Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ଶୁକ୍ରଙ୍କ ରାଶି ପରିବର୍ତ୍ତନ ହେତୁ ବଦଳିବ ଏହି ରାଶିଙ୍କର ଭାଗ୍ୟ, ବର୍ଷିବ ମାଆ ଲକ୍ଷ୍ମୀଙ୍କର କୃପା

8/12/2021 at 7:49 AM

ନୂଆଦିଲ୍ଳୀ ୦୮।୧୨ : ସାଧାରଣତଃ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୁକ୍ରଙ୍କର ଏକ ବିଶେଷ ସ୍ଥାନ ରହିଛି । ଶୁକ୍ରର ଭୌତିକ ସୁଖ, ବୈାହିକ ଜୀବନରେ ସୁଖମୟ , ଖ୍ୟାତି, କଳା, ପ୍ରତିଭା, ସୌନ୍ଦର୍ଯ୍ୟର ଗ୍ରହ ବୋଲି କୁହାଯାଏ । ଶୁକ୍ର ଗ୍ରହ ଶୁଭ ମନେ ହେଲେ ମା ଲକ୍ଷ୍ମୀ ମଧ୍ୟ ବିଶେଷ ବିଶେଷ କୃପା ପ୍ରାପ୍ତ ହୁଏ । ୮ ଡିସେମ୍ବରେ ଶୁକ୍ର ଦେବ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହି ଦିନ ଶୁକ୍ର ମକର ରାଶିରେ ପ୍ରବେଶ କରିବେ । ୩୦ ଡିସେମ୍ବର ପର୍ଯ୍ୟନ୍ତ ଶୁକ୍ର ଗ୍ରହ ମକର ରାଶିରେ ରହିବ । ଶୁକ୍ର ଗ୍ରହର ରାଶିର ପରିବର୍ତ୍ତନ ହେତୁ କେତେକ ରାଶିର ବ୍ୟକ୍ତିଙ୍କର ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି  ନିଶ୍ଚିତ। ତେବେ ଆସନ୍ତୁ ଜାଣିବା ଶୁକ୍ର ଗ୍ରହ ମକର ରାଶିରେ ପ୍ରବେଶ କରିବା ହେତୁ କେଉଁ ରାଶିମାନଙ୍କ ଉପରେ ମାଁ ଲକ୍ଷ୍ମୀଙ୍କର କୃପା ରହିବ ।

ମେଷ ରାଶି- ମକର ରାଶିରେ ଶୁକ୍ରଙ୍କ ପ୍ରବେଶ ହେତୁ ମେଷ ରାଶି ପାଇଁ ଶୁଭ ବୋଲି ପ୍ରମାଣିତ ହୋଇଛି । ଏହା ଦ୍ବାରା ଆପଣଙ୍କର ସମସ୍ତ ଇଚ୍ଛା ପୂରଣ ହୋଇପାରିବ । ସୁଖ-ସୁବିଧା ବୃଦ୍ଧି ପାଇବ। ପରିବାର ସଦସ୍ୟଙ୍କ ସହିତ ଭଲ ସମୟ ଅତିବାହିତ କରିବେ । ସ୍ୱାସ୍ଥ୍ୟ ଭଲ ରହିବ । ମା ଲକ୍ଷ୍ମୀଙ୍କ କୃପା ଦ୍ୱାରା ଧନ ଲାଭ ହେବ। ବିବାହିତ ଜୀବନ ସୁଖମୟ ହେବ ।

ବୃଷ ରାଶ- ଶୁକ୍ରଙ୍କ ରାଶି ପରିବର୍ତ୍ତନ ହେତୁ ଏହି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଲାଭ ଦାୟକ । ଚାକିରି ଖୋଜୁଥିବା ବ୍ୟକ୍ତିମାନେ ଭଲ ଖବର ପାଇବେ । କାମ କାର୍ଯ୍ୟ ହେତୁ ଯାତ୍ରା କରିବାକୁ ପଡିପାରେ । ସୁଖ-ସୁବିଧା ବୃଦ୍ଧି ପାଇବେ । ଧନ-ଲାଭ ହେବ । ବିବାହିତ ଜୀବନ ସୁଖମୟ ହେବ।

ସିଂହ ରାଶି- ତେବେ ଏହି ରାଶିରେ ଶୁକ୍ରଙ୍କ ରାଶି ପରିବର୍ତ୍ତନ ହେତୁ ପାଇଁ ଲାଭଦାୟକ ପ୍ରମାଣିତ ହେବ। ଏହା ଦ୍ବାରା ମାନ-ସମ୍ମାନ ମଧ୍ୟ ବୃଦ୍ଧି ହେବ । ପରିବାର ସହିତ ଭଲ ସମୟ ବିତିବ । ପାର୍ଟନଙ୍କ ସହିତ ସମ୍ପର୍କ ସୁଦୃଢ ହେବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା କମ୍ ହେବ ଏବଂ କ୍ୟାରିୟରରେ ଅଗ୍ରଗତି ହେବାର ସମ୍ଭାବନା ରହିବ ।

କନ୍ୟା ରାଶି– କନ୍ୟା ରାଶିର ବ୍ୟକ୍ତି ପାଇଁ ଏହା ଅତ୍ୟନ୍ତ ଶୁଭ । ଆପଣ ଚାକିରି ପଦବୀରେ ପଦୋନ୍ନତି କରିବେ । ଆୟର ବୃଦ୍ଧି ହେବାର ସମ୍ଭାବନା ରହିଛି । ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଜୀବନସାଥୀ ସହିତ ଭଲ ସମୟ ବିତାଇବେ । ପାରିବାରିକ ଜୀବନ ସୁଖମୟ ହେବ ।

ବିଛା ରାଶି- ଏହି ରାଶିରମାନଙ୍କ ପାଇଁ ମଧ୍ୟ ଏହା  ବେଶ ଶୁଭ । ଏହି ସମୟରେ ଶତ୍ରୁମାନଙ୍କଠାରୁ ମୁକ୍ତି ମିଳିବ। କର୍ମକ୍ଷେତ୍ରରେ ସଫଳତା ପାଇବା ପାଇଁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିପାରେ, କିନ୍ତୁ ସଫଳତା ହାସଲ ମଧ୍ୟ କରିବେ । ଜୀବନସାଥି ସହ ଭଲ ସମୟ ବିତାଇବେ । ଧନ-ଲାଭ ହେବ । ପରିବାର ସଦସ୍ୟଙ୍କ ସମର୍ଥନ ପାଇବେ।

   Related Posts