Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଆଜିଠାରୁ ଶୁକ୍ରଙ୍କ ରାଶି ପରିବର୍ତ୍ତନ : ଜାଣନ୍ତୁ ୧୨ଟି ରାଶି ଉପରେ କିଭଳି ରହିବ ପ୍ରଭାବ

15/12/2019 at 12:24 PM

ଡିସେମ୍ବର ୧୫ତାରିଖରୁ ଶୁକ୍ର ଗ୍ରହ ମକର ରାଶିରେ ପ୍ରବେଶ କରୁଛି। ଏହା ଜାନୁୟାରୀ ୮ତାରିଖ ଯାଏଁ ଏହି ରାଶିରେ ହିଁ ରହିବ। ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରକୁ ଧନ,ବୈଭବ,କଳା,କାମ-ବାସନା,ଐଶ୍ବର୍ଯ୍ୟ ଆଦିର କାରକ କୁହାଯାଇଥାଏ। ଏହା ବୃଷ ଏବଂ ତୁଳା ରାଶିର ସ୍ବାମୀ ଅଟେ। ଶୁକ୍ର ଏକ ଶୁଭ ଗ୍ରହ ଅଟେ,କିନ୍ତୁ ଏହି ଗୋଚରର ପ୍ରଭାବ ସମସ୍ତ ରାଶି ଉପରେ ଭଲ ପ୍ରଭାବ ପକାଇବ। ଆସନ୍ତୁ ଜାଣିବା ଶୁକ୍ରର ଗୋଚରରେ ସମସ୍ତ ୧୨ଟି ରାଶି ଉପରେ କି ପ୍ରଭାବ ପଡ଼ିବ।

ମେଷ : କୌଣସି ପ୍ରକାରର ସରକାରୀ ସର୍ଭିସରେ ଆବେଦନ କରିବାକୁ ଚାହୁଁଛନ୍ତି ତେବେ ଏହା ସବୁଠୁ ଭଲ ସମୟ। ବିଦେଶୀ ବ୍ୟକ୍ତି ଅଥବା ବିଦେଶୀ କମ୍ପାନୀଙ୍କଠୁ ଲାଭ ହେବ।

ବୃଷ : ସବୁ କାର୍ଯ୍ୟରେ ସଫଳ ହେବା ସହ ଭାଗ୍ୟ ଉଦୟ ହେବ। ବିଦେଶ ଯାତ୍ରା ଯୋଗୁଁ ଭିସା ଆବେଦନ କରିବାକୁ ଚାହୁଁଛନ୍ତି ଯଦି ଏହା ସବୁଠୁ ଭଲ ସଂଯୋଗ । ସ୍ବାସ୍ଥ୍ୟ ଅନୁକୂଳ ହେବା ସହ କାର୍ଯ୍ୟକ୍ଷେତ୍ରରେ ସୃଷ୍ଟି ହେଉଥିବା ବାଧାରୁ ମୁକ୍ତି ମିଳିବ।

ମିଥୁନ : କାର୍ଯ୍ୟକ୍ଷେତ୍ରରେ ଷଡ଼ଯନ୍ତ୍ରର ଶିକାର ହୋଇ ପାରନ୍ତି। ବିବାଦରେ ଫସନ୍ତୁ ନାହିଁ। ଆପଣଙ୍କ ମାନ ସମ୍ମାନରେ ବୃଦ୍ଧି ଘଟିବ।

କର୍କଟ : ବିଳାସବ୍ୟସନ ସାମଗ୍ରୀ କିଣିବା ସହିତ ଘର ଏବଂ ଗାଡ଼ି କିଣିବାକୁ ଚାହୁଁଥିଲେ ଏହା ସବୁଠୁ ଭଲ ସମୟ।

