ବିଜେଡିରେ ଶିଳ ଶିଳପା ସ୍ଥିତି: ଟିକେଟ କଟିବା ଭୟରେ ବଡ ବଡିଆ ନେତା ବି ହାଜିରା ଦେଉଛନ୍ତି ନବୀନ ନିବାସରେ

Published By : Prameya-News7 Bureau | March 15, 2019 IST

ଭୁବନେଶ୍ବର୧୫|୩: ହାତରେ ବାୟୋଡାଟା ଆଉ ନବୀନ ନିବାସ ଆଗରେ ହାଜରା । ଟିକେଟ ବଣ୍ଟା ଘଡିରେ ଏଭଳି ଚିତ୍ର ବିଜେଡି ରାଜନୀତିକୁ ସରଗରମ କରିଛି । ପ୍ରତିଦିନ ଏବେ କିଏ ନା କିଏ ଦଳରେ ମିଶୁଛି ତ ଆଉକିଏ ଦଳ ଛାଡୁଛି । ଆଜି ନୀଳଗିରି ବିଧାୟକ ବିଜେଡିକୁ ବାଏବାଏ କରିଛନ୍ତି । ସେପଟେ ଯେଉଁମାନଙ୍କ ଟିକେଟ କନଫର୍ମ କରୁନାହାଁନ୍ତି ହାଇକମାଣ୍ଡ ସେମାନେ ପତ୍ନୀ କିମ୍ବା ସନ୍ତାନଙ୍କ ପାଇଁ ବି କିଛି କମ୍ ଲବି କରୁନାହାଁନ୍ତି ।….

{"id":93944,"width":594,"height":419}

ରୋଚକ ହେଉଛି ବିଜେଡିର ଟିକେଟ ବଣ୍ଟା ରାଜନୀତି । କିଏ ବିଧାୟକ ଓ ସାଂସଦ ଥାଇ ବି ପୁଣି ଟିକେଟ ଖଣ୍ଡେ ପାଇଁ ନବୀନ ନିବାସ ଆଗରେ ଲମ୍ବା ଲାଇନରେ ଠିଆ ହେଉଛି ତ ଆଉ କିଏ ଟିକେଟ ମିଳୁନି ଜାଣି ସିଧା ଦଳରୁ ଇସ୍ତଫା ଘୋଷଣା କରୁଛି । ପୁଣି କିଏ ନିଜେ ନହେଲେ ନାହିଁ ପଛେ ସ୍ତ୍ରୀ କିମ୍ବା ପୁଅ-ଝିଅଙ୍କ ପାଇଁ ଟିକେଟ ଲବି କରୁଛନ୍ତି ।

{"id":93945,"width":595,"height":374}

ପ୍ରଥମ ପର୍ଯ୍ୟାୟ ନାମାଙ୍କନ ପତ୍ର ଦାଖଲ ଯେତିକି ପାଖଉଛି ବିଜେଡି ଭିତର ରାଜନୀତି  ସେତିକି ଗରମ ହେଉଛି । ଗତକାଲି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ଦଳରୁ ଇସ୍ତଫା ଦେଇଥିଲେ । ଆଜି ନିଳଗିରି ବିଧାୟକ ସୁକାନ୍ତ ନାଏକ ବିଜେଡିରୁ ଇସ୍ତଫା ଦେଇଛନ୍ତି । ସେପଟେ ଆଉକିଛି ବିଧାୟକ ଓ ତାଙ୍କ ସମର୍ଥକ ନବୀନଙ୍କ ସାମ୍ନାରେ କହିଛନ୍ତି ଆମପ୍ରାର୍ଥିଙ୍କୁ ଟିକେଟ ନମିଳିଲେ ଦଳୀୟ ନେତାଙ୍କୁ ହରାଇବୁ । ଭବାନୀପାଟନା ବିଧାୟକ ଅନାମ ନାଏକଙ୍କ ସମର୍ଥକମାନେ ଖୋଦ୍ ଆଜି ଦଳ ସୁପ୍ରିମୋଙ୍କ ଉପସ୍ଥିତିରେ ପରୋକ୍ଷ ଚେତାବନୀ ଦେଇଛନ୍ତି ।

{"id":93947,"width":594,"height":410}

କିଏ କେଉଁଠି ଟିକେଟ ପାଇବ ଏନେଇ ଏକପ୍ରକାର ଦଳ ସ୍ଥିର କରିସାରିଛି ।କିନ୍ତୁ ବାୟୋଡାଟା ଧରି ବହୁ ଆଶାୟୀ ନବୀନ ନିବାସରେ ଭିଡ ଜମଉଛନ୍ତି । ସମସ୍ତଙ୍କ କଥା ବିଚାର ହେବ ବୋଲି ପ୍ରତିଶୃତି ବି ମିଳୁଛି । କିନ୍ତୁ ବେଶି ଦୟନୀୟ ସ୍ଥିତିରେ ଅଛନ୍ତି ୨୦୧୪ରେ ବିଧାୟକ ଓ ସାଂସଦ ଜିତିଥିବା ଆଶାୟି ମାନେ ।

{"id":93948,"width":597,"height":420}

ଯେଉଁମାନେ ଏଥର ଟିକେଟ ପାଇବେନି ଜାଣି ସାରିଲେଣି ସେମାନଙ୍କ ଭିତରୁ ଅନେକ ନିଜର ପତ୍ନୀ କିମ୍ବା ପୁଅ କି ଝିଅ ପାଇଁ ନବୀନଙ୍କ ଆଗରେ ଗୁହାରି କରୁଛନ୍ତି । ବହୁ ବଡବଡ ନେତାଙ୍କ ଏଭଳି ଅବସ୍ଥା ଯେ ବାରମ୍ବାର ନବୀନ ନିବାସରେ ଚକ୍କର କାଟିବାକୁ ପଡୁଛି ।

{"id":93949,"width":595,"height":408}

ବିଜେଡି ବେଶିରେ ବେଶି ୧୭ ତାରିଖ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଟିକେଟ ଘୋଷଣା କରିଦେବ ବୋଲି କୁହାଯାଉଛି । ୪ ଲୋକସଭା ଓ ୨୮ ବିଧାନସଭା ପାଇଁ କିଏ ପ୍ରାର୍ଥି ହେବ ତାଉପରେ ମୋହର ଲାଗି ସାରିଛି । ତାପରେ ବି ଆଶାୟୀଙ୍କ ନବୀନ ନିବାସ ଆଗରେ ଟିକେଟ ପାଇଁ ଚକ୍କର ଥମୁନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.