ରାଶି ପରିବର୍ତ୍ତନ କରୁଛନ୍ତି ଶୁକ୍ର, ଜାଣନ୍ତୁ ଆପଣଙ୍କ ରାଶି ଲାଗି କିପରି ରହିବ ଗୋଚର

Published By : Prameya-News7 Bureau | October 03, 2019 IST

ଜୀବୋତ୍ପତୀର କାରକ ଗ୍ରହ କୁହାଯାଉଥିବା ଶୁକ୍ର ଅକ୍ଟୋବର ୪ ତାରିଖ ଶୁକ୍ରବାର ସକାଳ ୫ଟା ୧୩ ମିନିଟରେ ତୁଳାରାଶିକୁ ପ୍ରବେଶ କରିବେ। ଏହି ରାଶି ଶୁକ୍ରଙ୍କର ନିଜ ରାଶି ବୋଲି ଜ୍ୟୋତିଷ କହିଥାଏ। ଏଠାରେ ପୂର୍ବରୁ ବୁଧ ଅବସ୍ଥାନ କରୁଥିବାରୁ ଶୁକ୍ରଙ୍କ ଆଗମନରେ ଉଭୟ ଗ୍ରହଙ୍କ ଯୁତି ହେବ। ଯାହାର ଫାଇଦା ସମସ୍ତ ରାଶିଙ୍କୁ ନିଶ୍ଟିତ ମିଳିବ ବୋଲି ଜ୍ୟୋତିଷ ଶାସ୍ତ୍ରବିଦମାନେ ପୂର୍ବାନୁମାନ କରିଛନ୍ତି। ଏଣୁ ଆସନ୍ତୁ ଜାଣିବା ଆପଣଙ୍କ ରାଶିଲାଗି ଶୁକ୍ରଙ୍କ ଏହି ଚଳନ କିପରି ରହିବ।

{"id":165779}

ମେଷ ରାଶି ଜାତକଙ୍କ ସପ୍ତମ ଭାବ ତୁଳା ରାଶିକୁ ଶୁକ୍ରଙ୍କ ଆଗମନ ଅତ୍ୟନ୍ତ ଶୁଭ ମନେ କରାଯାଉଛି। ଫଳରେ ଘରେ ଶୁଭ କାର୍ଯ୍ୟ ହେବା ସହ ବିବାହ ଲାଗି ଚାଲିଥିବା ଆଲୋଚନା ସଫଳ ହେବ। ଯଦି ଆପଣ ବାଣିଜ୍ୟ ବ୍ୟବସାୟ କରୁଥାନ୍ତି ଏହା ଏକ ଅନୁକୁଳ ସମୟ ବୋଲି ବିବେଚନା କରାଯାଇପାରେ। ମହିଳା ବର୍ଗଙ୍କ ଲାଗି ଶୁକ୍ରଙ୍କ ଏହି ଚଳଣ ଅତ୍ୟନ୍ତ ଲାଭପ୍ରଦ ବୋଲି କୁହାଯାଇଛି। ସେହିପରି ବୃଷ ରାଶି ଜାତକଙ୍କ ଲାଗି ଶୁକ୍ର ଓ ବୁଧଙ୍କ ଯୁତିକୁ ଅତ୍ୟନ୍ତ ଶୁଭ ମନେ କରାଯାଉଛି। ହେଲେ ବିଳାଶ ସାମଗ୍ରୀ କ୍ରୟରେ ଅଧିକ ବ୍ୟୟ ହେବ। ଏହା ଛଡା ସମୟ ବ୍ୟସ୍ତତାଭରା ରହିବ। ତେବେ ଏହି ସମୟରେ କାହାରିକୁ ଉଧାର କରଜ ଦେବାକୁ ପଡୁଥିଲେ ଭାବିଚିନ୍ତି ଦିଅନ୍ତୁ। କାର୍ଯ୍ୟକ୍ଷେତ୍ରରେ ବାଣି ଉପରେ ନିୟନ୍ତ୍ରଣ ରଖନ୍ତୁ।

{"id":165780}

ଶୁକ୍ରଙ୍କର ଏହି ଚଳନ ମିଥୁନ ରାଶିଙ୍କ ଲାଗି ପରୀକ୍ଷା, ପ୍ରତିଯୋଗୀତାରେ ସଫଳତା ପ୍ରଦାନକାରକ ସାବ୍ୟସ୍ତ ହେବ। ସରକାରୀ ସଂସ୍ଥାରେ ଆବେଦନ କରିବାକୁ ଚାହୁଁଥିଲେ ପରିଣାମ ଲାଭଦାୟୀ ହେବ। କର୍କଟ ରାଶିର ଚତୁର୍ଥ ଭାବରେ ବୁଧଙ୍କ ସହ ଶୁକ୍ରଙ୍କ ଯୁତି ପାରିବାରିକ ଚିନ୍ତାରୁ ମୁକ୍ତ କରିବ। ପରିବାରର ଗୁରୁଜନଙ୍କଠାରୁ ସହଯୋଗ ମିଳିବ। ସ୍ୱଭାବରେ ନମ୍ର ରୁହନ୍ତୁ, ଯଦି ନୂଆ ରାଜିନାମା କରିବାର ଥାଏ ତେବେ ତୁରନ୍ତ ପଦକ୍ଷେପ ନିଅନ୍ତୁ। ସିଂହରାଶି ଜାତକଙ୍କ ଲାଗି ଶୁକ୍ରଙ୍କ ଏହି ରାଶିପରିବର୍ତ୍ତନ ଅତ୍ୟନ୍ତ ଶୁଭକାରକ। ଲାଭର ଅନେକ ସାଧନ ମିଳିବ। ଯେଉଁମାନେ ଏପର୍ଯ୍ୟନ୍ତ ଆପଣଙ୍କୁ ନିଚ ଦେଖାଇବାକୁ ଚେଷ୍ଟା କରୁଥିଲେ ସେମାନେ ଏବେ ମିତ୍ରତା କରିବା ଲାଗି ଉଦ୍ୟମ କରିବେ।