ସିଂହ : ଆପଣଙ୍କ ନିଜ ଲୋକ ଆପଣଙ୍କୁ ନୀଚା ଦେଖାଇବାକୁ ଉଦ୍ୟମ କରିବେ ଏଥିପାଇଁ ବିବାଦରୁ ଦୂରେଇ ରୁହନ୍ତୁ ଏବଂ କୋର୍ଟ କଚେରି ମାମଲାରେ ପଡ଼ନ୍ତୁ ନାହିଁ।

କନ୍ୟା : ଶୁକ୍ରଙ୍କ ଗୋଚର କାର୍ଯ୍ୟ ବ୍ୟବସାୟ କ୍ଷେତ୍ରରେ ଭଲ ପରିଣାମ ଦେବ। ନବଦମ୍ପତ୍ତିଙ୍କ ପାଇଁ ସନ୍ତାନ ସମ୍ବନ୍ଧୀୟ ଚିନ୍ତା ଦୂର ହେବ। ବିଦେଶ ଯାତ୍ରା କରି ପାରନ୍ତି।

ତୁଳା : ଆପଣଙ୍କ ସାମାଜିକ ପ୍ରତିଷ୍ଠା ବୃଦ୍ଧି ହେବ। ମହଙ୍ଗା ବସ୍ତୁ ଅର୍ଥାତ୍ ସୁନା ହୀରା ଗହଣା ଆଦି କିଣିବାକୁ ଚାହୁଁଛନ୍ତି ଯଦି ତେବେ ଏହା ସବୁଠୁ ଭଲ ସମୟ। ମାଆ ବାପାଙ୍କ ସ୍ବାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ।

ବିଛା : ଯଦି କାର୍ଯ୍ୟରେ ମନ ଦେବେ ତେବେ ସଫଳତା ପାଇବେ। ଅତ୍ୟଧିକ ଯାତ୍ରା ଏବଂ ଅପବ୍ୟୟର ଯୋଗ ରହିଛି। ସାବଧାନ ରୁହନ୍ତୁ,ଅନ୍ୟଥା ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବେ।

ଧନୁ : ନେଣଦେଣରେ ବୁଡ଼ି ଯାଇଥିବା ଟଙ୍କା ଫେରି ପାଇବେ।

ମକର : ଅନେକ ଦିନରୁ ପଡ଼ିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ। କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାରଙ୍କ ସହ ସମ୍ବନ୍ଧିତ ଯେକୌଣସି କାର୍ଯ୍ୟରେ ସଫଳତା ପାଇବେ। ମହିଳାଙ୍କ ପାଇଁ ଏହି ପରିବର୍ତ୍ତନ ଆହୁରି ଫଳଦାୟକ ହେବ।

କୁମ୍ଭ : ବିଳାସବ୍ୟସନ ସାମଗ୍ରୀ  ଏବଂ ଯାତ୍ରାରେ ଅତ୍ୟଧିକ ଟଙ୍କା ଖର୍ଚ୍ଚ କରିବେ। ସାମାଜିକ ପ୍ରତିଷ୍ଠା ବଢ଼ିବ। କୌଣସି ପ୍ରକାରର ନିର୍ବାଚନ ଲଢ଼ିବାକୁ ଚାହୁଁଥିଲେ ଏଥିରେ ସଫଳତା ମିଳିବ।

ମୀନ : ଆପଣଙ୍କ ସ୍ବାସ୍ଥ୍ୟ ଉପରେ ବିପରୀତ ପ୍ରଭାବ ପଡ଼ିପାରେ। ଏଥିପାଇଁ ସଜାଗ ରୁହନ୍ତୁ। କାର୍ଯ୍ୟକ୍ଷେତ୍ରରେ ଷଡ଼ଯନ୍ତ୍ରର ଶିକାର ହୋଇ ପାରନ୍ତି। ଶାସନ ସତ୍ତାର ଭରପୂର ସହଯୋଗ ମିଳିପାରେ। ଉପରିସ୍ଥ କର୍ମଚାରୀଙ୍କ ସହ ଭଲ ସମ୍ପର୍କ ରଖନ୍ତୁ।

   Related Posts