Very Severe Cyclonic Storm ଅତିଭୀଷଣ ବାତ୍ୟାରେ ପରିଣତ ହେବ'ବୁଲ୍‌ବୁଲ୍‌' ଏପରି ସମୁଦ୍ର ମଧ୍ୟରେ କରିବ ଶକ୍ତି ସଂଗ୍ରହ- IMD

Published By : Prameya-News7 Bureau | November 05, 2019 IST

ନୂଆଦିଲ୍ଲୀ - ଆଣ୍ଡାମାନ ସାଗରରେ ଘନୀଭୂତ ହେଉଥିବା ଲଘୁଚାପ ଅତିଭୀଷଣ ଘୂର୍ଣ୍ଣୀବାତ୍ୟାର ରୂପ ନେଇ ପାରେ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ବା IMD ପକ୍ଷରୁ ସୂଚନା ଦିଆଯାଇଛି । ଦକ୍ଷିଣ ପୂର୍ବ ଓ ପୂର୍ବ କେନ୍ଦ୍ର ବଙ୍ଗୋପ ସାଗର ଉପରେ ଏହି ଲଘୁଚାପ ଘନୀଭୂତ ହେବାରେ ଲାଗିଛି । ଏହା ସମୁଦ୍ର ମଧ୍ୟରେ ଧୀରେ ଧୀରେ ଶକ୍ତି ସଂଗ୍ରହ କରି ଅତି ଭୀଷଣ ବାତ୍ୟା Very Severe Cyclonic Storm ରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଏକ ବୁଲେଟିନ୍‌ରେ ସୂଚନା ଦେଇଛି ।

ମଙ୍ଗଳବାର ସକାଳ ୧୧ଟା ସୁଦ୍ଧା ଏହା ଉତ୍ତର ଆଣ୍ଡାମାନ ସାଗର ଓ ଦକ୍ଷିଣ ପୂର୍ବ ବଙ୍ଗୋପ ସାଗରରେ ଘନୀଭୂତ ଥିଲା । ଏହା ସମୁଦ୍ର ଭିତରେ ଘଣ୍ଟାପ୍ରତି ୧୪ କିଲୋମିଟର ବେଗରେ ଆଗକୁ ବଢୁଛି । ଆଣ୍ଡାମାନର ମାୟାବନ୍ଦର ନିକଟରୁ ଏହା ୨୪୦ କିଲୋମିଟର ପାରାଦୀପ ଠାରୁ ୯୦୦ କିଲୋମିଟର, ପଶ୍ଚିମବଙ୍ଗର ସାଗରଦ୍ୱୀପରୁ ୯୯୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ଥିଲା । ଏହା ଭୀଷଣ ଅବପାତ , ପରେ ଘୂର୍ଣ୍ଣୀବାତ୍ୟାର ରୂପ ନେବ । ୯ ତାରିଖ ବେଳକୁ ଏହା ଅତି ଭୀଷଣ ସାମୁଦ୍ରକ ଝଡ ବା Very Severe Cyclonic Stormର ରୂପ ନେଇପାରେ ।

{"id":179527}

ଅତି ଭୀଷଣ ସାମୁଦ୍ରକ ଝଡ Very Severe Cyclonic Storm ବୁଲ୍‌ବୁଲ୍‌ ସମୁଦ୍ର ମଧ୍ୟରେ ପଶ୍ଚିମ ଓ ଉତ୍ତର ପଶ୍ଚିମ , ପରେ ଉତ୍ତର ଉତ୍ତ୍ର ପଶ୍ଚିମ ଦିଗରେ ଗତି କରିବ ବୋଲି ସୂଚନା ଦିଆଯାଇଛି । ଏହା ଉତ୍ତର ଓଡିଶା, ପଶ୍ଚିମବଙ୍ଗ ଉପକୂଳ ଓ ବଙ୍ଗଳାଦେଶ ଉପକୂଳ ମଧ୍ୟରେ ସ୍ଥଳଭାଗ ସ୍ପର୍ଶ କରିପାରେ ।

ମଙ୍ଗଳବାର ସକାଳ ୫ଟାରେ ଏହା ଅବପାତର ରୂପ ନେଇଛି । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିଲମିଟର ଥିଲା
.
ମଙ୍ଗବାର ଅପରାହ୍ନ ୫ଟା ୩୦ ସୁଦ୍ଧା ଏହା ଭୀଷଣ ଅବପାତର ରୂପ ନେଇଛି । ଏହା ସମୟରେ ପବନର ବେଗ ଘଣ୍ଟାପ୍ରତି ୬୦ରୁ ୭୦ କିଲୋମିଟର ରହିବ ।

ବୁଧବାର ସକାଳ ୧୧ଟା ୩୦ରେ ଏହା ଘୂର୍ଣ୍ଣୀବାତ୍ୟାର ରୂପ ନେବ ପବନର ବେଗ ଘଣ୍ଟାପ୍ରତି ୬୫ରୁ ୭୦ କିଲୋମିଟର ରହିବ ।

ବୁଧବାର ଅପରାହ୍ନ ୫ଟା ୩୦ ମଧ୍ୟରେ ଘଣ୍ଟାପ୍ରତି ୭୫ରୁ ୮୫ କିଲୋମିଟର ପବନର ବେଗ ।

ଗୁରୁବାର ୭ ତାରିଖରେ ଏହା ବତ୍ୟାର ରୂପ ଧାରଣ କରିବ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ପବନର ବେଗ ।

ଗୁରୁବାର ଅପରାହ୍ନ ୫ ବେଳକୁ ଏହା ଭୀଷଣ ବାତ୍ୟାରେ ପରିଣତ ହେବ ପବନର ବେଗ ଘଣ୍ଟାପ୍ରତି ୧୧୦ରୁ ୧୨୦ କିଲୋମିଟର

ଶୁକ୍ରବାର ୮ ତାରିଖ ସକାଳ ବେଳକୁ ଏହା Very Severe Cyclonic Storm ବା ଅତି ଭୀଷଣ ବାତ୍ୟାରେ ପରିଣତ ହେବ ଘଣ୍ଟାପ୍ରତି ପବନର ବେଗ ୧୨୦ରୁ ୧୩୦ କିଲୋମିଟର ଯାହା ୧୪୫ କିଲୋମିଟରରେ ପହଞ୍ଚି ପାରେ ।

{"id":179528}

ଶୁକ୍ରବାର ଅପରାହ୍ନରେ ପବନର ବେଗ ଘଣ୍ଟା ପ୍ରତି ୧୩୦ରୁ ୧୪୦ କିଲୋମିଟର ରହିବାରେ । ଏହା ବେଳେ ବେଳେ ୧୫୫ କିଲୋମିଟରରେ ପହଞ୍ଚିପାରେ ।

ଶନିବାର ୯ ତାରିଖ ସକାଳେ Very Severe Cyclonic Stormରେ ପବନର ବେଗ ଘଣ୍ଟାପ୍ରତି ୧୪୦ରୁ ୧୫୦ କିଲୋମିଟର ରହିବ । ଏହା ସର୍ବାଧିକ ୧୬୫ କିଲୋମିଟରରେ ପହଞ୍ଚିପାରେ ।

ଶନିବାର ରାତିରେ ପବନର ବେଗ ୧୩୦ରୁ ୧୪୦ କିଲୋମିଟର ଘଣ୍ଟାପ୍ରତି ରହିପାରେ ।

ଉପକୂଳ ଓଡିଶାରେ ୯ ତାରିଖରୁ ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.