ନାଗା-ସାମନ୍ଥାଙ୍କ ଛାଡପତ୍ର ପରେ ପୋଷ୍ଟ କରିଥିଲେ କଙ୍ଗନା, ଏବେ ନାଁ ନନେଇ ଭେଙ୍କଟେଶ ଡଗ୍ଗୁବତୀ କଲେ ଟାର୍ଗେଟ

Published By : Prameya-News7 Bureau | October 07, 2021 IST

ନୂଆଦିଲ୍ଲୀ ୦୭/୧୦: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ପ୍ରାୟତଃ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରୁହନ୍ତି। ନିକଟରେ ନାଗା ଚୈତନ୍ୟ ଏବଂ ସାମନ୍ଥାଙ୍କ ଛାଡପତ୍ରକୁ ନେଇ କଙ୍ଗନା ବଲିଉଡ ସୁପରଷ୍ଟାର ଅମୀର ଖାନଙ୍କୁ ଟାର୍ଗେଟ କରିଥିଲେ। ଯିଏକି ନିକଟରେ ତାଙ୍କ ପତ୍ନୀ କିରଣ ରାଓଙ୍କ ସହ ଛାଡପତ୍ର ଘୋଷଣା କରିଥିଲେ। ବର୍ତ୍ତମାନ ଟଲିଉଡ ଅଭିନେତା ଭେଙ୍କଟେଶ ଡଗ୍ଗୁବତୀ କଙ୍ଗନାକୁ ଟାର୍ଗେଟ କରିଛନ୍ତି।

{"width":627,"height":385}
Chay-Sam Split: कंगना रनौत ने तलाक पर किया था पोस्ट, अब बिना नाम लिए Venkatesh Daggubati ने साधा निशाना

ସୂଚନା ଅନୁଯାୟୀ,ଭେଙ୍କଟେଶ ଡଗ୍ଗୁବତୀ ନାଗା ଚୈତନ୍ୟଙ୍କ ଚାଚା। ସେ ଆବଶ୍ୟକତା ଅନୁଯାୟୀ ନିଜର ମତ ଦିଅନ୍ତି। ନାଗା ଚୈତନ୍ୟ ଏବଂ ସାମନ୍ଥାଙ୍କ ଅଲଗା ହେବାକୁ ନେଇ ସେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। କିନ୍ତୁ କଙ୍ଗନା ରଣାୱତଙ୍କୁ ଟାର୍ଗେଟ୍‌ରେ ଆଣିଛନ୍ତି। ସେ ଇନଷ୍ଟାଗ୍ରାମ ଷ୍ଟୋରୀରେ ଦୁଇଟି କୋଟ୍ ସେୟାର କରିଛନ୍ତି। ପ୍ରଥମ କୋଟ୍‌ରେ ଲେଖିଛନ୍ତି, 'କିଛି କହିବା ପୂର୍ବରୁ ଏହାର ପରିଣାମ ବିଷୟରେ ଚିନ୍ତା କରିବା ଉଚିତ୍।' ସେହିପରି ଦ୍ୱିତୀୟଟିରେ ଲେଖିଛନ୍ତି, 'ମନ ଚିନ୍ତାଧାରାର ସଂଗ୍ରହ ଛଡା ଆଉ କିଛି ନୁହେଁ। ତୁମେ ତୁମର ପଥକୁ ସାବଧାନର ସହିତ ବାଛ।

{"width":628,"height":1091}
Chay-Sam Split: कंगना रनौत ने तलाक पर किया था पोस्ट, अब बिना नाम लिए Venkatesh Daggubati ने साधा निशाना

ଇନଷ୍ଟାଗ୍ରାମ ଷ୍ଟୋରୀରେ କଙ୍ଗନା ଲେଖିଥିଲେ, “ବଲିଉଡର ଜଣେ ଛାଡପତ୍ର ବିଶେଷଜ୍ଞଙ୍କ ଯୋଗୁଁ ଦୁହିଁଙ୍କ ଛାଡପତ୍ର ହୋଇଛି। ଯେତେବେଳେ ବି ଛାଡପତ୍ର ହୁଏ ସର୍ବଦା ପୁରୁଷର ହିଁ ଦୋଷ ହୋଇଥାଏ, ଏହା କହିବା ରକ୍ଷଣଶୀଳ କିମ୍ବା ଅତ୍ୟଧିକ ବିଚାରଶୀଳ ହୋଇପାରେ କିନ୍ତୁ ଭଗବାନ ପୁରୁଷ ଏବଂ ସ୍ତ୍ରୀଙ୍କୁ ଏହିପରି ସୃଷ୍ଟି କରିଛନ୍ତି। ଏହି ପ୍ରକାରର ଲୋକମାନଙ୍କ ପ୍ରତି ଦୟା କରିବା ବନ୍ଦ କର, ଯେଉଁମାନେ ମହିଳାମାନଙ୍କୁ ପୋଷାକ ପରି ବଦଳାନ୍ତି ଏବଂ ତାପରେ ସେମାନଙ୍କୁ ତୁମର ସର୍ବୋତ୍ତମ ବନ୍ଧୁ ବୋଲି କୁହନ୍ତି। ଶହେରୁ ଜଣେ ମହିଳା ଭୁଲ ହୋଇପାରନ୍ତି କିନ୍ତୁ ସମସ୍ତେ ନୁହଁନ୍ତି। "

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.