Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଆଜି ସନ୍ଧ୍ୟାରେ ଖାଲି ଆଖିରେ ଦେଖି ହେବ ଶୁକ୍ର ଗ୍ରହ! ଆକାଶରେ ବଲବ୍ ଭଳି ବିଛୁରିତ ହେବ ଜ୍ୟୋତି

8/07/2020 at 3:33 PM

ନୂଆଦିଲ୍ଲୀ ୮।୭:  ଆଜି ଅର୍ଥାତ ଜୁଲାଇ ୮ ତାରିଖ ଶୁକ୍ରବାର ସନ୍ଧ୍ୟା ଆକାଶରେ ଶୁକ୍ରଗ୍ରହଙ୍କୁ ଖାଲି ଆଖିରେ ଦେଖିହେବ। ଏହି ସମୟରେ ଶୁକ୍ର ଗ୍ରହ ବିଦ୍ୟୁତ୍‌ ବଲବ୍ ଭଳି ଆକାଶରେ ଉଜ୍ଜ୍ୱଳ ଦେଖାଯିବେ। ଯେ କେହିବି ଖାଲିଆଖିରେ ଏହି ନୈସର୍ଗିକ ଦୃଶ୍ୟ ଦେଖି ପାରିବେ। ଗତ ଚନ୍ଦ୍ରଗ୍ରହଣ ପରଠାରୁ ଖଗୋଳିୟ ଗତିବିଦ୍ଧି ଉପରେ ମହାକାଶ ବିଜ୍ଞାନୀମାନେ ଲଗାତାର ନଜର ରଖି ରହିଛନ୍ତି। ଚନ୍ଦ୍ର ଗ୍ରହଣ ପରଦିନ ଅର୍ଥାତ ଜୁଲାଇ ୬ ତାରିଖ ଦିନ ମହାକାଶରେ ଚନ୍ଦ୍ରଙ୍କ ସମାନନ୍ତରରେ ବୃହଷ୍ପତ୍ତି ଓ ଶନି ଖୁବ୍ ପାଖାପଖି ଆସିଥିଲେ।

ସେହିପରି ଜୁଲାଇ ୧୨ ତାରିଖରେ ଚନ୍ଦ୍ର ଓ ମଙ୍ଗଳ ପରସ୍ପର ଅନେକ ନିକଟତର ହେବେ। ଜୁଲାଇ ୨୬ ତାରିଖ ପ୍ରତ୍ୟୁଷରେ ସୂର୍ଯ୍ୟୋଦୟ ପୂର୍ବରୁ ମହାକାଶରେ ବୁଧଗ୍ରହଙ୍କୁ ଖାଲି ଆଖିରେ ଦେଖଯାଇପାରିବ। ଏହି ସମୟରେ ବୁଧ ଚକ୍ରବାଳରେ ୧୭ ଡିଗ୍ରି ଉପରେ ରହିବେ। ଅନ୍ୟଦିନମାନଙ୍କରେ ସୂର୍ଯ୍ୟଙ୍କ ନିକଟତମ ଗ୍ରହ ହୋଇଥିବାରୁ ବୁଦଗ୍ରହଙ୍କୁ ଦେଖି ହୋଇ ନଥାଏ।

 ଜୁଲାଇ ୨୧ ତାରିଖରୋ ଶନିଗ୍ରହଙ୍କୁ ଆକାଶରେ ଦେଖାଯାଇପାରିବ। ସେ ଦିନ ଶନି ପୃଥିବୀର ଅତ୍ୟନ୍ତ ନିକଟର ହେବେ। ସାରା ରାତି ଶନିଙ୍କୁ ଆକାଶରେ ଦେଖାଯାଇପାରିବ, ଯେଉଁଥିରେ ତାଙ୍କର ଜ୍ୟୋତି ବିଛୁରଣ କରୁଥିବା ବଳୟ ମଧ୍ୟ ଦେଖାଯିବ।

   Related Posts