Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ସାହସିକ ରାୟ ଶୁଣାଇଥିଲେ ଆହ୍ଲାବାଦ ହାଇକୋର୍ଟ, ଭୂୟସୀ ପ୍ରଶଂସା କଲେ ସିଜେଆଇ

11/09/2021 at 9:44 PM

ନୂଆଦିଲ୍ଲୀ ୧୧।୦୯: ୧୯୭୫ରେ ମସିହାରେ ହାଇକୋର୍ଟର ରାୟକୁ ସ୍ଵାଗତ କରିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନଭି ରମନ୍ନା। ଶନିବାର ଆହ୍ଲାବାଦ ହାଇକୋର୍ଟର ଇତିହାସ ଓ ଯୋଗଦାନକୁ ମନେ ପକାଇ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ହୋଇଥିବା ନିଷ୍ପତ୍ତିକୁ ପ୍ରଧାନ ବିଚାରପତି ପ୍ରଶଂସା କରିଛନ୍ତି। ସିଜେଆଇ କହିଛନ୍ତି, ୧୯୭୫ ମସିହାରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ନିର୍ବାଚନୀ ଅନିୟମିତତା ଅଭିଯୋଗ ପରେ ବିଚାରପତି  ଜଗମୋହନଲାଲ ସିହ୍ନାଙ୍କ ଦ୍ଵାରା ତାଙ୍କୁ ଅଯୋଗ୍ୟ ଘୋଷିତା କରିବା ନିଷ୍ପତ୍ତି ବହୁତ ସାହସିକ ଥିଲା। ତାଙ୍କର ନିଷ୍ପତ୍ତି ଦେଶକୁ ଦୋହଲାଇ ଦେଇଥିଲା, ଯେଉଁ କାରଣରୁ ସେ ସମୟର ସରକାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଆଇନ ମନ୍ତ୍ରୀ କିରଣ ରିଜିଜୁଙ୍କ ସହ ପ୍ରଧାନ ବିଚାରପତି ଏନଭି ରମନ୍ନା ଆହ୍ଲାବାଦରେ ନ୍ୟାସନାଲ ଲ ୟୁନିଭର୍ସିଟି ଓ ଆହ୍ଲାବାଦ ହାଇକୋର୍ଟର ନୂତନ ଭବନର ଶିଳାନ୍ୟାସ୍ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସେ ଦେଶର ସବୁଠୁ ପୁରାତନ ଉଚ୍ଚ ନ୍ୟାୟାଳୟର ପରମ୍ପରା ଏବଂ ଯୋଗଦାନକୁ ମନେ ପକାଇ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।

ପ୍ରଧାନ ବିଚାରପତି ରମନ୍ନା କହିଛନ୍ତି, ୧୯୭୫ରେ ବିଚାରପତି ଜଗମୋହନଲାଲ ସିହ୍ନା ଆହ୍ଲବାଦ ହାଇକୋର୍ଟରେ କାର୍ଯ୍ୟରତ ଥିଲେ। ତାଙ୍କର ସେହି ସମୟର ନିଷ୍ପତ୍ତି ଦେଶକୁ ଦୋହଲାଇ ଦେଇଥିଲା। ସେ ଦେଶର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷିତ କରିଥିଲେ। ବିଚାରପତିଙ୍କ ଏହି ନିର୍ଣ୍ଣୟ ବହୁତ ସାହସିକ ଥିଲା। ଯାହାର ପ୍ରଭାବରେ ଦେଶରେ ଜରୁରୀକାଳୀନ ଘୋଷଣା କରି ଦିଆଗଲା। ଆହ୍ଲାବାଦ ହାଇକୋର୍ଟର ଇତିହାସ ୧୫୦ ବର୍ଷରୁ ଅଧିକ ପୁରୁଣା ବୋଲି ପ୍ରଧାନ ବିଚାରପତି କହିଛନ୍ତି।

   Related Posts