{"id":165781}

ଶୁକ୍ରଙ୍କ ରାଶି ପରିବର୍ତ୍ତନ କନ୍ୟାରାଶିଙ୍କ ଲାଗି ସୁଦୃଢ ଆର୍ଥିକ ସ୍ଥିତିର ସୂଚନା ଦେଉଛି। କୌଣସି ଦୁର୍ମୂଲ୍ୟା ସାମଗ୍ରୀ କ୍ରୟ କରିପାରନ୍ତି। ମଧୁର କଥା କହି କାର୍ଯ୍ୟ ହାସଲ କରିବାକୁ ଚେଷ୍ଟା କରନ୍ତୁ। ଚକ୍ଷୁଜନିତ ସମସ୍ୟା ଉପୁଜିପାରେ। ତୁଳାରାଶିରେ ଶୁକ୍ରଙ୍କ ଆଗମନ ସହ ବୁଧଙ୍କ ଉପସ୍ଥିତି ଜାତକଙ୍କ ଲାଗି ବରଦାନ ବୋଲି କୁହାଯାଇପାରେ। ବିଳାଶମୟ ସାମଗ୍ରୀ କ୍ରୟ କରିବେ। ସମାଜରେ ପ୍ରତିଷ୍ଠା ବୃଦ୍ଧିହେବ। ତେବେ ବୃଶ୍ଚିକ ରାଶି ଲାଗି ଶୁକ୍ରଙ୍କ ରାଶି ପରିବର୍ତ୍ତନ ଖର୍ଚ୍ଚର ସୂଚନା ଦେଉଛି। ବ୍ୟସ୍ତତା ଲାଗି ରହିବ। ଏଣୁ ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ। ଗୁପ୍ତ ଶତ୍ରୁଙ୍କୁ ସାବଧାନ ରହିବା ସହ କୋର୍ଟ କଚେରୀ ମାମଲାକୁ ବାହାରେ ସମାଧାନ କରିଦିଅନ୍ତୁ।

{"id":165782}

ଧନୁରାଶି ଲୋକଙ୍କ ଲାଗି ଆୟ ଭାବରେ ଶୁକ୍ରଙ୍କ ଆଗମନ ଲାଭଦାୟ ପ୍ରମାଣିତ ହେବ। ଆୟର ଏକାଧିକ ପନ୍ଥା ବାହାରିବ। ଚାଲିଆସୁଥିବା ଆର୍ଥିକ ସଙ୍କଟ ଦୂର ହେବ। ମକର ରାଶି ଲାଗି ମଧ୍ୟ ଶୁକ୍ରଙ୍କ ରାଶି ପରିବର୍ତ୍ତନ ଶୁଭ ସାବ୍ୟସ୍ତ ହେବ। କୌଣସି ସମ୍ପନ୍ନ ବ୍ୟକ୍ତି ଅଥବା ସଂସ୍ଥାରୁ ସହାୟତା ମିଳିବ। ଉଚ୍ଚ ଅଧିକାରୀଙ୍କ ସହ ସୁ ସମ୍ପର୍କ ରଖନ୍ତୁ। ବ୍ୟବସାୟୀଙ୍କ ଲାଗି ଉତ୍ତମ ସମୟ। ସେହିପରି କୁମ୍ଭ ରାଶିର ଭାଗ୍ୟ ଭାବରେ ଶୁକ୍ର ଓ ବୁଦ୍ଧଙ୍କ ସଂଯୋଗ ହୋଇଥିବାରୁ ସମୟ ଅତ୍ୟନ୍ତ ଲାଭପ୍ରଦ ବୋଲି କୁହାଯାଇପାରେ। ଯଦିବି କୌଣସି କାର୍ଯ୍ୟରେ ବାଧ ଉପୁଜେ ତେବେ ଚେଷ୍ଟା କଲେ ଅକ୍ଳେଶରେ ହୋଇଯିବ। ତେବେ ମିନ ରାଶି ଲାଗି ସମୟ ସାମାନ୍ୟ ପ୍ରତିକୂଳ। ତେବେ ଆର୍ଥିକ ପକ୍ଷ ମଜଭୁତ ରହିବ। ନିଜକୁ ଭୟମୁକ୍ତ ରଖିବା ସହ ଲୋକଙ୍କ ଷଡଯନ୍ତ୍ରରୁ ମୁକ୍ତ ରହିବାକୁ ଚେଷ୍ଟା କରନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.