Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||
  • ଭୁବନେଶ୍ବର : ଦଳବିରୋଧୀ କାର୍ଯ୍ୟ ପାଇଁ ସୁନ୍ଦରଗଡର ୨ ବିଜେଡି ନେତା ନିଲମ୍ବିତ
  • ||
  • ପୁରୀ : ଶ୍ରୀମନ୍ଦିରରେ ବଢିଲା କଟକଣା : ସପ୍ତାହର ୨ଦିନ ଦର୍ଶନ ବନ୍ଦ, ବାହାର ଭକ୍ତଙ୍କ ପାଇଁ RTPCR ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ
  • ||

ଅଳିଆ ଗାଡିରେ ଯାଉଛି କରୋନା ରୋଗୀଙ୍କ ପାଇଁ ଭେଣ୍ଟିଲେଟର୍: କଂଗ୍ରେସର ପ୍ରଶ୍ନ-‘ସରକାର ଏମିତି କୋଭିଡ୍‌ରୁ ଜନତାଙ୍କୁ ରକ୍ଷା କରିବେ ?’

6/04/2021 at 1:03 PM

ଗାନ୍ଧିନଗର ୦୬/୦୪ : ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଜାରି ରହିଛି। ଗୁଜରାଟରେ ମଧ୍ୟ ସଂକ୍ରମଣ ବଢି ଚାଲିଛି। ଅହମଦାବାଦ, ସୁରଟ ଆଦି ସହରରେ ସଂକ୍ରମଣ ବଢ଼ିବାରେ ଲାଗିଛି। ଇତି ମଧ୍ୟରେ କଂଗ୍ରେସ ନେତା ଟ୍ୱିଟରରେ ଏକ ଫଟୋ ସେୟାର କରିଛନ୍ତି। କଂଗ୍ରେସ ନେତାଙ୍କ ଫଟୋ ଦେଖି ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ନାନା ପ୍ରଶ୍ନ ଉଠିଛି।

ଗୁଜରାଟରେ କଂଗ୍ରେସ ନେତା ଜୁବେର ପଟେଲ ଏକ ଟ୍ୱିଟରେ ଦାବି କରିଛନ୍ତି ଯେ ରୋଗୀଙ୍କ ଚିକିତ୍ସାରେ ବ୍ୟବହାର ହେଉଥିବା ଭେଣ୍ଟିଲେଟର ଅଳିଆ ଗାଡିରେ ସୁରଟ ପଠାଯାଇଛି। ଜୁବେର ପଟେଲ ଲେଖିଛନ୍ତି, #GujaratModel ସରକାର କଣ ଏହିଭଳି #COVID19 ରୁ ଜନତାଙ୍କୁ ରକ୍ଷା କରିବେ ? ଭେଣ୍ଟିଲେଟର ଭଲସାଡରୁ ସୁରଟ ଅଳିଆ ଗାଡିରେ ପଠାଯାଉଛି। ଗୁଜରାଟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଭେଣ୍ଟିଲେଟରରେ ଅଛି। ଏହି ଫଟୋ ଏହା ପ୍ରମାଣ କରୁଛି। ସରକାର ଜନତାକୁ କରୋନାରୁ ରକ୍ଷା କରିବାରେ ସକ୍ଷମ କି ? ଜମା ନୁହେଁ।

ସୂଚନାଯୋଗ୍ୟ ଯେ, ସୁରଟ ବର୍ତ୍ତମାନ ଏହି ଗମ୍ଭୀର ସଙ୍କଟ ଦେଇ ଗତି କରୁଛି। ପ୍ରତିଦିନ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଛି। ଏହାର ଏକ ବଡ କାରଣ ହେଲା ହସ୍ପିଟାଲମାନଙ୍କରେ ଭେଣ୍ଟିଲେଟର ନାହିଁ। କୌଣସି ରୋଗୀଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଲେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥାଏ। ସୁରଟ ସିମର ହସ୍ପିଟାଲରେ ଭେଣ୍ଟିଲେଟର ଅଭାବ ଯୋଗୁଁ ଅନ୍ୟ ଜାଗାରୁ ଭେଣ୍ଟିଲେଟର ଯୋଗାଡ କରିବାକୁ ପଡୁଛି।

