ବୃଷ ରାଶିରେ ଗ୍ରହ ପରିବର୍ତ୍ତନ: ପ୍ରଭାବିତ ହେବେ ସବୁ ରାଶି, ପ୍ରେମ ସମ୍ପର୍କରେ ସୃଷ୍ଟି ହୋଇପାରେ ବିବାଦ

Published By : Prameya-News7 Bureau | April 25, 2021 IST

ଭୁବନେଶ୍ୱର ୨୫/୦୪ : ବୃଷ ରାଶି ବ୍ୟକ୍ତିଙ୍କ ପାଇଁ ମେ ମାସ ବହୁତ ମହତ୍ତ୍ୱପୂର୍ଣ୍ଣ। ମେ' ମାସରେ ବୃଷ ରାଶିରେ ହେବାକୁଥିବା ରାଶି ପରିବର୍ତ୍ତନର ପ୍ରଭାବ ସବୁ ୧୨ ରାଶି ଉପରେ ପଡିବ। କିନ୍ତୁ ସବୁଠାରୁ ଅଧିକ ପ୍ରଭାବିତ ହେବ ବୃଷ ରାଶି। କାରଣ ବୃଷ ରାଶିରେ ବୁଧ ଓ ଶୁକ୍ର ଗ୍ରହର ରାଶି ପରିବର୍ତ୍ତନ ହେବାକୁଯାଉଛି।

ବୃଷ ଓ ତୁଳା ରାଶିର ସ୍ୱାମୀ ଶୁକ୍ର ଗ୍ରହ। ମୀନ ରାଶିରେ ଶୁକ୍ର ଉଚ୍ଚ ସ୍ଥାନରେ ବିରାଜମାନ। କନ୍ୟା ରାଶିରେ ଶୁକ୍ର ଗ୍ରହ ନୀଚ ସ୍ଥାନରେ ବିରାଜମାନ। ଶୁକ୍ର ଗ୍ରହ ଭରଣୀ, ପୂର୍ବା ଫାଲ୍ଗୁନୀ ଓ ପୂର୍ବାଷାଢା ନକ୍ଷତ୍ରର ସ୍ୱାମୀ।

ଶୁକ୍ର ଗ୍ରହର ସ୍ୱଭାବ - ଜ୍ୟୋତିଷଶାସ୍ତ୍ରରେ ଶୁକ୍ର ଗ୍ରହକୁ ପ୍ରେମ, ଦାମ୍ପତ୍ୟ, ଜୀବନ, ମନୋରଞ୍ଜନ, ଲଗ୍ଜରି ଲାଇଫଷ୍ଟାଇଲ, ବ୍ୟୟ, ବିଦେଶ ଯାତ୍ରା ଆଦିର କାରକ ବୋଲି କୁହାଯାଏ।

ବୃଷରେ ଶୁକ୍ର ଗ୍ରହର ରାଶି ପରିବର୍ତ୍ତନ - ବୃଷ ରାଶିକୁ କାଳପୁରୁଷ କୁଣ୍ଡଳୀରେ ଦ୍ୱିତୀୟ ରାଶି କୁହାଯାଏ। ବୃଷ ରାଶିର ସ୍ୱାମୀ ଶୁକ୍ର ଗ୍ରହ। ଫଳରେ ଶୁକ୍ର ଗ୍ରହ ବୃଷ ରାଶିରେ ପ୍ରବେଶ ବିଶେଷ ବୋଲି କୁହାଯାଉଛି। ଶୁକ୍ର ପୂର୍ବରୁ ବୃଷ ରାଶିରେ ରାହୁ ଓ ବୁଧ ଗ୍ରହ ମଧ୍ୟ ବିରାଜମାନ। ଅର୍ଥାତ ଶୁକ୍ର ଆସିବା ପରେ ବୃଷ ରାଶିରେ ତିନି ଗ୍ରହର ସଂଯୋଜନା ହେବାକୁ ଯାଉଛି। ଯାହାଫଳରେ ସବୁ ରାଶି ପ୍ରଭାବିତ ହେବେ।

ଶୁକ୍ର ରାଶି ପରିବର୍ତ୍ତନ - ପାଞ୍ଜି ଓ ଜ୍ୟୋତିଷ ଗଣନା ଅନୁସାରେ ବୃଷ ରାଶିରେ ଶୁକ୍ର ରାଶିର ପରିବର୍ତ୍ତନ ମେ' ୪ ତାରିଖ ଅପରାହ୍ନ ୧ଟା ୯ ମିନିଟରେ ହେବ। ଶୁକ୍ର ମେ' ୨୮ ତାରିଖ ଯାଏଁ ବୃଷ ରାଶିରେ ରହିବେ। ଏହାପରେ ଶୁକ୍ର ମିଥୁନ ରାଶିରେ ପ୍ରବେଶ କରିବେ। 

ବୃଷ ରାଶିଫଳ - ବୃଷ ରାଶିରେ ଶୁକ୍ର ପ୍ରଥମ ଭାବରେ ଗୋଚର କରିବାକୁ ଯାଉଛନ୍ତି। ସେଥିପାଇଁ ଶୁକ୍ର ବୃଷ ରାଶି ବ୍ୟକ୍ତିଙ୍କୁ ସମାଜରେ ଲୋକପ୍ରିୟତା ପ୍ରଦାନ କରିପାରନ୍ତି। ବିଦେଶ ସହ ଯୋଗାଯୋଗ ହୋଇପାରେ। ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହାୟତା ପ୍ରାପ୍ତ ହେବ। ଧନ ମାମଲାରେ ଶୁକ୍ର ଶୁଭ ଫଳ ପ୍ରଦାନ କରିପାରିବେ। ଯେଉଁମାନେ ଚାକିରୀ ଖୋଜୁଛନ୍ତି ସେମାନେ ଚାକିରୀ ପାଇପାରନ୍ତି।

ସ୍ୱାସ୍ଥ୍ୟ ପ୍ରତି ବିଶେଷ ଦୃଷ୍ଟି ଦିଅନ୍ତୁ। ଅଧିକ ଖର୍ଚ୍ଚ ନ କରନ୍ତୁ। ବୃଷରେ ରାହୁ ମଧ୍ୟ ବିରାଜମାନ। ରାହୁ ଯୋଗୁଁ ପ୍ରେମ ସମ୍ପର୍କରେ ସମସ୍ୟା ଉତ୍ପନ୍ନ ହୋଇପାରେ। ବିବାଦ ସ୍ଥିତିରୁ ବଞ୍ଚିବାକୁ ପ୍ରୟାସ କରନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.