ସେପ୍ଟେମ୍ବର ୧ତାରିଖରେ କର୍କଟ ରାଶିରେ ପ୍ରବେଶ କରିବେ ଶୁକ୍ର ଗ୍ରହ : ଜାଣନ୍ତୁ କେଉଁ କେଉଁ ରାଶିର ବ୍ୟକ୍ତିମାନେ ହେବେ ଲାଭବାନ୍

Published By : Prameya-News7 Bureau | August 26, 2020 IST

ଧନ,ଘର,ସମ୍ପତ୍ତି,ଗାଡ଼ି,ସମୃଦ୍ଧି,ବିଳାସ,ବୈଭବ,ଐଶ୍ବର୍ଯ୍ୟ ଏବଂ ଭୋଗର କାରକ ଗ୍ରହ ଶୁକ୍ର ୨୦୨୦ ସେପ୍ଟେମ୍ବର ୧ତାରିଖରେ କର୍କଟ ରାଶିରେ ଗୋଚର କରିବେ। ଶୁକ୍ର ଗ୍ରହ କର୍କଟ ରାଶିରେ ଅକ୍ଟୋବର ଯାଏଁ ରହିବେ। ଏହା ପରେ ପୁଣି ରାଶି ପରିବର୍ତ୍ତନ କରିବେ। ଏପରି କୁହାଯାଇଥାଏ ଯେ ବ୍ୟକ୍ତିଙ୍କ ଜୀବନର ସମସ୍ତ ସୁଖ ସୁବିଧା ଶୁକ୍ର ଗ୍ରହ କାରଣରୁ ହିଁ ମିଳିଥାଏ। ଏହି ଗ୍ରହର ରାଶି ପରିବର୍ତ୍ତନ କରିବା ଦ୍ବାରା କେତେକ ରାଶିର ବ୍ୟକ୍ତିଙ୍କ ପାଇଁ ଭଲ ସମୟ କୁହାଯାଇଥାଏ। ଶୁକ୍ରଙ୍କ ଜାତକର ଦ୍ବାଦଶ ଭାବ ଦୁଃଖ ଭାବ ହେବା ସହ ଭୋଗର ମଧ୍ୟ କାରକ କୁହାଯାଇଛି। ଆସନ୍ତୁ ଜାଣିବା ଏହାର ରାଶି ବଦଳିବା ଦ୍ବାରା କାହାକୁ ଫାଇଦା ମିଳିବ।

ମେଷ ରାଶି : ଏହି ରାଶିର ଲୋକଙ୍କ ଏହି ପରିବର୍ତ୍ତନ ଭଲ ପରିଣାମ ଦେଖାଇବ। ଆପଣଙ୍କୁ ଜୀବନରେ ସଫଳତା ମିଳିବ। ଘରେ ଭୌତିକ ସୁଖ ମଧ୍ୟ ବଢ଼ିବ।

ମିଥୁନ ରାଶି : ମିଥୁନ ରାଶିର ବ୍ୟକ୍ତିଙ୍କ ପାଇଁ ଶୁକ୍ରର ଗୋଚର ଧନଲାଭ ତ କରାଇବ ଏହା ସହିତ ଆପଣଙ୍କୁ ସମାଜରେ ମାନ ସମ୍ମାନ ମଧ୍ୟ ପ୍ରଦାନ କରିବ। ଏହି ପରିବର୍ତ୍ତନ ଦ୍ବାରା ଆପଣଙ୍କୁ ସରକାରୀ ଅଧିକାରୀଙ୍କଠୁ ସହଯୋଗ ମିଳିବ।

କର୍କଟ ରାଶି : ଶୁକ୍ରଙ୍କ ଗୋଚର କର୍କଟ ରାଶିରେ ହେଉଛି,ଏହି ରାଶିର ଲୋକ ନିଜ ଜୀବନରେ ଭୌତିକ ସୁଖ ଜିନିଷ ଉପରେ ଅଧିକ ଖର୍ଚ୍ଚ କରିବେ।

କନ୍ୟା ରାଶି : ଆପଣଙ୍କ ରାଶିରେ ଶୁକ୍ରଙ୍କ ଗୋଚର ଆପଣଙ୍କ ଚାକିରୀରେ ଫାଇଦା ପ୍ରଦାନ କରିବା ସହ ଆପଣଙ୍କ ଘର କରିବା ପ୍ଲାନିଂ ପୂରଣ ହେବ।

ଧନୁ ରାଶି : ଏହି ରାଶିର ଲୋକଙ୍କୁ କୌଣସି ନୂଆ କାମ କରିବାର ଇଚ୍ଛା ପ୍ରକାଶ ହେବ ଏବଂ ସେମାନେ ଏହା ପୂରା କରିପାରିବେ। ଆପଣଙ୍କ ପାଇଁ ଭଲ ସମୟ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.