Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||
  • ସୋର : ରୂପା ରାଧାକୃଷ୍ଣ ମୂର୍ତ୍ତି ନେଇଗଲେ ଚୋର, ସୁନା-ରୂପା ଅଳଙ୍କାର ବି ଲୁଟ୍
  • ||

ରାଶି ପରିବର୍ତ୍ତନ କରିବେ ଶୁକ୍ର, ଜାଣନ୍ତୁ ୧୨ ରାଶିଙ୍କ ଲାଗି କିପରି ରହିବ ନଭେମ୍ବର ମାସ

26/10/2019 at 5:39 PM

ଶୁକ୍ର ଗ୍ରହ ଅକ୍ଟୋବର ୨୮ ତାରିଖ ଦିନ ବିଛା ରାଶିକୁ ଗମନ କରିବେ। ଏଠାରେ ନଭେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଅବସ୍ଥାନ କରିବେ। ଶୁକ୍ର ବୃଶ୍ଚିକ ରାଶିକୁ ଗମନ କରିବା ଯୋଗୁ ବିଭିନ୍ନ ରାଶିଙ୍କ ଉପରେ ଏହାର ପ୍ରଭାବ ପଡିବ ବୋଲି ଅନୁମାନ କରାଯାଉଛି। ତେବେ ଶୁକ୍ରଙ୍କ ଚଳନ ହେତୁ ଅଶୁଭତ୍ୱରୁ କିପରି ମୁକ୍ତି ମିଳିବ ଆସନ୍ତୁ ଜାଣିବା।

ଅଷ୍ଟମ ଭାବରେ ଶୁକ୍ରଙ୍କ ଗୋଚର ହେତୁ ମେଷ ରାଶି ଜାତକଙ୍କ ନିମନ୍ତେ ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇପାରେ। ଏଣୁ ଏଭଳି ସମସ୍ୟାରୁ ମୁକ୍ତି ଲାଗି ଶ୍ରୀ ଦୁର୍ଗା ସପ୍ତଶତୀ ପୁସ୍ତକଟିଏ କିଣି କୌଣସି ଦୁର୍ଗାମନ୍ଦିରକୁ ଦାନ କରନ୍ତୁ ଓ ଗାଇକୁ ଘାଷ ଖାଇବାକୁ ଦେଲେ ପରିସ୍ଥିତି କିଛିଟା ଆୟତ୍ତ ହୋଇପାରେ। ସେହିପରି ବୃଷ ରାଶିଙ୍କ ସପ୍ତମ ଭାବରେ ଶୁକ୍ରଗୋଚର ହେବା ଯୋଗୁ ବ୍ୟବସାୟୀକ ସମସ୍ୟା ଉପୁଜିବାର ସମ୍ଭାବନା ରହିଛି। ଏଣୁ ଲକ୍ଷ୍ମୀ ମନ୍ଦିରରେ ମିସ୍ରୀ ଦାନ କରନ୍ତୁ ସାଙ୍ଗକୁ ସକାଳ ଓ ସନ୍ଧ୍ୟାରେ ଗଣେଶ ବନ୍ଦନା ପାଠ କରନ୍ତୁ। ମିଥୁନ ରାଶିର ଷଷ୍ଠ ଭାବରେ ଶୁକ୍ରଙ୍କ ଗୋଚର ତ୍ୱଚା ସମ୍ବଦ୍ଧିତ ସମସ୍ୟାର କାରଣ ହୋଇପାରେ। ସାଙ୍ଗକୁ ଭାଇ-ଭଉଣୀ ସମ୍ପର୍କ ମଧ୍ୟ ତିକ୍ତ କରିପାରେ।ଏଣୁ ୧୧ଟି ସବୁଜ ଦୁବ ଘାଷ ପତ୍ରକୁ କଞ୍ଚା ଖୀରରେ ବୁଡାଇ ବିଡା ବାନ୍ଧି ଦିଅନ୍ତୁ ଓ ମୋଦକ ସହ  କୌଣସି ଗଣେଶ ମନ୍ଦିରରେ ଭୋଗ କରନ୍ତୁ।

