ବୃଷ ରାଶିରେ ଶୁକ୍ରଙ୍କ ସିଧା ଗତି : ଏହି ୬ଟି ରାଶିର ବ୍ୟକ୍ତିଙ୍କୁ ମିଳିବ ଖୁସି ଖବର

Published By : Prameya-News7 Bureau | June 25, 2020 IST

ଜୁନ୍ ୨୫ତାରିଖରେ ଶୁକ୍ର ନିଜ ରାଶି ବୃଷରେ ମାର୍ଗୀ ହେବାକୁ ଯାଉଛନ୍ତି। ଏହି ରାଶିରେ ଶୁକ୍ର ମାର୍ଚ୍ଚ ୨୮ତାରିଖରେ ଆସିଥିଲେ ଏବଂ ଗତ ମେ ୧୩ତାରିଖରୁ ସେ ଓଲଟା ଗତିରେ ଚାଲୁଛନ୍ତି। ଜ୍ୟୋତିଷଶାସ୍ତ୍ରରେ ଶୁକ୍ରର ନିଜ ରାଶିରେ ସିଧା ଚାଲିବା ଶୁଭ ଏବଂ ଫଳଦାୟକ କୁହାଯିବ। ଶୁକ୍ରଙ୍କ ଏହି ଶୁଭ ସ୍ଥିତି ଅଗଷ୍ଟ ୧ତାରିଖ ଯାଏଁ ରହିବ। ଏହି ସମୟରେ ସମସ୍ତ ରାଶି ଉପରେ କି ପ୍ରଭାବ ରହିବ ଆସନ୍ତୁ ଜାଣିବା

{"id":291231,"sizeSlug":"large"}

୧.ମେଷ ରାଶି : ଆପଣଙ୍କ ପାଇଁ ଶୁକ୍ରର ମାର୍ଗୀ ହେବା ଧନ ଏବଂ ସୁଖର ମାର୍ଗ ଖୋଲିବା ବୁଝାଇଥାଏ। ଆୟ ମାମଲାରେ ସ୍ଥିତି ଉନ୍ନତ ହେବ। ସ୍ବାସ୍ଥ୍ୟ ଏବଂ ସମ୍ପର୍କୀୟଙ୍କ ସହ ସମ୍ପର୍କ ଭଲ ରହିବ। ପାରିବାରିକ ସୁଖ ପ୍ରାପ୍ତ ହେବ। ଭୌତିକ ସୁଖ ସାଧନ ପାଇଁ ଧନ ଖର୍ଚ୍ଚ ହେବ। ରୁଚିକର ଖାଦ୍ୟପେୟର ଆନନ୍ଦ ମିଳିବ। ବ୍ୟବସାୟ ଏବଂ କାର୍ଯ୍ୟରେ ସହଯୋଗ ଏବଂ ପ୍ରୋତ୍ସାହନ ମିଳିବ। ସାମାଜିକ ସ୍ତର ଏବଂ ମିଳାମିଶା ବଢ଼ିବ,ବାଣୀରେ ଲୋକ ପ୍ରଭାବିତ ହେବେ।

{"id":291233,"sizeSlug":"large"}

୨.ବୃଷ ରାଶି : ଆପଣଙ୍କ ପ୍ରେମ ଜୀବନ ଏବଂ ବୈବାହିକ ଜୀବନରେ ସୁଖ ଏବଂ ଆନନ୍ଦର ମୁହୂର୍ତ୍ତ ବଢ଼ିବ। କିନ୍ତୁ ସ୍ବାସ୍ଥ୍ୟ ମାମଲାରେ ଆପଣଙ୍କୁ ସଜାଗ ରହିବାର ଆବଶ୍ୟକତା ରହିଛି। ଏହି ସମୟରେ ମହିଳା,ମିତ୍ର ଏବଂ ସମ୍ପର୍କୀୟଙ୍କ ସହ ଲଢ଼ିବା ଆପଣଙ୍କ ପାଇଁ କଷ୍ଟକର ହେବ। ବିରୋଧୀଙ୍କଠୁ ସତର୍କ ରହିବେ। ସୌନ୍ଦର୍ଯ୍ୟ ଏବଂ ସାଜସଜ୍ଜା ପ୍ରତି ଆକର୍ଷଣ ବଢ଼ିବ ଏବଂ ବନ୍ତ୍ର,ଆଭୂଷଣରେ ଖର୍ଚ୍ଚ ବଢ଼ିବ।

