Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରାର୍ଥୀ ତାଲିକା ଘୋଷଣା କଲେ ମମତା ବାନାର୍ଜୀ : ନନ୍ଦିଗ୍ରାମରୁ ଲଢିବେ ଦିଦି, ମୁସଲିମ ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ
  • ||
  • ଆଠଗଡ : କାଜୁ ବଗିଚାରୁ ଅଜଣା ମହିଳାଙ୍କ ମୃତଦେହ ଠାବ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭଦ୍ରକ : ସେବା ସମବାୟ ସମିତିରେ ଧାନ କିଣାକୁ ନେଇ ବ୍ୟାପକ ଜାଲିଆତି, ଡାଟା ଏଣ୍ଟ୍ରି ଅପରେଟର ଓ ସମ୍ପାଦକ ନିଲମ୍ବିତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୧ କୋଭିଡ୍ ପଜିଟିଭ୍, ୩୩୭୬୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେବଗଡ : ଅଭିଯୋଗକାରିଣୀଙ୍କୁ ଲାଞ୍ଚ ମାଗି ନିଲମ୍ବିତ ହେଲେ ଏଏସଆଇ
  • ||
  • ନୀଳଗିରି : ମହିଳା ସମିତି ସଭ୍ୟାଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ବିଜେଡି ବିଧାୟକ ପ୍ରାର୍ଥୀଙ୍କ ନାଁରେ ମାମଲା ରୁଜୁ
  • ||
  • ବିନିକା : ସହିପାରିଲେନି ବାପଘରୁ ବିଦା ହେବାର ଦୁଃଖ, କାନ୍ଦି କାନ୍ଦି ଚାଲିଗଲା ନବବଧୂଙ୍କ ଜୀବନ
  • ||
  • ଆଠଗଡ : ବାଇକ୍‌କୁ ଧକ୍କା ଦେଲା ‘ନିଶା’ : ଆରୋହୀ ମୃତ, ବସ୍ ଡ୍ରାଇଭର ଫେରାର
  • ||
  • ବଲାଙ୍ଗିର : ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ବେଡ୍‌ସିଟ୍ ଗୁଡାଇ ଛାତ ଉପରୁ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ବାରଙ୍ଗ : ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା : ସିନ୍ ରିକ୍ରିଏସନ୍ କଲା ସିବିଆଇ ଟିମ୍, ବିବନ ବଖାଣିଲା ୨୨ବର୍ଷ ତଳର ଲୋମଟାଙ୍କୁରା ଘଟଣା
  • ||

୧୩ ଡିସେମ୍ବରରୁ ରାଶି ପରିବର୍ତ୍ତନ କରୁଛନ୍ତି ଶୁକ୍ର, ଏହି ୬ଟି ରାଶିର ବ୍ୟକ୍ତିଙ୍କ ପାଇଁ ଏହା ଅତ୍ୟନ୍ତ ଶୁଭ

13/12/2019 at 8:08 AM

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୧୩ ଡିସେମ୍ବରରୁ ରାଶି ପରିବର୍ତ୍ତନ କରୁଛନ୍ତି ଶୁକ୍ର । ଏହା ୬ଟି ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବ । ଏମାନଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ବଢିବାର ସୁଯୋଗ ରହିଛି । ଏହାସହ ଏମାନଙ୍କ ଜୀବନରେ ଅଚାନକ ଅନେକ ପରିବର୍ତ୍ତନ ହେବାର ମଧ୍ୟ ଯୋଗ ରହିଛି ।

କନ୍ୟା, କର୍କଟ ରାଶି :

