ହୃଦ୍‌ଘାତରେ ଭେନସ୍ ମ୍ୟୁଜିକ୍‌ର ମାଲିକ ତଥା ପ୍ରଯୋଜକ ଚମ୍ପକ ଜୈନଙ୍କ ମୃତ୍ୟୁ, ପୂରା ବଲିଉଡ୍‌ରେ ଶୋକର ଛାୟା

Published By : Prameya-News7 Bureau | November 01, 2019 IST

ମୁମ୍ବାଇ୧/୧୧: ବଲିଉଡ୍‌ର ପ୍ରସିଦ୍ଧ ପ୍ରଯୋଜକ ତଥା ଭେନସ୍ ମ୍ୟୁଜିକ୍‌ର ମାଲିକ ଚମ୍ପକ ଜୈନଙ୍କ ୫୨ ବର୍ଷ ବୟସରେ ମୃତ୍ୟୁ ହୋଇଛି। ବାଜିଗର, ଖିଲାଡ଼ି, ମେ ଖିଲାଡ଼ି ତୁ ଅନାଡ଼ି, ଏସ୍‌ ବସ୍‌ ଓ ମେ ହୁଁ ନା ଭଳି ସୁପର ହିଟ ଫିଲ୍ମ ସେ ଦର୍ଶକଙ୍କୁ ଭେଟି ଦେଇଥିଲେ। ତାଙ୍କ ପ୍ରଯୋଜନା ସଂସ୍ଥା ବହୁ ଦମଦାର ଚଳଚ୍ଚିତ୍ର ନିର୍ମାଣ କରିଛି। ତାଙ୍କ ବିୟୋଗରେ ପୂରା ବଲିଉଡ଼ ଇଣ୍ଡଷ୍ଟ୍ରିରେ ଏକ ଦୁଃଖର ଛାୟା ଖେଳି ଯାଇଛି। ଭେନସ୍‌ ରେକର୍ଡସ ଆଣ୍ଡ୍‌ ଟେପସ୍‌(Venus Records & Tapes )ର ମାଲିକ ହେଉଛନ୍ତି ଚମ୍ପକ ଜୈନ। ଜୁହୁରେ ଚାଲିଥିବା  ଏକ ମିଟିଂ ସାରି ଫେରିବା ସମୟରେ ତାଙ୍କୁ ଅଚାନକ ହୃଦଘାତ ହୋଇଥିଲା।  ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ଚମ୍ପକଙ୍କ ମୃତ୍ୟୁ ହୋଇ ଯାଇଥିଲା।

wp:core-embed/twitter {"url":"https://twitter.com/SonuSood/status/1189920843196850178","type":"rich","providerNameSlug":"twitter","className":""}
https://twitter.com/SonuSood/status/1189920843196850178
/wp:core-embed/twitter

ଚମ୍ପକଙ୍କ ମୃତ୍ୟୁରେ ବଲିଉଡ଼ର ବହୁ ବରିଷ୍ଠ କଳାକାରମା ଦୁଃଖ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଇଛନ୍ତି। ସୋନୁ ସୁଦ୍‌ ଟ୍ବଇଟ୍ କରି ଲେଖିଛନ୍ତି ଚମ୍ପକ ଜୈନଙ୍କ ଅଚାନକ ମୃତ୍ୟୁ ତାଙ୍କୁ ବହୁତ ଦୁଃଖ ପହଞ୍ଚାଇଛି।

wp:core-embed/twitter {"url":"https://twitter.com/sanjaynirupam/status/1189943164699738113","type":"rich","providerNameSlug":"twitter","className":""}
https://twitter.com/sanjaynirupam/status/1189943164699738113
/wp:core-embed/twitter

ସେହିପରି କଂଗ୍ରେସ ନେତା ସଞ୍ଜୟ ନିରୂପମ ​‌ଟ୍ବିଇଟ୍ କରିଛନ୍ତି ଚମ୍ପକ ଜୈନଙ୍କ ଅସ୍ବାଭାବିକ ମୃତ୍ୟୁ ଖବର ଶୁଣି ତାଙ୍କୁ ବହୁତ କଷ୍ଟ ଲାଗିଛି। ଏଥିସହ ତାଙ୍କ ପରିବାରଙ୍କୁ ସମବେଦନା ଜଣାଇଛନ୍ତି।

wp:core-embed/twitter {"url":"https://twitter.com/ashokepandit/status/1189918852278149121","type":"rich","providerNameSlug":"twitter","className":""}
https://twitter.com/ashokepandit/status/1189918852278149121
/wp:core-embed/twitter

ସେହିପରି ଅଶୋକ ପଣ୍ଡିତ ଟ୍ବିଇଟ୍ କରି ଲେଖିଛନ୍ତି ତାଙ୍କ ବନ୍ଧୁ ଚମ୍ପକ ଜୈନଙ୍କ ମୃତ୍ୟୁରେ ସେ ଅତ୍ୟନ୍ତ ମର୍ମାହତ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.