{"id":291234,"sizeSlug":"large"}

୩. ମିଥୁନ ରାଶି : ଯେଉଁ ଲୋକଙ୍କର ସୁଗାର ସମସ୍ୟା ରହିଛି,ସେମାନେ ନିଜର ଯାଞ୍ଚ କରିବେ। ଉନ୍ନତ ସ୍ବାସ୍ଥ୍ୟ ପାଇଁ ଯୋଗ କରନ୍ତୁ। ଯାତ୍ରା କରି ପାରନ୍ତି। କୌଣସି ବଡ଼ ଖର୍ଚ୍ଚ ଉଠାଇବାକୁ ପଡ଼ିପାରେ କିନ୍ତୁ ଆୟର ସ୍ଥିତି ବଜାୟ ରହିବା ଦ୍ବାରା ସ୍ଥିତି ନିୟନ୍ତ୍ରଣରେ ରହିବ। ବ୍ୟବସାୟରେ ପ୍ରଗତି ହେବ। ଛାତ୍ରଛାତ୍ରୀଙ୍କୁ ଶିକ୍ଷାରେ ପ୍ରଗତି ମିଳିବାରୁ ଖୁସି ହେବେ। ଏବେ ନିଦ ଭଲ ହେବ। ସନ୍ତାନଙ୍କ ଉପରେ ଧନ ଖର୍ଚ୍ଚ ହୋଇପାରେ। ଦାମ୍ପତ୍ୟ ଜୀବନର ସୁଖ ପ୍ରାପ୍ତି ହେବ।

{"id":291235,"sizeSlug":"large"}

୪. କର୍କଟ ରାଶି : ଶୁକ୍ର ଆପଣଙ୍କ ପାଇଁ ଭଲ ସମୟ ନେଇ ଆସିଛି। ଚାକିରୀ ଏବଂ ବ୍ୟବସାୟରେ ଲାଭ ହେବ। ବରିଷ୍ଠ ଲୋକଙ୍କ ସହ ସମ୍ପର୍କ ବଢ଼ିବ,ଅଧିକାରୀଙ୍କଠୁ ସହଯୋଗ ଏବଂ ପ୍ରୋତ୍ସାହନ ପାଇବେ। ବୈବାହିକ ଜୀବନରେ ପାରସ୍ପରିକ ତାଳମେଳ ରହିବ। ଅଟକି ରହିଥିବା କାମ ହେବ। ଆପଣଙ୍କ ଇଚ୍ଛା ପୂରଣ ହେବ। ସନ୍ତାନ ପକ୍ଷରୁ ଖୁସି ମିଳିବ।

{"id":291236,"sizeSlug":"large"}

୫. ସିଂହ ରାଶି : ଶୁକ୍ରଙ୍କ ଗୋଚର ଆପଣଙ୍କ ପାଇଁ ସୁଖକର ରହିବ। ଭଉଣୀଙ୍କଠୁ ସହଯୋଗ ଏବଂ ତାଳମେଳ ରହିବ। ଏହି ସମୟରେ ଘରେ,ପରିବାରରେ କୌଣସି ଶୁଭ ଆୟୋଜନ ସମ୍ଭବ ରହିଛି। କାର୍ଯ୍ୟକ୍ଷେତ୍ରରେ କର୍ମଚାରୀଙ୍କଠୁ ଅଶାନ୍ତି ସହିବାକୁ ପଡ଼ିପାରେ। ସଂଯମରେ ରହିବାକୁ ପଡ଼ିବ। ଭାଷା ପ୍ରତି ନିୟନ୍ତ୍ରଣ ରଖନ୍ତୁ ଏବଂ କଳି ଝଗଡ଼ାଠୁ ଦୂରରେ ରୁହନ୍ତୁ। ଘରେ କିଛି ଭୌତିକ ସୁଖ ସାଧନରେ ବୃଦ୍ଧି ହୋଇପାରେ।

