କନ୍ୟା ରାଶିରେ ଶୁକ୍ର ଗ୍ରହର ହେବାକୁ ଯାଉଛି ପ୍ରବେଶ, ଏହି ତିନି ରାଶିର ବଢିପାରେ ମୁସ୍କିଲ

Published By : Prameya-News7 Bureau | October 21, 2020 IST

ଭୁବନେଶ୍ଵର  ୨୧।୧୦: କନ୍ୟା ରାଶିରେ ଶୁକ୍ରର ପ୍ରବେଶକୁ ବଡ ପରିବର୍ତ୍ତନର ସୂଚକ କୁହାଯାଏ। ଶୁକ୍ର ଏ ପର୍ଯ୍ୟନ୍ତ ସିଂହ ରାଶିରେ ଦୃଶ୍ୟମାନ ରହିଥିଲା। ମାତ୍ର ୨୦୨୦ ଅକ୍ଟୋବର ୨୩ ପୂର୍ବାହ୍ନ ୧୦ଟା ୩୪ ମିନିଟ୍‌ରେ ଶୁକ୍ର କନ୍ୟା ରାଶିରେ ପ୍ରବେଶ କରିବାକୁ ଯାଉଛି। ଅର୍ଥାତ ନବରାତ୍ର ସମୟରେ ରାଶି ପରିବର୍ତ୍ତନ ହେବାକୁ ଯାଉଛି।

କାହାର କାରକ ଶୁକ୍ର

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶୁକ୍ର ପ୍ରେମ, ପ୍ରେମୀଯୁଗଳ, ଜୀବନସାଥୀ, ଭୋଗ ବିଳାସ, ସିନେମା, ମନୋରଞ୍ଜନ ଓ ବିଲାସବ୍ୟସନ ଜୀବନଶୈଳୀର ଲୋକଙ୍କ କାରକ ହୋଇଥାଏ।

କନ୍ୟା ରାଶିରେ କେତେ ଦିନ ରହିବ

କନ୍ୟା ରାଶିରେ ୨୫ ଦିନ ପାଇଁ ଶୁକ୍ର ଦୃଶ୍ୟମାନ ହେବାକୁ ଯାଉଛି। ଅର୍ଥାତ ଶୁକ୍ର ୨୫ ଦିନ ପର୍ଯ୍ୟନ୍ତ କନ୍ୟା ରାଶିରେ ଅବସ୍ଥାନ କରିବ। ଏହା ପରେ ନଭେମ୍ବର ୧୭ ଅପରାହ୍ନ ୧୨ଟା ୫୦ ମିନିଟ୍‌ରେ କନ୍ୟା ରାଶିରୁ ବାହାରି ତୂଳା ରାଶିରେ ପ୍ରବେଶ କରିବ।

ମେଷ, ସିଂହ ଓ କନ୍ୟା ରାଶି ଉପରେ ଶୁକ୍ରର ଦୃଶ୍ୟମାନ ପ୍ରଭାବ

ଶୁକ୍ରର ଦୃଶ୍ୟମାନ ମେଷ, ସିଂହ ଓ କନ୍ୟା ରାଶି ଉପରେ ବିଶେଷ ପ୍ରଭାବ ଦେଖିବାକୁ ମିଳିବ। ଏହି ରାଶିର ଜାତକରେ ଶୁକ୍ର ଦୃଶ୍ୟମାନ ହେବାରୁ ମିଶ୍ରିତ ଫଳ ମିଳିବ। ଅର୍ଥାତ ଲାଭ ଓ କ୍ଷତି ଉଭୟ ଘଟିବ। କିଛି ମାମଲାରେ ସାବଧାନ ରହିବା ଦରକାର।

ମେଷ ରାଶି

ଶୁକ୍ରର ଏହି ଦୃଶ୍ୟମାନ ମେଷ ରାଶିର ଷଷ୍ଠ ସ୍ଥାନରେ ହେବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ରରେ ଜନ୍ମ କୁଣ୍ଡୁଳୀର ଷଷ୍ଠ ସ୍ଥାନରେ ଶତ୍ରୁ, ରୋଗ, ପୀଡା, କ୍ୟାରିୟର, ପ୍ରତିଯୋଗିତା, ରୋଗ ପ୍ରତିରୋଧକ କ୍ଷମତା, ବିବାହରେ ବିବାଦୀୟ ସ୍ଥିତି ଏବଂ ଆଇନ ବିବାଦର କାରକ କୁହାଯାଏ। ଏଥିପାଇଁ ମେଷ ରାଶି ଲୋକଙ୍କୁ ଏହି ସମୟରେ ସତର୍କ ରହିବା ଉଚିତ୍। କୌଣସି ପ୍ରକାରର ବାଦ ବିବାଦରୁ ଦୂରେଇ ରହିବା ଉଚିତ୍। ଜୀବନ ସାଥୀଙ୍କ ସହିତ ମଧୁର ସଂପର୍କ ରଖିବାକୁ ଚେଷ୍ଟା କରନ୍ତୁ। ଏହି ସମୟରେ ଭାଗିଦାରୀ ହୋଇ କାମ କରିବାଠୁ ନିବୃତ୍ତ ରୁହନ୍ତୁ। ପାର୍ଟନରଙ୍କ ସହିତ ସଂପର୍କ ସୁଧାରିବାକୁ ଚେଷ୍ଟା କରନ୍ତୁ। କୌଣସି ପ୍ରକାରର ଭୁଲ ନିଷ୍ପତ୍ତି କ୍ଷତି କରିପାରେ।

