ସେପ୍ଟେମ୍ବର ୨୭ତାରିଖ ପର୍ଯ୍ୟନ୍ତ କର୍କଟ ରାଶିରେ ରହିବେ ଶୁକ୍ର : ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ରହିବେ ଫାଇଦାରେ ଏବଂ କେଉଁ ରାଶି ବ୍ୟକ୍ତିଙ୍କର ହେବ କ୍ଷତି

Published By : Prameya-News7 Bureau | September 09, 2020 IST

ରାକ୍ଷସଙ୍କ ଗୁରୁ ଶୁକ୍ର ଚନ୍ଦ୍ରଙ୍କ ରାଶି କର୍କଟରେ ସେପ୍ଟେମ୍ବର ୧ତାରିଖ ମଧ୍ୟରାତ୍ରି ୨ଟା ବାଜି ୨ମିନିଟରେ ପ୍ରବେଶ ପରେ ଏଠାରେ ଶୁକ୍ର ସେପ୍ଟେମ୍ବର ୨୭ତାରିଖ ମଧ୍ୟରାତ୍ରି ଯାଏଁ ରହିବେ। ଶୁକ୍ରଙ୍କ ୨ଟି ରାଶି ହେଉଛି ବୃଷ ଏବଂ ତୁଳା। ପୂର୍ବାଫାଲଗୁନି,ଭରଣୀ ଏବଂ ପୂର୍ବାଷାଢ଼ା ଏମାନଙ୍କ ନକ୍ଷତ୍ର। ଭୃଗୁ ରାଶି ତାଙ୍କ ବାପା। ତାଙ୍କର ୨ଜଣ ପତ୍ନୀ –ପିତୃ ପୁରୁଷଙ୍କ ପୁତ୍ରୀ ଗୋ ଏବଂ ଦେବରାଜ ଇନ୍ଦ୍ରଙ୍କ ପୁତ୍ରୀ ଜୟନ୍ତୀ। ନିଜ ଶତୃ ଦେବଗୁରୁ ବୃହସ୍ପତିଙ୍କ ମୀନ ରାଶିରେ ଯାଇ ଶୁକ୍ର ସର୍ବାଧିକ ବଳ ପ୍ରାପ୍ତ କରିଥାନ୍ତି। କନ୍ୟା ରାଶି ତାଙ୍କର ସବୁୟଠୁ ଦୁର୍ବଳ ରାଶି ବୋଲି ଜଣା ଯାଇଥାଏ।

ତାଙ୍କ ମିତ୍ରତା ବୁଧ,ରାହୁ ଏବଂ ଶନି ସହ ରହିଛି। ଶୁକ୍ର ମାଲାବ୍ୟ ମହାପୁରୁଷ ରାଜଯୋଗ କରିଥାନ୍ତି। ବିଂଶୋତ୍ତରୀ ଦଶାରେ ତାଙ୍କୁ ସବୁଠୁ ଅଧିକ ସମୟ ୨୦ବର୍ଷ ଦିଆଯାଇଛି। ଶୁକ୍ର ବୃଷ,ମିଥୁନ,କନ୍ୟା,ତୁଳା,ମକର ଏବଂ କୁମ୍ଭ ଲଗ୍ନ ଥିବା ବ୍ୟକ୍ତିଙ୍କୁ ଭଲ ଫଳ ପ୍ରଦାନ କରିଥାନ୍ତି। ଦେବରାଜ ଇନ୍ଦ୍ରଙ୍କୁ ଶୁକ୍ରଙ୍କ ଅଧିଦେବତା କୁହାଯାଇଥାଏ। ମୃତସଞ୍ଜିବନୀ ବିଦ୍ୟା ଶୁକ୍ରଙ୍କୁ ନିଜେ ଭଗବାନ ଶିବ ପ୍ରଦାନ କରିଥିଲେ। କନ୍ୟା,ତୁଳା,ମକର ଏବଂ କୁମ୍ଭ ରାଶିର ବ୍ୟକ୍ତିଙ୍କୁ କର୍କଟ ରାଶିର ଶୁକ୍ରଙ୍କ ଯୋଗୁଁ ସାବଧାନ ରହିବାକୁ ହେବ। ଆସନ୍ତୁ ଜାଣିବା ସମସ୍ତ ରାଶି ଉପରେ ଶୁକ୍ରଙ୍କ ରାଶି ପରିବର୍ତ୍ତନର ପ୍ରଭାବ ବିଷୟରେ

ମେଷ : ବୟସ୍କଙ୍କ ସ୍ବାସ୍ଥ୍ୟରେ ସୁଧାର। ବନ୍ଧୁ ଭେଟିବାରୁ ପ୍ରସନ୍ନ ରହିବେ।

ବୃଷ : ସଞ୍ଚିତ ଧନରେ ବୃଦ୍ଧି। କୌଣସି ଉପକରଣ ଆଦି ଉପହାର ସ୍ବରୂପ ମିଳିପାରେ। ଯାତ୍ରାରୁ ଲାଭ।

ମିଥୁନ : ଅନାୟାସରେ ଧନ ମିଳିପାରେ। ପରିବାର ଲୋକଙ୍କ ସାହାଯ୍ୟ ଯୋଗୁଁ ଖୁସି ହେବେ।

କର୍କଟ : ସାଂସାରିକ ସୁଖରେ ବୃଦ୍ଧି। ବନ୍ଧୁଙ୍କଠୁ ଉପହାର,ଧନ ସମ୍ଭବ।

ସିଂହ : ଅଟକିଥିବା ଧନ ମିଳିପାରେ। ଯାତ୍ରାରୁ ଲାଭ।

କନ୍ୟା : ଭୟ ହୋଇପାରେ। ଧାର ଦେଇଥିବା ବ୍ୟକ୍ତି ମାନସିକ ଅଶାନ୍ତିରେ ରହିବେ।

ତୁଳା : ଭ୍ରମ,ଆଳସ୍ୟ ଆଦିରୁ ନିବୃତ୍ତ ରୁହନ୍ତୁ। କଳହ ହୋଇପାରେ। ନକରାତ୍ମତାରୁ ଦୂରେଇ ରୁହନ୍ତୁ।

ବିଛା : ସୁଖ ବୃଦ୍ଧି। ଯାତ୍ରାରୁ ଧନ ଲାଭ। ପ୍ରେମ ସମ୍ପର୍କ ମଧୁର।

ଧନୁ : ହଠାତ୍ ସମ୍ପତ୍ତି ମିଳିପାରେ। ଧାରରେ ଦେଇଥିବା ଧନ ଫେରି ପାଇବେ।

ମକର : ସହଯୋଗୀଙ୍କ କାରଣରୁ ମାନସିକ ଚିନ୍ତାରେ ରହିବେ। ବୁଝାମଣାକୁ ନେଇ ଭ୍ରମରେ ରହିବେ।

କୁମ୍ଭ : ହଠାତ୍ ବିପଦ ଆସିପାରେ। ଜୀବିକାକୁ ନେଇ ମାନସିକ ଅଶାନ୍ତ ରହିବେ।

ମୀନ : ସନ୍ତାନ ସୁଖ ବୃଦ୍ଧି। ପ୍ରେମ ସମ୍ପର୍କ ମଧୁର। ଉଚ୍ଚ ଶିକ୍ଷାରେ ପ୍ରଗତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.