ଦୁନିଆର ସବୁଠାରୁ ଅଧିକ ମିସ ୱାର୍ଲଡ ମୁକୁଟ ଜିତିଥିବା ଦେଶର ମହିଳାମାନେ ବାଧ୍ୟ ହେଉଛନ୍ତି ଦେହ ବ୍ୟବସାୟ କରିବା ପାଇଁ, ଜାଣନ୍ତୁ କାହିଁକି

Published By : Prameya-News7 Bureau | February 12, 2019 IST

ଭେନେଜୁଏଲା ୧୨/୨ : ଲାଟିନ ଆମେରିକା ଦେଶ ବହୁ ସମୟ ଧରି ଆର୍ଥିକ ସଙ୍କଟ ଦେଇ ଗତି କରୁଛି | ଏଠାରେ ଦୈନନ୍ଦିନ ଜୀବନରେ ଆବଶ୍ୟକ ପଡୁଥିବା ଖାଦ୍ୟ ପାନୀୟର ମୂଲ୍ୟ ଆକାଶ ଛୁଆଁ ହୋଇଗଲାଣି | ସାମାନ୍ୟ ଜିନିଷ ପାଇଁ ମଧ୍ୟ ଏଠାରେ ହାହାକାର ଖେଳିଗଲାଣି | ଯାହାଫଳରେ ଭେନେଜୁଏଲାର ଲୋକେ ପଡୋଶୀ ଦେଶରେ ଶରଣ ନେଉଛନ୍ତି | ଏଭଳି ସ୍ଥିତିରେ ସବୁଠାରୁ ଖରାପ ଅବସ୍ଥା ମହିଳାଙ୍କର ହୋଇଯାଇଛି | ମହିଳାମାନେ ଯେଉଁ ସମସ୍ୟା ଦେଇ ଗତି କରୁଛନ୍ତି ତାର କଳ୍ପନା ମଧ୍ୟ ସେମାନେ କେବେ କରିନଥିଲେ |

{"id":84460}


ଭେନେଜୁଏଲା ସବୁଠାରୁ ଅଧିକ ମିସ ୱାର୍ଲଡ ଦେଇଥିବା ଦେଶ | କିନ୍ତୁ ଆର୍ଥିକ ସଙ୍କଟ ଯୋଗୁଁ ଏଠାରେ ମହିଳାମାନେ ଦେହ ବ୍ୟବସାୟ କରିବା ପାଇଁ ବାଧ୍ୟ ହେଇଯାଉଛନ୍ତି | ଏହି ମହିଳାମାନେ ନ୍ୟୁଜ ଏଜେନ୍ସି ସହ କଥାବାର୍ତ୍ତା କରି ନିଜ ଦୁଃଖ କାହାଣୀ ମଧ୍ୟ କହିଛନ୍ତି | ଦୁଇ ବର୍ଷ ପୂର୍ବରୁ ଜଣେ ପ୍ରଶିକ୍ଷିତ ନର୍ସ ପରିବାରର ଭରଣପୋଷଣ ପାଇଁ ଭେନେଜୁଏଲା ଛାଡି କଲମ୍ବିଆ ଚାଲିଯାଇଥିଲେ | ସେ ନିଜ ମା' ଏବଂ ୩ ସନ୍ତାନଙ୍କୁ ଭେନେଜୁଏଲାରେ ହିଁ ଛାଡି ଯାଇଥିଲେ | ସେ ଭାବିଥିଲେ ଯେ, କଲମ୍ବିଆରେ ତାଙ୍କୁ ଏକ ନର୍ସ ଚାକିରୀ ମିଳିଯିବ କିନ୍ତୁ ସେମିତି ହୋଇନଥିଲା | ନର୍ସ ତ ଦୂର କଥା ତାଙ୍କୁ ସଫେଇ କର୍ମଚାରୀ ଚାକିରୀ ମଧ୍ୟ ମିଳିନଥିଲା | ଶେଷରେ ବାଧ୍ୟ ବାଧ୍ୟକତାରେ ପଡି ଦେହ ବ୍ୟବସାୟ କରିବାକୁ ପଡିଥିଲା | ଆଜି ଜଣେ ପୁରୁଷ ସହ ତ କଲି ଆଉ ଜଣେ ପୁରୁଷ ସହ | ନିଜ ପରିବାରର ଭରଣପୋଷଣ ପାଇଁ ଶେଷରେ ସେ ଏଭଳି ଏକ ଭୟଙ୍କର ରାସ୍ତା ଆପଣେଇ ନେଇଥିଲେ | ନର୍ସ ମେରିଜା କହିଛନ୍ତି ଯେ, ଭେନେଜୁଏଲାରେ ସ୍ଥିତି ଏଭଳି ହୋଇଯାଇଥିଲା ଯେ, ଘରର ସଉଦା ପାଇଁ ଲୋକଙ୍କୁ ରାତି ସାରା ଦୋକାନ ବାହାରେ ଲାଇନ ଲଗେଇବାକୁ ପଡୁଥିଲା | ତେବେ ଯାଇଁ ସକାଳୁ ଟୋକନ ମିଳୁଥିଲା |