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଡିସେମ୍ବର ୧୩ ତାରିଖରୁ ରାଶି ପରିବର୍ତ୍ତନ କରୁଛନ୍ତି ଶୁକ୍ର । ଫଳରେ କନ୍ୟା ଏବଂ କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ଏହା ଅତ୍ୟନ୍ତ ଶୁଭ ରହିବ । ଏମାନଙ୍କ ଜୀବନରେ ଅନେକ କିଛି ପରିବର୍ତ୍ତନ ଆସିପାରେ । ଏମାନଙ୍କ ଜୀବନର ସମସ୍ତ ଚିନ୍ତା ଦୂର ହୋଇଯିବ । ଏମାନଙ୍କ ମାନସମ୍ମାନ ବୃଦ୍ଧି ହୋଇପାରେ । ପ୍ରେମରେ ଏମାନଙ୍କୁ ସଫଳତା ମିଳିପାରେ । ଏମାନଙ୍କ ଆର୍ଥିକ ଅବସ୍ଥା ସ୍ବଚ୍ଛଳ ହୋଇପାରେ । ଏମାନଙ୍କ ଜୀବନରେ ଭଲ ସମୟର ଆରମ୍ଭ ହୋଇପାରେ । ଏହି ବ୍ୟକ୍ତିମାନଙ୍କ ପାଇଁ ଭଗବାନ ଶ୍ରୀକୃଷ୍ଣଙ୍କ ଆରାଧନା କରିବା ଲାଭଦାୟକ ହେବ।

ବୃଷ, ବିଚ୍ଛା ରାଶି :

ଶୁକ୍ରଙ୍କ ରାଶି ପରିବର୍ତ୍ତନ ବୃଷ ଏବଂ ବିଚ୍ଛା ରାଶି ପାଇଁ ଅତ୍ୟନ୍ତ ଶୁଭ ରହିବ । ଏହା ଫଳରେ ଏମାନଙ୍କ ସମସ୍ତ ମନୋସ୍କାମନା ପୂରଣ ହୋଇପାରେ । ଚାକିରୀ ଅନ୍ବେଷଣ କରୁଥିବା ଲୋକଙ୍କୁ ସଫଳତା ମିଳିପାରେ । କୌଣସି ସ୍ଥାନକୁ ଯାତ୍ରା କରୁଥିଲେ ଧନ ଲାଭର ଯୋଗ ରହିଛି । ଏମାନଙ୍କ ଜୀବନର ସମସ୍ତ ଦୁଃଖ ଦୂର ହେବା ସହ ଖୁସିରେ ସମୟ ବିତାଇବେ । ଏହି ସମୟ ସମସ୍ତ କାର୍ଯ୍ୟ ପାଇଁ ଅନୁକୂଳ । ଏହି ରାଶିର ବ୍ୟକ୍ତିଙ୍କ ପରିଶ୍ରମର ଉଚିତ୍ ଫଳ ମିଳିବ । ଏମାନଙ୍କ ଜୀବନରେ ଭଗବାନ ଶ୍ରୀକୃଷ୍ଣଙ୍କ କୃପା ସର୍ବଦା ରହିବ ।

କୁମ୍ଭ, ଧନୁ ରାଶି :

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୁକ୍ରଙ୍କର ରାଶି ପରିବର୍ତ୍ତନ ହେଉଛି । ଫଳରେ କୁମ୍ଭ ଏବଂ ଧନୁ ରାଶିର ବ୍ୟକ୍ତିଙ୍କ ପାଇଁ ଏହା ଲାଭଦାୟକ ହେବ । ଏହା ଫଳରେ ଏମାନେ ଲାଭବାନ୍ ହୋଇପାରନ୍ତି । ବ୍ୟବସାୟରେ ଏମାନଙ୍କୁ ସଫଳତା ମିଳିପାରେ । ଏମାନଙ୍କର ସମସ୍ତ ମନୋସ୍କାମନା ପୂରଣ ହେବ । ଏମାନଙ୍କର ସବୁ ଖୁସି ଦ୍ବିଗୁଣିତ ହେବ । ଏହି ରାଶିର ବ୍ୟକ୍ତିମାନେ ଏକ ସଫଳ ଜୀବନ ଅତିବାହିତ କରିପାରନ୍ତି । ଏମାନେ ଭଗବାନ ଶ୍ରୀକୃଷ୍ଣଙ୍କ ଆରାଧନା କରିବା ଲାଭଦାୟକ ରହିବ ।

   Related Posts