{"id":291237,"sizeSlug":"large"}

୬. କନ୍ୟା : ଭାଗ୍ୟ ସହାୟକ ହେବା ଯୋଗୁଁ ଆପଣଙ୍କ ସମସ୍ତ କାମ ହେବ। ଧନ ପ୍ରାପ୍ତି ହେବ। ଅଧିକାରୀଙ୍କ ସହ ଅନୁକୂଳ ସମ୍ପର୍କ ହେବ। ବାପା ଏବଂ ବୟସ୍କ ବ୍ୟକ୍ତିଙ୍କଠାରୁ ସହଯୋଗ ପାଇବେ। ଧର୍ମ-କର୍ମ କାମରେ ଆପଣ ସହଯୋଗୀ ହେବେ। ଆପଣଙ୍କୁ ଯାତ୍ରା ମଧ୍ୟ କରିବାକୁ ପଡ଼ିପାରେ। ବ୍ୟବସାୟରେ ପରିଶ୍ରମର ପୂରା ଫଳ ମିଳିବ। ସାନ ଭାଇ-ଭଉଣୀଙ୍କ ସଫଳତାରେ ଆନନ୍ଦିତ ହେବେ।

{"id":291238,"sizeSlug":"large"}

୭. ତୁଳା : ଆପଣଙ୍କୁ ହଠାତ୍ ଧନ ଲାଭ ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ନିଜର ଯୋଗ୍ୟତା​ ପ୍ରମାଣିତ କରିବା ପାଇଁ ସୁଯୋଗ ମିଳିବ। ସମ୍ମାନ ବୃଦ୍ଧି ହେବ। ସାମାଜିକ କ୍ଷେତ୍ରରେ ଆପଣଙ୍କ ପ୍ରତିଷ୍ଠା ବଢ଼ିବ। ସ୍ବାସ୍ଥ୍ୟ ପ୍ରତି ସଜାଗ ରହିବେ,ଖାଦ୍ୟପେୟ ପ୍ରତି ଧ୍ୟାନ ରଖିବେ। ଲୋକଙ୍କ ସହ ଅଧିକ ମିଳାମିଶା କରିବେ ନାହିଁ।

{"id":291239,"sizeSlug":"large"}

୮. ବିଛା : ଆପଣଙ୍କ ବୈବାହିକ ଜୀବନ ପାଇଁ ସୁଖକର ରହିଛି। ଯେଉଁମାନଙ୍କ ଜୀବନରେ ଅଶାନ୍ତି ଲାଗି ରହିଛି ସେମାନଙ୍କ ପାଇଁ ଭଲ ରହିବ। ଖୁସି ଆରମ୍ଭ ହେବ। ବିଦେଶ ସମ୍ବନ୍ଧିତ କାର୍ଯ୍ୟରେ ପ୍ରଗତି ହେବ,ସହଯୋଗୀଙ୍କଠୁ ସହଯୋଗ ପାଇବେ। ସ୍ବାସ୍ଥ୍ୟ ସାମାନ୍ୟ ଭଲ ରହିବ। ଜୀବନସାଥୀଙ୍କ ପାଇଁ ଅଧିକ ଖର୍ଚ୍ଚ କରିବେ।

{"id":291240,"sizeSlug":"large"}

୯. ଧନୁ : ଆପଣଙ୍କୁ ସଂଯମ ରହିବାକୁ ପଡ଼ିବ। କୌଣସି ମହିଳା,ମିତ୍ର ଏବଂ ସମ୍ପର୍କୀୟଙ୍କ ସହ ମତଭେଦ ହୋଇପାରେ। ଏହି ସମୟରେ ଆପଣଙ୍କ ଅଯଥା ଖର୍ଚ୍ଚ ବଢ଼ିପାରେ। ସ୍ବାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ରଖିବେ କାରଣ ସ୍ବାସ୍ଥ୍ୟ ଖରାପ ହୋଇପାରେ। ଗୁପ୍ତ ଶତ୍ରୃ ଏବଂ ବିରୋଧୀ ଆପଣଙ୍କୁ ହଇରାଣ କରିବେ। ବିବଦଠୁ ଦୂରେଇ ରୁହନ୍ତୁ। ଥଣ୍ଡା,କାଶରୁ ବର୍ତ୍ତିବାକୁ ଉପାୟ କରନ୍ତୁ।