ତେବେ ଦୁଇଟି ଅଳିଆ ଗାଡିରେ ଭେଣ୍ଟିଲେଟର ନିଆଯିବା ପରେ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗକୁ ନେଇ ଅନେକ ପ୍ରଶ୍ନ ଉଠିଛି। ଏହାର ଭିଡିଓ ଭାଇରାଲ ହେବାପରେ ଲୋକେ ପ୍ରଶ୍ନ କରିଛନ୍ତି ଯେ ସୁରଟ ନଗର ନିଗମ ଅଧିକାରୀ ଏହିଭଳି ଅଳିଆ ଗାଡିରେ ଲକ୍ଷ ଲକ୍ଷ ଟଙ୍କାର ଭେଣ୍ଟିଲେଟର ଆଣି କଣ ପ୍ରମାଣ କରିବାକୁ ଚାହୁଁଛନ୍ତି ? ଜଣେ ରୋଗୀଙ୍କ ପାଇଁ ଏହା ଲଜ୍ଜାର କଥା ଯେ ଜୀବନ ରକ୍ଷକ ଭେଣ୍ଟିଲେଟର ମେସିନ ଅଳିଆ ଟ୍ରକରେ ଅଣାଯାଇଛି। ଫଟୋ ଓ ଭିଡିଓ ଭାଇରାଲ ହେବାପରେ ଏସଏମସିର କାର୍ଯ୍ୟ ପ୍ରଣାଳୀ ବିରୋଧରେ ଲୋକେ କ୍ରୋଧ ପ୍ରକାଶ କରିଛନ୍ତି। ଅପରପକ୍ଷରେ ଯେଉଁଭଳି ଭାବେ ଅଳିଆ ଗାଡିରେ ଭର୍ତ୍ତି କରି ଭେଣ୍ଟିଲେଟର ଅଣାଯାଉଛି ମେସିନ ଖରାପ ହେବାର ଆଶଙ୍କା ମଧ୍ୟ ରହିଛି। 

ସୂଚନାଯୋଗ୍ୟ ଯେ, ସୁରଟ ଭଲସାଡ ସିଭିଲ ହସ୍ପିଟାଲରୁ ଭେଣ୍ଟିଲେଟର ମଗାଇଥିଲା। ଭେଣ୍ଟିଲେଟର ଆଣିବା ପାଇଁ SMC ଦୁଇଟି ଟେମ୍ପୋ ପଠାଇଥିଲା। ଏହି ଦୁଇଟି ଟେମ୍ପୋ ଅଳିଆ ଗାଡି ଭାବେ ବ୍ୟବହାର ହେଉଥିଲା। ତାଛଡା ମେସିନ ଗୁଡିକ ପ୍ୟାକ ନ କରି ଟେମ୍ପୋରେ ସୁରଟ ଅଣାଯାଇଥିଲା।

ମାମଲା ସାମ୍ନାକୁ ଆସିବା ପରେ ଭଲସାଡ ଜିଲ୍ଲା ଅଧିକାରୀ ମାମଲାର ଯାଞ୍ଚ ଆଦେଶ ଦେଇଛନ୍ତି। ଜିଲ୍ଲା ଅଧିକାରୀ ମାମଲାର ରିପୋର୍ଟ ମାଗିଛନ୍ତି। ସୁରଟ ସିଭିଲ ହସ୍ପିଟାଲରେ ୩୦୫ ଭେଣ୍ଟିଲେଟର ଉପଲବ୍ଧ। କିନ୍ତୁ ସୁରଟରେ କରୋନା ମାମଲା ବୃଦ୍ଧି ପାଉଥିବାରୁ ଆହୁରି ଭେଣ୍ଟିଲେଟର ମଗାଯାଇଛି।

ସୁରଟରେ ୭୮୮ ଜଣ ସଂକ୍ରମିତ ହେବାପରେ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢି ଯାଇଛି। ସୁରଟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୮ ହଜାର ୬୫୩ରେ ପହଞ୍ଚିଛି। ସୋମବାର ଦିନ ୭ଜଣଙ୍କ ମୃତ୍ୟୁ ହେବାପରେ ମୃତକଙ୍କ ସଂଖ୍ୟା ୧୨୦୩ରେ ପହଞ୍ଚିଛି।

   Related Posts