ସିଂହ ରାଶି

ସିଂହ ରାଶି ଲୋକଙ୍କ ପାଇଁ ଶୁକ୍ର ଜନ୍ମ କୁଣ୍ଡୁଳୀର ତୃତୀୟ ଓ ଦଶମ ସ୍ଥାନରେ ରହିଛି। ଏପର୍ଯ୍ୟନ୍ତ ଶୁକ୍ର ସିଂହ ରାଶିରେ ଥିଲା। ସିଂହ ରାଶିରୁ ବାହାରି କନ୍ୟା ରାଶିରେ ପ୍ରବେଶ କରୁଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସିଂହ ରାଶିର କୁଣ୍ଡଳୀରେ ଶୁକ୍ର ଦ୍ଵିତୀୟ ସ୍ଥାନରେ ଆସିଥାଏ। ଏହି ସମୟରେ ଆପଣଙ୍କୁ ଶୁଭ ଫଳ ମିଳିବ ମାତ୍ର କିଛି କଥା ଉପରେ ଧ୍ୟାନ ଦେବାକୁ ପଡିବ। ପରିବାରଠୁ ଲାଭ ମିଳିବ, ଜମି, ସଂପତ୍ତି ସମ୍ବନ୍ଧିତ କାର୍ଯ୍ୟରୁ ଧନ ଲାଭ ହେବ। କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ଘଟିବ। କିନ୍ତୁ ଉତଥାନ ଓ ପତ୍ତନ ଆସିପାରେ। ଏହି ସମୟର ଧୈର୍ଯ୍ୟର ସହ କାମ କରିବାକୁ ପଡିବ। ତରବରିଆ ଭାବେ କିଛି କରିବେ ନାହିଁ। ଘରକୁ ନୂତନ ଜିନିଷ କିଣି ନେଇ ପାରିବେ।

କନ୍ୟା ରାଶି

କନ୍ୟା ରାଶିଙ୍କ ପାଇଁ ଶୁକ୍ର ଦୃଶ୍ୟମାନ ହେବାର ବିଶେଷତ୍ଵ ରହିଛି। କାରଣ ଶୁକ୍ରର ଦୃଶ୍ୟମାନ କନ୍ୟା ରାଶିରେ ହେବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କନ୍ୟା ରାଶିର ଜନ୍ମ କୁଣ୍ଡୁଳୀରେ ଶୁକ୍ର ଦ୍ଵିତୀୟ ଓ ନବମ ସ୍ଥାନର ସ୍ଵାମୀ କୁହାଯାଏ। ଦୃଶ୍ୟମାନ ସମୟରେ ଶୁକ୍ରର ଲଗ୍ନ ପ୍ରଥମ ସ୍ଥାନକୁ ଆସିଯିବ। ଜନ୍ମ କୁଣ୍ଡଳୀର ପ୍ରଥମ ସ୍ଥାନ ବ୍ୟକ୍ତିତ୍ଵର ସ୍ଥାନ କୁହାଯାଏ। ଫଳରେ କନ୍ୟା ରାଶିର ଲୋକଙ୍କୁ ଏକ ବିଶେଷ ପ୍ରକାରର ସକରାତ୍ମକ ଶକ୍ତି ପ୍ରଦାନ କରେ। ଜୀବନରେ ଆନନ୍ଦ ଉଲ୍ଲାସ ଜାରି ରହିବ। ଜୀବନ ସାଥୀଙ୍କଠୁ ପୂର୍ଣ୍ଣ ସହଯୋଗ ମିଳିବ। ନୂତନ ଜୀବନସାଥୀଙ୍କ ସନ୍ଧାନ ଆରମ୍ଭ  ହେବ। ମାତ୍ର ଅନେକ ଥର ଏମିତି ସମୟ ଆସିବ ଆପଣଙ୍କର ଧ୍ୟାନ ଲକ୍ଷ୍ୟଚ୍ୟୁତ୍ ହେବ। ଏଥିପାଇଁ ସାବଧାନ ରହିବା ଉଚିତ୍। ପରିବାରର ସହଯୋଗ ପ୍ରାପ୍ତ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.