{"id":291241,"sizeSlug":"large"}

୧୦. ମକର : ଏହା ଆପଣଙ୍କ ପାଇଁ ସୁଖକର ରହିବ। ପ୍ରେମ ସମ୍ପର୍କରେ ପ୍ରଗାଢ଼ତା ଆସିବ। ବୈବାହିକ ଜୀବନରେ ମଧ୍ୟ ପ୍ରେମ ଏବଂ ସଦ୍ଭାବ ବଢ଼ିବ। କିଛି ଭଲ ଖବର ମିଳିପାରେ। ଛାତ୍ରଛାତ୍ରୀଙ୍କୁ ଶିକ୍ଷାରେ ପ୍ରଗତି ପାଇଁ ଖୁସି ମିଳିବ। ସନ୍ତାନ ପକ୍ଷରୁ ଭଲ ଖବର ମିଳିବ। ସନ୍ତାନ ଆଶା କରୁଥିବା ବ୍ୟକ୍ତିଙ୍କୁ ଏହି ସୁଖ ମିଳିପାରେ। ଚାକିରୀ ପରିବର୍ତ୍ତନ କରିବାକୁ ଚାହୁଁଥିଲେ ଏହା ଭଲ ସମୟ । ବେକାରଙ୍କୁ କାମ ମିଳିପାରେ।

{"id":291242,"sizeSlug":"large"}

୧୧. କୁମ୍ଭ : ଆପଣଙ୍କ ଖର୍ଚ୍ଚ ବଢ଼ିପାରେ କିନ୍ତୁ ଶୁଭ କାମରେ ଟଙ୍କା ଖର୍ଚ୍ଚ ହେବା ଯୋଗୁଁ ଚିନ୍ତିତ ହେବେ ନାହିଁ ବରଂ ଆନନ୍ଦିତ ହେବେ। ଘର ସାଜସଜ୍ଜା ଜିନିଷ କିଣି ପାରନ୍ତି। ମାଆଙ୍କ ତରଫରୁ ଲାଭ ପ୍ରାପ୍ତି ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ପ୍ରଗତି ମିଳିବ। ଅଧିକାରୀଙ୍କଠୁ ସହଯୋଗ ମିଳିବ। ଗାଡ଼ି ଏବଂ ଘର କିଣିବାକୁ ଇଚ୍ଛା ରଖିଥିବା ବ୍ୟକ୍ତିଙ୍କ ପାଇଁ ଏହା ଭଲ ସମୟ। ଯେଉଁମାନେ ନିଜ ଘର-ପରିବାରଠୁ ଦୂରରେ ଅଛନ୍ତି ସେମାନେ ପରିବାରକୁ ଭେଟି ପାରନ୍ତି।

{"id":291243,"sizeSlug":"large"}

୧୨. ମୀନ : ଆପଣ ନିଜ ସ୍ବାସ୍ଥ୍ୟ ପ୍ରତି ସଜାଗ ରହିବେ। ମାନସିକ ଚିନ୍ତା ଏବଂ ସମସ୍ୟା ବଢ଼ିପାରେ। ଯାତ୍ରା ମଧ୍ୟ କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ କିଛି ନୂଆ ନୀତି ଅବଲମ୍ବନ କରିପାରନ୍ତି ଯାହା ଲାଭଦାୟକ ସାବ୍ୟସ୍ତ ହେବ। ସହକର୍ମୀଙ୍କ ପୂର୍ଣ୍ଣ ସହଯୋଗ ମିଳିବ। ଖର୍ଚ୍ଚ ତ ବଢ଼ିବ କିନ୍ତୁ ଆୟର ସ୍ଥିତି ସାମାନ୍ୟ ହେବ। ଭାଇ -ଭଉଣୀଙ୍କଠୁ ସୁଖ ଏବଂ ଲାଭ ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.