କର୍କଟ ରାଶିର ୫ ଭାବରେ ଶୁକ୍ରଙ୍କ ଗୋଚର ହେତୁ ପ୍ରେମ ପ୍ରଣୟରେ ବାଧା ଉପୁଜିପାରେ। ସେହିପରି ପେଟ ସମ୍ପର୍କିତ ସମସ୍ୟା ମଧ୍ୟ ଦେଖା ଦେବ। ଛୋଟ ଛୋଟ ଝିଅଙ୍କୁ ଲେଖିବା ସାମଗ୍ରୀ ଉପହାର ଦିଅନ୍ତୁ ଓ ଅଶତ୍ୱଥ ବୃକ୍ଷ ମୂଳରେ ଦେଶୀ ଘିଅର ଦୀପ ଜଳାନ୍ତୁ। ସିଂହରାଶିର ଚତୁର୍ଥ ଭାବରେ ଶୁକ୍ର ଗୋଚର ହେଉଥିବାରୁ ଦୀର୍ଘ ଦିନରୁ ଲାଗି ରହିଥିବା ଚାକିରୀ ସମସ୍ୟାର ଅନ୍ତ ହେବ। ତେବେ ଏଥିଲାଗି ଛୋଟଛୋଟ ଝିଅଙ୍କୁ ଲାଲ ବସ୍ତ୍ରର ଉପହାର ସାଙ୍ଗକୁ ୨ଟି ବନ୍ଦିଆ ଲଡ୍ଡୁରେ ୨ଟି ଲବଙ୍ଗ ଲଗାଇ ଗଣେଶଙ୍କୁ ଭୋଗ କରନ୍ତୁ। କନ୍ୟାରାଶିର ତୃତୀୟରେ ଶୁକ୍ରଙ୍କ ଗୋଚର ଯୋଗୁ ସାନ ଭାଇଭଉଣୀଙ୍କ ସହ ବିବାଦର କାରଣ ହୋଇପାରେ। ଏଣୁ ସକାଳେ ଗଣେଶ ସ୍ତ୍ରୋତ୍ର ପାଠ କରିବା ସହ ଦୁର୍ଗା ମନ୍ଦିରରେ ୫ଟି ଗୋଲାପ ଫୁଲ ଅର୍ପଣ କରନ୍ତୁ। ତୁଳାରାଶିର ଦ୍ୱିତୀୟ ଭାବରେ ଶୁକ୍ରଙ୍କ ଗୋଚର ଧନ ସମ୍ପର୍କିତ ସମସ୍ୟାର ସମାଧାନ କରିପାରେ। ହେଲେ ନେତ୍ର ସମସ୍ୟାର ବି କାରଣ ହୋଇପାରେ। ଏଣୁ କିନ୍ନରଙ୍କୁ ସାମର୍ଥ୍ୟ ମତେ ସହାୟତା କରନ୍ତୁ।

ବୃଶ୍ଚିକ ରାଶିରେ ଶୁକ୍ରଙ୍କ ଗୋଚର ଅଟକି ରହିଥିବା ଧନ ଆଦାୟରେ ସହାୟକ ହେଲେ ବି ମାନସିକ ସମସ୍ୟାର କାରଣ ହୋଇପାରେ। ଓଁ ଏକଦନ୍ତାୟ ନମଃ ମନ୍ତ୍ର ୧୦୮ ଥର ଜପ କରନ୍ତୁ। ଦନୁରାଶିର ଦ୍ୱାଦଶ ଭାବରେ ଶୁକ୍ରଙ୍କ ଆଗମନ ହେତୁ ଅଯଥା ଖର୍ଚ୍ଚ ସାଙ୍ଗକୁ ବୃଥା ପରିଶ୍ରମ ବି କରାଇବ। ଏଣୁ ବଡ ଭଉଣୀଙ୍କୁ ନୂଆ ବସ୍ତ୍ର ଉପହାର ଦେବା ସହ ବିଷ୍ଣୁମନ୍ଦିରରେ ହଳଦିଆ ପତାକା ବାନ୍ଧନ୍ତୁ। ମକର ରାଶିର ଏକାଦଶ ଭାବରେ ଶୁକ୍ରଙ୍କ ଅବସ୍ଥିତି ଚାକିରୀ ଜନିତ ସମସ୍ୟାର ସମାଧାନ କରିବ। ବେପାର ବଣିଜରୁ ମଧ୍ୟ ଭଲ ଆୟରକାରକ ହେବ। ତେବେ ଭଗବାନ ବିଷ୍ଣୁଙ୍କୁ ତୁଳସୀପତ୍ର ମାଳା ଚଢାନ୍ତୁ। ଅଧିକ ଶୁଭଫଳ ମିଳିବ।

କୁମ୍ଭ ରାଶିର ୧୦ମ ଭାବରେ ଶୁକ୍ରଙ୍କ ଅବସ୍ଥାନ ଚାକିରୀ ଓ ବେପାରରେ ସମସ୍ୟା ହ୍ରାସ କରିବ। ଏଣୁ ଅଧିକ ଶୁଭ ଫଳ ଲାଗି ହଳଦିଆ ଚନ୍ଦନରେ ଗୋଲାପଜଳ ପକାଇ ଗଣପତିଙ୍କୁ ଟିକା ଲଗାନ୍ତୁ। ମୀନ ରାଶିର ନବମ ଭାବରେ ଶୁକ୍ରଙ୍କ ଗୋଚର ବ୍ୟବସାୟରେ ଫଶିଥିବା ଧନର ଅସୁଲ ସାଙ୍ଗକୁ ଭାଗ୍ୟ ବୃଦ୍ଧିର କାରଣ ହେବ। ଏଣୁପ୍ରତ୍ୟହ ବିଷ୍ଣୁ ମନ୍ଦିରକୁଯାଇ ପୂଜାର୍ଚ୍ଚନା କଲେ ଅଧିକ ଶୁଭ ଫଳ ମିଳିବ।     

   Related Posts