ତ୍ରୟମ୍ବକେଶ୍ଵରରେ ଶିବଙ୍କୁ ପୂଜା କରିବାକୁ ,ଲଣ୍ଡନରେ ଚିକିତ୍ସା ହେଉଥିବା ବଲିଉଡ଼ ଅଭିନେତା ଇରଫାନ ଭାରତ ଆସୁଛନ୍ତି

Published By : Prameya-News7 Bureau | November 25, 2018 IST

ଲଣ୍ଡନ;୨୫/୧୧- ବଲିଓଡ଼ ଅଭିନେତା ସିନେମା ଦୁନିଆରୁ ବାହାରେ ଅଛନ୍ତି ବୋଲି ଆମେ ସମସ୍ତେ ଊଣା ଅଧିକେ ଜାଣିଛନ୍ତି ।ସେ କ୍ୟାନସରରେ ପୀଡ଼ିତ ହେବା ପରେ ଆଉ କୌଣସି ଚ୍ଚଳଚିତ୍ରରେ ପ୍ରାୟ ଅଭିନୟ କରୁ ନ ଥିଲେ । କ୍ୟାନସରରରେ ପିଡ଼ିତ ହେବା ପରେ ଲଣ୍ଡନର ଏକ ଘୋରେଇ ହସପିଟାଲରେ ଚିକିତ୍ସା ଚାଲିଛି । ବିଶେଷ ସୂଚନାରୁ ଜଣାଯାଇଛି ଯେ- ସେ ମାତ୍ର କିଛି ଦିନ ପାଇଁ ଭାରତ ଆସୁଛନ୍ତି । ଇରଫାନ କେବେ ଆସିବେ ,ସେନେଇ କିଛି ଖବର ଜଣାପଡ଼ିନାହିଁ । ହେଲେ ଏତିକି ସୂଚନା ମିଳିଛି ଯେ –ନାସିକରେ ଥିବା ତ୍ରୟମ୍ବକେଶ୍ଵରକୁ ଶିବଂକ ପୂଜାର୍ଚ୍ଚନା ପାଇଁ ଆସୁଛନ୍ତି ।ସେ କେବଳ ଏହି ପୂଜା ପାଇଁ ଆସୁଛନ୍ତି ବୋଲି ଜଣାଯାଇଛି । ସେ ଭାରତରେ ଦୁଇଦିନ ରହି  ପୁଣି ଚିକିତ୍ସା ପାଇଁ ଲଣ୍ଡନ ଫେରିଯିବେ ବୋଲି ସୂଚନା ମିଳିଛି । ଜଣାପଡ଼ିଛି ଏ ପର୍ଯ୍ୟନ୍ତ ଯାଏଁ  ଡ଼ାକ୍ତର କିଛି କ୍ଲିନଚିଟ ଦେଇନାହାଁନ୍ତି । ସେ ଡ଼ାକ୍ତରଂକ ତତ୍ତ୍ଵାବଧାନରେ ଥିବା କାରଣରୁ ବାହାରକୁ  ଯିବାର ପ୍ରତିବନ୍ଧକ ଥିବାରୁ ସେ କୁଆଡ଼େ ଆଉ ଯାଉନାହାଁନ୍ତି । ଡ଼ାକ୍ତରଂକ କହିବା ଅନୁସାରେ ସେ ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ସବୁ ଠିକଠାକ ହୋଇଯିବ । ଇରଫାନ ବର୍ତ୍ତମାନ ଡ଼ାକ୍ତରଂକ ସମସ୍ତ  ଗାଇଡ଼ଲାଇନ ମାନି ଚଳୁଛନ୍ତି । ସେ ସେଥିପାଇଁ ବାହାର ଦୁନିଆରୁ ବିଚ୍ଚିନ୍ନ ଅଛନ୍ତି ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି । ହିନ୍ଦି ମିଡ଼ିୟମ-୨ର ସୁଟିଂଗ ପାଇଁ ଭାରତ ଆସିଥିବା କଥା ଗୁଜବ ଶୁଣିବାକୁ ମିଳିଥିଲା  । କିନ୍ତୁ ସେ ଅସୁସ୍ଥ ଥିବା କାରଣରୁ ଭାରତ ଆସିବାକୁ ଏଡ଼ାଇଦେଇଛନ୍ତି । ଏହା ଗୁଜବ ଥିବା କଥା ଜଣାଯାଇଛି । ଜୀବନରେ ଏପରି କିଛି ହୁଏ ଯାହା ଆପଣଂକୁ ଆଗକୁ ନେଇଯାଇଥାଏ ।ମୋ ଜୀବନରେ ଶେଷ କିଛି ଦିନ ଏପରି ହିଁ ଘଟିଛି । ମୋତେ ନ୍ୟୁରୋଏଣ୍ଡୋକ୍ରାଇନ ଟ୍ୟୁମର ହେବା କାରଣରୁ ଅସୁସ୍ଥ ଅଛି କିନ୍ତୁ ମୋ ଆଖପାଖରେ ଥିବା ଲୋକଂକର ଭଲପାଇବା ମୋତେ ବଂଚିବାକୁ ଶକ୍ତି ଦେଇଛି ବୋଲି କହିଛନ୍ତି ଇରଫାନ ଖାନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.