Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ସେଓ ଖାଇବାର ଏହି ୩ଟି ଫାଇଦା ବିଷୟରେ ଜାଣିଥିବେ ବହୁତ କମ୍ ଲୋକ

25/09/2019 at 6:22 PM

ସେଓ କେବଳ ସ୍ବାଦିଷ୍ଟ ହୋଇନଥାଏ ବରଂ ଏଥିରେ ବିଭିନ୍ନ ପ୍ରକାରର ତତ୍ତ୍ବ ରହିଥାଏ ଯାହା ଆମ ଶରୀରକୁ ପୋଷକ ପ୍ରଦାନ କରିଥାଏ। ଶରୀରକୁ ଆବଶ୍ୟକୀୟ ପଦାର୍ଥ ମଧ୍ୟ ଯୋଗାଇଥାଏ। ଏହା ବ୍ୟତୀତ ସେଓ ଖାଇବା ଦ୍ବାରା ଅନେକ ପ୍ରକାରର ରୋଗ ହେବାର ସମ୍ଭାବନା କମି ଯାଇଥାଏ। ତେବେ ଆସନ୍ତୁ ଜାଣିବା ସେଓ ଖାଇବାର ଫାଇଦା ବିଷୟରେ ଯାହା ବହୁତ କମ୍ ଲୋକ ଜାଣିଛନ୍ତି।

ଫଳ ଏବଂ ପନିପରିବାରେ କ୍ୟାନସର ନିରୋଧୀ ଗୁଣ ରହିଥାଏ,ଏଗୁଡ଼ିକ ମଧ୍ୟରେ ସେଓ ବି ସାମିଲ ରହିଛି। ସେଓ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ହୋଇଥାଏ ଯାହା କ୍ୟାନସରକୁ ରୋକିବାରେ ସାହାଯ୍ୟ କରିଥାଏ। ସେଓରେ ଏସିଟୋଜେନିନ ଏବଂ ଏଲିକଇଡ ଭଳି ଯୌଗିକ ରହିଥାଏ ଯାହା କ୍ୟାନସର ଏବଂ କିଡନିରେ ଷ୍ଟୋନର ଆଶଙ୍କାକୁ କମ୍ କରିଥାଏ।

  ସେଓ ଭିଟାମିନ୍ ବି-କମ୍ପଲେକ୍ସର ଉତ୍ପାଦକ ହୋଇଥାଏ।ଏହା ମସ୍ତିଷ୍କରେ ଜିଏବିଏ ନ୍ୟୁଟନର ରାସାୟନିକ ସ୍ତରକୁ ସନ୍ତୁଳିତ କରିଥାଏ। ଫଳରେ ମାନସିକ ଅବସାଦ,ଚିଡ଼ଚିଡ଼ାପଣ,ଚିନ୍ତା ଆଦି ଦୂର ହୋଇଥାଏ। ଏହା ପାର୍କିନସନ ଭଳି ରୋଗକୁ ରୋକିବାରେ ସକ୍ଷମ ହୋଇଥାଏ। ଏଥିପାଇଁ ନିଜ ମସ୍ତିଷ୍କକୁ ସୁସ୍ଥ ରଖିବା ପାଇଁ ନିୟମିତ ଭାବେ ସେଓ ଖାଇବା ଉଚିତ୍।

ସେଓ ମିଶ୍ରଣର ବ୍ୟବହାର ଅଲସର,ବଥ ଆଦିର ଚିକିତ୍ସା ପାଇଁ କରାଯାଇଥାଏ। ସେଓରେ ଥିବା ଭିଟାମିନ୍ ସି ଘା’କୁ ଶୁଖିବାରେ ସାହାଯ୍ୟ କରିଥାଏ। ସେଓ ଫଳର ଜୁସ୍ ନିୟମିତ ଭାବେ ପିଇବା ଦ୍ବାରା ଆମ ତ୍ବଚାର କୋଶିକା ସୁସ୍ଥ ରହିଥାଏ। ସେଓ ଖାଇବା ଦ୍ବାରା ବିଭିନ୍ନ ପ୍ରକାରର ଚର୍ମ ସମସ୍ୟା ଦୂର ହୋଇଥାଏ। ଏହା ଫୁଲା ଏବଂ ଏକଜିମାକୁ ରୋକିବାରେ ସାହାଯ୍ୟ କରିଥାଏ।   

   Related Posts