Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

୫୦ହଜାର ଟଙ୍କିଆ ନୋଟ ଜାରି କରିବ ଭେଞ୍ଜୁଏଲା କେନ୍ଦ୍ରୀୟ ବ୍ୟାଙ୍କ

13/06/2019 at 9:35 PM

ଗୁରୁତର ଆର୍ଥିକ ସଙ୍କଟଗ୍ରସ୍ତ ଭେଞ୍ଜୁଏଲାରେ ସୃଷ୍ଟି ହୋଇଥିବା ପରିସ୍ଥିତିର ମୁକାବିଲା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଅଣ୍ଟାଭିଡିଛନ୍ତି। ବଜାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏବେ ବ୍ୟାଙ୍କ ୧୦, ୨୦ ଓ ୫୦ ହଜାର ଟଙ୍କିଆ ନୋଟ ବଜାରକୁ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଦ୍ବାରା ବ୍ୟବସାୟିକ ଲେନଦେନ ସୁବିଧାଜନକ ହେବ ବୋଲି ବ୍ୟାଙ୍କ ଆଶାବ୍ୟକ୍ତ କରିଛନ୍ତି ।

ଏକଦା ଲାଟିନ ଆମେରିକୀୟ ଦେଶଙ୍କ ମଧ୍ୟରେ ଭେଞ୍ଜୁଏଲା ସବୁଠୁ ସମୃଦ୍ଧ ଦେଶ ଥିଲା। ଏହାର ବିଶାଳ ତୈଳ ଭଣ୍ଡାର ଯୋଗୁ ଦେଶର ଦ୍ରୁତ  ଆର୍ଥିକ ପ୍ରଗତି ହୋଇଥିଲା। ତେବେ ଅବସ୍ପିତି ଯୋଗୁ ଦେଶରେ ଏବେ ଏପରି ଅବସ୍ଥା ହୋଇଛି ଯେ ଲୋକେ ଗୋଟିଏ ପ୍ୟାକେଟ୍ ବ୍ରେଡ ପାଇଁ ଗୋଟିଏ ବ୍ୟାକ୍ ଟଙ୍କା ଦେଉଛନ୍ତି। ଏବେ କେନ୍ଦ୍ରୀୟ ବ୍ୟାଙ୍କ ଯଦି ୫୦ ହଜାର ଟଙ୍କା ନୋଟ ବଜାରକୁ ଛାଡନ୍ତି ତେବେ ଏଥିରେ ଅତିବେଶିରେ ଗୋଟିଏ କେଜି ସେଓ କିଣାଯାଇପାରିବ କି ନା ତାହା ବି ସନ୍ଦେହରେ।

ଦେଶରେ ଲୋକଙ୍କ ପାଖରେ ଏବେ ଖାଇବାକୁ ବି ଟଙ୍କା ନାହିଁ। କେହି ସହାୟତା କରିବାକୁ ଚାହୁଁଥିଲେ ବି ଅବସ୍ପିତି ଏମିତି ପରିସ୍ଥିତିରେ ପହଞ୍ଚିଛି ଯେ ତାହା ବି ସମ୍ଭବ ହେଉ ନାହିଁ। ଦେଶର ଅର୍ଥ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୂଷୁଡି ପଡିଛି। ୨୦୧୮ ମୁଦ୍ରାସ୍ଫିତିରେ ଦେଶରେ ସବୁଠାରୁ ବଡ ନୋଟ ଥିଲା ୫୦୦ ବୋଲିଭର । ହେଲେ ଏବେ କେନ୍ଦ୍ରୀୟ ବ୍ୟାଙ୍କ ୫୦ ହଜାର ବୋଲିଭର ଜାରି କରିବା ପରେ ପରିସ୍ଥିତି କଣ ହେଉଛି ତାହା ଉପରେ ସମସ୍ତଙ୍କ ନଜର

   Related Posts