ମୁମ୍ବାଇ ୦୭/୧୧ : ଗୁପଚୁପ୍ ବହୁତ ଲୋକଙ୍କ ପସନ୍ଦ। ରାସ୍ତାକଡରେ ଛିଡା ହୋଇ ଗୁପଚୁପ ଖାଇବା ଲୋକଙ୍କ ବହୁତ ପସନ୍ଦ | ମହାରାଷ୍ଟ୍ରରୁ ଏମିତି ଏକ ଖବର ଆସିଛି ଯାହା ଶୁଣିବା ପରେ ଆପଣ ରାସ୍ତାକଡରେ ଛିଡା ହୋଇ ଷ୍ଟ୍ରିଟଫୁଡ୍ ଖାଇବା ପୂର୍ବରୁ ଶହେଥର ଚିନ୍ତା କରିବେ। କୋଲ୍ହାପୁରର ଜଣେ ଗୁପଚୁପ୍ ବିକ୍ରେତା ଖଟାପାଣିରେ ଟଏଲେଟ୍ ପାଣି ମିସାଉଥିବା କ୍ୟାମେରାରେ ଧରା ପଡିଛି। ସେହି ବିକ୍ରେତାଙ୍କ ଗୁପଚୁପ ଲୋକଙ୍କ ବହୁତ ପସନ୍ଦ। ସେ ସେହି ସ୍ଥାନର ଲୋକପ୍ରିୟ ଗୁପଚୁପ ବିକ୍ରେତା। ସେ କୋଲ୍ହାପୁର ରାଙ୍କାଲା ଲେଙ୍କ ନିକଟରେ ନିଜ ଠେଲା ଲଗାନ୍ତି। ତାଙ୍କ ଠେଲା ନାଁ, 'ମୁମ୍ବାଇର ସ୍ପେଶାଲ ପାନିପୁରୀ ଵାଲା'
{"id":357646,"sizeSlug":"large"}ଉକ୍ତ ସ୍ଥାନରେ ଅନେକ ସ୍ୱାଦିଷ୍ଟ ଷ୍ଟ୍ରିଟଫୁଡ୍ ଠେଲା ଲାଗେ ଯାହା ଲୋକଙ୍କୁ ଆକୃଷ୍ଟ କରିଥାଏ। ଏଠାରେ ଷ୍ଟ୍ରିଟଫୁଡ୍ ଖାଇବାକୁ ଲୋକେ ଲାଇନ ବାନ୍ଧି ଛିଡା ହୋଇଥାନ୍ତି।
{"id":357647,"sizeSlug":"large"}କିନ୍ତୁ ଗୁପଚୁପ୍ ବିକ୍ରେତାଙ୍କ ଭିଡିଓ ଭାଇରାଲ ହେବାପରେ ଲୋକଙ୍କ ଆକ୍ରୋଶ ଦେଖିବାକୁ ମିଳିଛି। ଲୋକେ ରାଗିଯାଇ ବିକ୍ରେତାଙ୍କ ଠେଲା ଭାଙ୍ଗି ଦେଇଛନ୍ତି। ଲୋକେ ତାଙ୍କ ଠେଲାର ସବୁ ଜିନିଷ ରାସ୍ତାରେ ଫୋପାଡ଼ି ଠେଲାକୁ ବି ଭାଙ୍ଗି ଦେଇଛନ୍ତି। ବିକ୍ରେତା ଏକ କ୍ୟାନରେ ଟଏଲେଟ୍ ପାଣି ଆଣି ଖଟାପାଣିରେ ମିସାଉଥିବା ଭିଡିଓ ଭାଇରାଲ୍ ହୋଇଛି।
ଏଥିରୁ ଆମେ ଜାଣିରଖିବା ଦରକାର ଯେ ଷ୍ଟ୍ରିଟଫୁଡ୍ ଖାଇବା ପୂର୍ବରୁ ସେ କିଭଳି ସ୍ଥାନରେ ତିଆରି ହେଉଛି, କେଉଁଭଳି ସାମଗ୍ରୀରେ ତିଆରି ହେଉଛି ତାହା ଜାଣିବା ଦରକାର। ବାହାରୁ ଆଣି ଖାଉଥିବା ଖାଦ୍ୟ କେତେ ହାଇଜିନ୍ ତାହା ଜାଣିବା ଦରକାର। ବାହାରୁ ଆଣୁଥିବା ବା ଷ୍ଟ୍ରିଟଫୁଡ୍ ସ୍ୱାସ୍ଥ୍ୟ ପାଇଁ କେତେ ହିତକର ଏବଂ କେତେ ହାଇଜିନ୍ ତାହା ଜାଣିବା ସବୁଠାରୁ ଅଧିକ ଆବଶ୍ୟକ। ନଚେତ ନାନା ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ।