ଆଜି ରାତିରୁ ମେଷ ରାଶିରେ ପ୍ରବେଶ କରିବ ଶୁକ୍ର, ଜାଣନ୍ତୁ କେଉଁ ରାଶିରେ କଣ ପଡିବ ପ୍ରଭାବ

Published By : Prameya-News7 Bureau | April 18, 2021 IST

ନୂଆଦିଲ୍ଲୀ ୧୮/୪: ଆଜି ରାତି ୧୧ଟା ୮ ମିନିଟରେ ମେଷ ରାଶିରେ ପ୍ରବେଶ କରିବ ଶୁକ୍ର  । ଜ୍ୟୋତିଷବିତ୍ଙ୍କ ମତାନୁସାରେ ଶୁକ୍ର ପ୍ରବେଶ ହେବା ସଂଗେ ସଂଗେ ବିବାହ, ଗୃହ ପ୍ରବେଶ ସହ ସମସ୍ତ ମାଙ୍ଗଳିକ କାର୍ଯ୍ୟ ଶୁଭାରମ୍ଭ ହେବ । ଶୁକ୍ର ହେଉଛି ବୃଷ ଓ ଲିବ୍ରାର ପ୍ରଭୁ । ଏହା କନ୍ୟା ରାଶିଠୁ ସାନ ଓ ମୀନ ରାଶିଠାରୁ ବଡ । ଶୁକ୍ରର ବୃଦ୍ଧି ସମସ୍ତ ରାଶି ଉପରେ ମିଶ୍ର ପ୍ରଭାବ ପକାଇବ । ଆସନ୍ତୁ ଜାଣିବା....

ମେଷ

• ଅର୍ଥ ଉପକୃତ ହେବ, ଯାହା ଆର୍ଥିକ ଦିଗକୁ ମଜବୁତ କରିବ

• ପାରିବାରିକ ଜୀବନରେ ମଧୁରତା ରହିବ

• ବିବାହ ପାଇଁ ଶୁଭଫଳ ପ୍ରାପ୍ତ ହେବ

• ଦାମ୍ପତ୍ୟ ଜୀବନ ସୁଖମୟ ହେବ

• ଶିକ୍ଷା କ୍ଷେତ୍ର ସହ ଜଡିତ ଲୋକଙ୍କ ପାଇଁ ଏହି ସମୟ ବହୁତ ଭଲ ହେବ

ବୃଷ

• ଶୁକ୍ରଙ୍କ ବୃଦ୍ଧି ବୃଷ ରାଶି ଲୋକଙ୍କ ପାଇଁ ଶୁଭ ବୋଲି କୁହାଯାଇପାରେ

• ଧର୍ମ- ନୂତନ କାର୍ଯ୍ୟରେ ଭାଗ ନେଇପାରନ୍ତି

• ନୂତନ ଘର ନିର୍ମାଣ ସହ ଯାନ କ୍ରୟର ସୁଯୋଗ ରହିଛି

• ସାମାଜିକ ପ୍ରତିଷ୍ଠା ମଧ୍ୟ ବୃଦ୍ଧି ପାଇବ

ମିଥୁନ

• ଏହି ରାଶିରେ ଅର୍ଥ ବୃଦ୍ଧି ହେବ । ତା ସହିତ ଖର୍ଚ୍ଚ ମଧ୍ୟ ଜୋରରେ ହେବାର ଅଧିକ ସମ୍ଭାବନା ରହିଛି, ତେଣୁ ବୁଦ୍ଧିମାନ ଭାବରେ ଟଙ୍କା ଖର୍ଚ୍ଚ କରନ୍ତୁ

• ଶିକ୍ଷା କ୍ଷେତ୍ର ସହିତ ଜଡିତ ଲୋକଙ୍କ ପାଇଁ ଏହି ସମୟ ବହୁତ ଭଲ

• ପ୍ରେମ ଜୀବନରେ ମଧୁରତା ଆଣିବ

କର୍କଟ

• କର୍ମ କ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ସହଯୋଗ ହେବ

• ଏହି ସମୟ ବ୍ୟବସାୟୀଙ୍କ ପାଇଁ ବହୁତ ଭଲ ହେବ

• ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅତ୍ୟନ୍ତ ଭଲ ରହିବ

ସିଂହ ରାଶି

• ସିଂହ ରାଶି ପାଇଁ ମିଶ୍ରିତ ଫଳ ପ୍ରାପ୍ତି ଲାଭ ହେବ

• ଚିନ୍ତାରୁ ମିଳିବ ମୁକ୍ତି, କିନ୍ତୁ ଧୈର୍ଯ୍ୟର ସହ ପରିସ୍ଥିତିର ସାମ୍ନା କରିବାକୁ ପଡିବ

• ଧର୍ମ କାର୍ଯ୍ୟରେ ମନ ନିବେଶ କରିବେ

• ଚାକିରୀ ଏବଂ ବ୍ୟବସାୟ ପାଇଁ ଏହି ସମୟ ଭଲ ରହିବ

• ପରିବାର ସମସ୍ତ ସଦସ୍ୟଙ୍କ ପୂର୍ଣ୍ଣ ସହଯୋଗ ରହିବ

କନ୍ୟା ରାଶି

• ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବା ଜରୁରୀ

• କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ପାଇବ

• ଦେବା ନେବାରେ ସାବଧାନତା ଅବଲମ୍ୱନ କରନ୍ତୁ

ତୁଳା ରାଶି

• ଶୁକ୍ର ଗ୍ରହର ବୃଦ୍ଧି ତୁଳା ରାଶି ପାଇଁ ଆଶିର୍ବାଦ ଠାରୁ କମ୍ ନୁହେଁ

• ବ୍ୟବସାୟୀମାନଙ୍କ ପାଇଁ ଏହା ଏକ ବହୁତ ଭଲ ସମୟ ହେବାକୁ ଯାଉଛି

• ମାନ, ସମ୍ମାନ ବଢିବାର ସମ୍ଭାବନା ଅଛି

• ବୈବାହିକ ଜୀବନ ସୁଖରେ ପରିପୂର୍ଣ୍ଣ ହେବ

ବିଛା ରାଶି

• ବିଛା ରାଶିର ଲୋକମାନେ ସୂର୍ଯ୍ୟ ଉଦୟ ହେବା ପ୍ରତି ସତର୍କ ରୁହନ୍ତୁ

• କୌଣସି କାର୍ଯ୍ୟ କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ

• ବିତର୍କରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ

• ବିବାହ କାର୍ଯ୍ୟରେ ହୋଇପାରେ ବିଳମ୍ବ

ଧନୁ ରାଶି

• ଶିକ୍ଷା କ୍ଷେତ୍ରରେ ସାମିଲ ଥିବା ଲୋକଙ୍କ ପାଇଁ ଏହା ବେଶ୍ ଲାଭବାନ

• ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ସମସ୍ୟାରୁ ମିଳିପାରେ ମୁକ୍ତି

• ନାମ, ସମ୍ମାନ ଏବଂ ପଦ ପଦବୀରେ ପ୍ରତିଷ୍ଠା ବୃଦ୍ଧି ହେବ

ମକର ରାଶି

• ମକର ରାଶିର ବ୍ୟକ୍ତିବିଶେଷ ବେଶ ସଫଳତା ପାଇବେ

• ବିବାହ କରିବାର ଶୁଭ ସମୟ ଆସିବ

• ନୂଆ ଘର କିମ୍ୱା ଯାନ କିଣାଯିବାର ସମ୍ଭାବନା ଅଛି

• ପାରିବାରିକ ଜୀବନ ସୁଖମୟ ହେବ

କୁମ୍ଭ ରାଶି

• କରିଥିବା କାମରେ ବେଶ୍ ପ୍ରଶଂସା ପାଇବେ

• ଧର୍ମ-କର୍ମ କାର୍ଯ୍ୟରେ ଭାଗନେବାର ସୁଯୋଗ ପାଇବେ

• ସାମ୍ମାଜିକ ସମ୍ମାନ ମଧ୍ୟ ବଢିବ

• ନିଜ ସ୍ୱଭାବରୁ କଠିନ ସମୟକୁ ନିୟନ୍ତ୍ରଣରେ ରଖିପାରିବେ

ମୀନ ରାଶି

• ମୀନ ରାଶିରେ ମିଶ୍ରିତ ଫଳ ପ୍ରାପ୍ତି ହେବ

• ସ୍ୱାସ୍ଥ୍ୟର ବିଶେଷ ଧ୍ୟାନ ନେବାକୁ ପଡିବ

• ପାରିବାରିକ ଜୀବନରେ ମଧୁରତା ଆସିବ

• ଧନ ଲାଭର ହେବାର ସମ୍ଭାବନା ଅଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.