ଅଲଆଉଟ

Published By : Prameya-News7 Bureau | October 23, 2021 IST

ଦୁବାଇ ୨୩/୧୦ : ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପରେ ଦ୍ବିତୀୟ ମ୍ୟାଚରେ ପ୍ରଥମେ ବ୍ୟାଟିଂକରି ଦୟନୀୟ ସ୍କୋର କରିଛି ଓ୍ବେଷ୍ଟଇଣ୍ଡିଜ । ୧୪.୨ ଓଭରରେ ମାତ୍ର ୫୫ ରନରେ ଅଲଆଉଟ ହୋଇଯାଇଛି । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ଇଂଲଣ୍ଡର ଘାତକ ବୋଲିଂ ସାମ୍ନାରେ ତିଷ୍ଠିପାରିନଥିଲା ଇଣ୍ଡିଜର କୌଣସି ବ୍ୟାଟ୍ସମ୍ୟାନ । ଓ୍ବେଷ୍ଟଇଣ୍ଡିଜର ୧୦ ଜଣ ବ୍ୟାଟ୍ସମ୍ୟାନ ୨ ଅଙ୍କ ସ୍କୋର ବି ଛୁଇଁପାରିନାହାନ୍ତି । ଯାହା ଫଳରେ ଇଂଲଣ୍ଡକୁ ମାତ୍ର ୫୬ରନର ବିଜୟ ଲକ୍ଷ ମିଳିଛି ।  

ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ଓପନର ଲେଣ୍ଡଲ୍ ସିମନ୍ସ ଏବଂ ଇଭିନ୍‌ ଲୁଇସ୍‌ ଫେଲ ମାରିଥିଲେ । ସିମନ୍ସ ୩ ରନ କରି ଆଉଟ ହୋଇଥିବା ବେଳେ ଲୁଇସ୍‌ ୬ ରନ କରି ଆଉଟ ହୋଇଛନ୍ତି । କେବଳ କ୍ରିସ୍ ଗେଲ ଦୁଇ ଅଙ୍କ (୧୩ରନ) କରିଛନ୍ତି । ସିମ୍ରନ ହେଟମାୟର ୯ ରନ, ଡ୍ବେନ୍‌ ବ୍ରାଭୋ ୫ ରନ, ନିକୋଲାସ ପୁରନ୍‌ ୧ ରନ, କିରଣ ପୋଲାର୍ଡ ୬ ରନ, ଆ​‌େ​‌ନ୍ଧ୍ର ରସେଲ ୦ ରନ, ଓବେଡ୍‌ ମାକ୍‌କେ ୦, ରବି ରାମପାଲ ୩ ରନ କରି ଆଉଟ ହୋଇଛନ୍ତି । ଆକେଲ ହୁସେନ୍‌ ୬ ରନ କରି ଅପରାଜିତ ଅଛନ୍ତି ।

ଇଂଲଣ୍ଡରୁ ସ୍ପିନର ଆଦିଲ ରସିଦ ଘାତକ ବୋଲିଂ କରି ଓ୍ବେଷ୍ଟଇଣ୍ଡିଜର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଦେଇଛନ୍ତି । ମାତ୍ର ୨.୨ ଓଭରରେ ୨ ରନ ଦେଇ ୪ଟି ଓ୍ବିକେଟ ନେଇଛନ୍ତି । ସେହିପରି ମୋଇନ ଅଲ୍ଲୀ ୪ ଓଭରରେ ୧୭ ରନ ୨ ଓ୍ବିକେଟ, କ୍ରିସ୍‌ ଓକସ୍‌ ୨ ଓଭରରେ ୧୨ ରନ ୧ ଓ୍ବିକେଟ୍, ଟାଇମଲ ମିଲସ୍‌ ୪ ଓଭରରେ ୧୭ ରନ ୨ ଓ୍ବିକେଟ, କ୍ରିସ ଜୋର୍ଡନ ୨ ସଭରରେ ୭ ରନ ଦେଇ ୧ ଓ୍ବିକେଟ ନେଇଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.