ଏପ୍ରିଲ ୧୫ ସୁଦ୍ଧା ୫ ହଜାର ଭେଣ୍ଟିଲେଟର ଯୋଗାଇବ ନୋଏଡା କମ୍ପାନୀ

Published By : Prameya-News7 Bureau | March 30, 2020 IST

ନୋଏଡା ୩୦/୦୩ : ବର୍ତ୍ତମାନ ସମଗ୍ର ଦେଶ କରୋନା ଭାଇରସ୍ ବିରୁଦ୍ଧରେ ଯୁଦ୍ଧ କରୁଛି ଏବଂ ଏଭଳି ପରିସ୍ଥିତିରେ ସବୁଠାରୁ ବିଚଳିତ ବିଷୟ ହେଉଛି ଯଦି ଭାରତରେ ସ୍ୱାସ୍ଥ୍ୟ-ସଙ୍କଟ ପରିସ୍ଥିତି ବିଗିଡିଯାଏ ତେବେ ଏହାର ମୁକାବିଲା କରିବା କଷ୍ଟସାଧ୍ୟ ହୋଇଯିବ | ତେବେ ଏଠାରେ ପ୍ରଶ୍ନ ଉଠୁଛି ଯଦି ସ୍ୱାସ୍ଥ୍ୟ ସଙ୍କଟ ଦେଖାଦିଏ ତାହେଲେ ଦେଶରେ ଆବଶ୍ୟକୀୟ ସମ୍ବଳ ଏବଂ ସୁବିଧା ଅଛି କି ଯାହାକୁ ଆମେ ସାମ୍ନା କରିବାକୁ ସମର୍ଥ ହେବୁ ? ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ନୋଏଡା ଭିତ୍ତିକ ମେଡଟେକ୍ ଷ୍ଟାର୍ଟଅପ୍ ଆଗୱା ହେଲଥ କେୟାର କମ୍ପାନୀକୁ ଏପ୍ରିଲ ୧୫ ତାରିଖ ସୁଦ୍ଧା ୫ ହଜାରରୁ ଅଧିକ ଭେଣ୍ଟିଲେଟର ଉତ୍ପାଦନ କରିବାକୁ କହିଛନ୍ତି।

{"id":246188,"width":578,"height":324,"sizeSlug":"large"}

ମେଡଟେକ୍ ଆଗୱା ହେଲଥ କେୟାର ଷ୍ଟାର୍ଟଅପ୍ ର ପ୍ରତିଷ୍ଠାତା ଦିବାକର ବୈଷ୍ଣବ କହିଛନ୍ତି ଯେ, ତାଙ୍କ ପାଖରେ ବର୍ତ୍ତମାନ ପାଖାପାଖି ୨୦ ହଜାର ଅର୍ଡର ଅଛି | କିନ୍ତୁ ଏନେଇ ସେ ସମ୍ପୂର୍ଣ୍ଣ ବିବରଣୀ ଦେଇ ପାରିବେ ନାହିଁ ବୋଲି କହିଛନ୍ତି | କାରଣ ଇନଭେଷ୍ଟ ଇଣ୍ଡିଆ ଏବଂ ନୀତି ଆୟୋଗ ତାଙ୍କ ସହିତ ସମ୍ପୂର୍ଣ୍ଣ ଭାବେ ଜଡିତ । ବର୍ତ୍ତମାନ ପରିସ୍ଥିତିରେ ବାହାର ଦେଶରୁ କଞ୍ଚାମାଲ ଆଣିବା ଅତ୍ୟନ୍ତ କଷ୍ଟକର | ସେଥିପାଇଁ ତାଙ୍କ କମ୍ପାନୀକୁ ବିଶେଷ ଅନୁମତି ଦିଆଯାଇଛି ଏବଂ କଞ୍ଚାମାଲ ଆଣିବା ପାଇଁ ସ୍ୱତନ୍ତ୍ର ବିମାନ ଯୋଗାଇ ଦିଆଯାଉଛି।

{"id":246189,"sizeSlug":"large"}

ଦିବାକର ଆହୁରି କହିଛନ୍ତି, "ମୁଁ ଶନିବାର ଏକ ଟ୍ୱିଟ କରିଥିଲି ଯେ ଯଦି ଅଧିକ ପରିମାଣରେ ଭେଣ୍ଟିଲେଟରର ଆବଶ୍ୟକତା ରହିଛି ତେବେ ମୋତେ ଯୋଗାଯୋଗ କରନ୍ତୁ। ଏହା ପରେ ମୋତେ ସରକାରଙ୍କ ଠାରୁ ଏହି ଅଫର୍ ଦିଆଯାଇଥିଲା | କାରଣ ବର୍ତ୍ତମାନ ସମଗ୍ର ଦେଶରେ କରୋନାକୁ ନେଇ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି | ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.