{"id":84462}


ଭେନେଜୁଏଲାର ଲୋକେ ବର୍ଷ ବର୍ଷ ଧରି ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ସମର୍ଥନ କରି ଆସୁଥିଲେ | ଦେଶର ସାମାଜିକ କାର୍ଯ୍ୟକ୍ରମ ପାଇଁ ସେ ତୈଳ ସମ୍ପଦ ବ୍ୟବହାର କରୁଥିଲେ | କିନ୍ତୁ ଅନ୍ତରାଷ୍ଟ୍ରୀୟ ସ୍ଥରରେ ତୈଳ ଦର ହ୍ରାସ ପାଇବା ଯୋଗୁଁ ଭେନେଜୁଏଲାର ଅର୍ଥ ବ୍ୟବସ୍ଥା ଦୋହଲି ଯାଇଥିଲା | ଦେଶର ଅର୍ଥ ବ୍ୟବସ୍ଥା ପାଇଁ ଭେନେଜୁଏଲାବାସୀ ରାଷ୍ଟ୍ରପତିଙ୍କୁ ଦୋଷ ଦେଇଛନ୍ତି |

{"id":84463}


ମେରିଜା ଏକ ନୁହନ୍ତି, ଏମିତି ଅନେକ ମହିଳା ଏବଂ ଯୁବତୀ ପରିବାରର ଭରଣପୋଷଣ ପାଇଁ ଦେହ ବ୍ୟବସାୟ କରୁଛନ୍ତି | ଏକ ରିପୋର୍ଟ ଅନୁଯାୟୀ, ୨୦୧୮ ମସିହାରେ ଭେନେଜୁଏଲାରୁ ପ୍ରାୟ ୩୦ ଲକ୍ଷ ଲୋକ ଦେଶ ଛାଡି ଅନ୍ୟ ଦେଶକୁ ଚାଲି ଯାଇଛନ୍ତି |

{"id":84464}


ମେରିଜାଙ୍କ ଭଳି ମେଲସିୟା ସପ୍ତାହେ ପୂର୍ବରୁ ନିଜ ବୃଦ୍ଧ ମତ ପିତା ଏବଂ ସନ୍ତାନଙ୍କୁ ଭେନେଜୁଏଲାରେ ଛାଡି ଏକ ସୁନ୍ଦର ଭବିଷ୍ୟତ ପାଇଁ କଲମ୍ବିଆ ଚାଲି ଯାଇଥିଲେ | ବାଧ୍ୟ ବାଧ୍ୟକତାରେ ତାଙ୍କୁ ମଧ୍ୟ ଦେହ ବ୍ୟବସାୟ କରିବାକୁ ପଡିଥିଲା | ତଥାପି ସେ ନିଜ ପରିବାର ପାଇଁ କେବଳ ଜଳଖିଆ ବ୍ୟବସ୍ଥା ହିଁ କରିପାରନ୍ତି ବୋଲି କହିଛନ୍ତି ମେଲସିୟା |

{"id":84466}

ଅଧିକାଂଶ ରାତିରେ ତାଙ୍କ ପରିବାର ସଦସ୍ୟଙ୍କୁ ଅଖିଆ ଶୋଇବାକୁ ପଡେ | ମେଲସିୟା କହିଛନ୍ତି ଯେ, ସେ ଯାହା କରୁଛନ୍ତି ତାହା ଖପର କାମ | ତଥାପି ବାଧ୍ୟ ହୋଇ କରୁଛନ୍ତି | ଏଥିପାଇଁ ସେ ଚର୍ଚ୍ଚ ଯାଇ ଯୀଶୁଙ୍କୁ କ୍ଷମା ପ୍ରାର୍ଥନା ମଧ୍ୟ କରିଥାନ୍ତି | ସେ ଏହି କାମ ଛାଡିବା ପାଇଁ ବହୁତ ଥର ଚିନ୍ତା କରିଛନ୍ତି | କିନ୍ତୁ ନିଜ ବୃଦ୍ଧ ବାପା ମା ଏବଂ ସନ୍ତାନଙ୍କ ଭବିଷ୍ୟତ ଚିନ୍ତା କରି ସେ ବାଧ୍ୟ ହୋଇ ଦେହ ବ୍ୟବସାୟରେ ଲିପ୍ତ ଅଛନ୍ତି ବୋଲି କହିଛନ୍ତି |

{"id":84465}


ଅନ୍ତରାଷ୍ଟ୍ରୀୟ ସ୍ଥରରେ ମିସ ୱାର୍ଲଡ ପ୍ରତିଯୋଗିତାରେ ସବୁଠାରୁ ଅଧିକ ମୁକୁଟ ଭାରତ ଏବଂ ଭେନେଜୁଏଲା ଜିତିଛି | ଉଭୟ ଦେଶ ୬ ଥର ଲେଖାଏଁ ମିସ ୱାର୍ଲଡ ମୁକୁଟ ଜିତିଛି | ୧୯୬୬, ୧୯୯୪, ୧୯୯୭, ୧୯୯୯, ୨୦୦୦ ଏବଂ ୨୦୧୭ ମସିହାରେ ଭାରତ ମିସ ୱାର୍ଲଡ ମୁକୁଟ ଜିତିଥିବାବେଳେ ୧୯୫୫, ୧୯୮୧, ୧୯୮୪, ୧୯୯୧, ୧୯୯୫ ଏବଂ ୨୦୧୧ ମସିହାରେ ଭେନେଜୁଏଲା ଏହି ମୁକୁଟ ଜିତିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.