Wednesday, March 20, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପାକିସ୍ତାନରେ ମିଳୁଥିବା ଏହିସବୁ ମଡେଲର ଗାଡି ଏ ଯାଏଁ ଆସିନି ଭାରତ ବଜାରକୁ, ଦେଖନ୍ତୁ ଏହାର ଫଟୋ

ଭାରତୀୟ ଅଟୋ ସେକ୍ଟର ଲଗାତାର ବିକାଶ କରୁଛି। ଭାରତରେ ପ୍ରାୟତଃ ସବୁ ଗାଡି ଭାରତୀୟ ବଜାରରେ ଉପଲବ୍ଧ ଅଛି। କିନ୍ତୁ ସୁଜିକି ଏବଂ ଟୟଟାର କିଛି ସୁନ୍ଦର ଗାଡି ପାକିସ୍ତାନରେ ବେଶ ବଲ ଚାଲିଥିଲେ ବି ଭାରତରେ ଲଂଞ୍ଚ ହୋଇନାହିଁ।

ଟୋୟୋଟା ଆଭେନଜା (Toyota Avanza)

ଟୟୋଟାର ଏହି ମଡେଲ କ୍ରେଷ୍ଟା ଗାଡି ଭଳି କିନ୍ତୁ  ଟିକେ ଛୋଟ। ଭାରତରେ ଏହି ମଡେଲ ଲଂଞ୍ଚ ହୋଇନଥିବା ବେଳେ ପାକିସ୍ତାନରେ କିନ୍ତୁ ବେଶ ଭଲ ଚାଲିଛି। ଏମପିଭି ସେଗମେଣ୍ଟର ଗାଡି ଆଭେନଜାରେ, ୧.୫ ଲିଟର ପେଟ୍ରୋଲ ଇଂଞ୍ଜିନ ଲାଗିଛି ଯାହା ୧୦୩ ବିଏଚପି ପାୱର ଜେନେରେଟ କରେ।

ସୁଜୁକି ଜିମ୍ନି (Suzuki jimny)

ଭାରତରେ ଏକଦା ଲଂଚ ହୋଇଥିବା ସୁଜୁକି ଜିପ୍ସି ଜେନରେଶନ ନୂଆ ଭର୍ସନ ହେଉଛି ସୁଜୁକି ଜିମ୍ନି । ଜିମ୍ନି ଗାଡି ଭାରତରେ ଲଂଞ୍ଚ ହେବାର ଥିଲା। ତେବେ  ଜିମ୍ନିର ଏହି ନୂଆ ମଡେଲ ଏବେ ପାକିସ୍ତାନରେ ଦେଖିବାକୁ ମିଳିଛି। ଗାଡିର ପେଟ୍ରୋଲ ଇଂଞ୍ଜିନ ୧.୩ ଲିଟର ଯାହା ୮୦ ବିଏଚପି ପାୱର ଏବଂ ୧୧୦ ଏନଏମ ଟର୍କ ଜେନେରେଟ କରେ।

ହୋଣ୍ଡା ସିଭିକ (Honda civic)

2016 Honda Civic Sedan

ହୋଣ୍ଡାର ନୂଆ ମଡେଲ ସିଭିକ ଏବେ ଗ୍ଲୋବାଲ ଲଂଚ ହୋଇଛି। ଭାରତରେ ଏହି ଗାଡିର ଆଧୁନିକ ମଡେଲ ଆସନ୍ତା ବର୍ଷ ଲଂଞ୍ଚ ହେବ ଯାହା ପାକିସ୍ତାନରେ ଏବେ ଜୋରଦାର ବିକ୍ରୀ ଚାଲିଛି। ନୂଆ ମଡେଲ ସିଭିକରେ ୧.୮ ଲିଟରର ଇଂଞ୍ଜିନ ଅଛି ଯାହା ଗାଡିର ୮ମ ସଂସ୍କରଣରେ ଉପଲବ୍ଧ ଥିଲା । ସୂଚନାଯୋଗ୍ୟ ଯେ, ହୋଣ୍ଡା ସିଭିକ ଏହି ସିରିଜର ୧୦ମ ସଂସ୍କରଣ।

ହୋଣ୍ଡା ଏଚଆରଭି (Honda HR-V)

ହୋଣ୍ଡାର ଆଉ ଏକ କାର ହୋଣ୍ଡା ଏଚଆରଭି ପାକିସ୍ତାନରେ ବେଶ ଲୋକପ୍ରିୟ। ଏହି ଗାଡିର କମ୍ପ୍ୟାକ୍ଟ SUV ସବୁଠୁ ବଡ। ଭାରତରେ ଏହି ଗାଡି ଏବେ ଲଂଞ୍ଚ ହେବାର କୌଣସି ସମ୍ଭବନା ନାହିଁ ବୋଲି କୁହାଯାଇଛି। ଏହି କାର ପୁରା ବିଶ୍ୱ ବ୍ୟାପି ସଫଳତା ହାସଲ କରିଛି। ଏହାର ପେଟ୍ରୋଲ ଇଂଞ୍ଜିନ ୧.୫ ଲିଟର ଯାହାର ୧୧୮ ବିଏଚପି ପାୱର ଏବଂ ୧୪୫ ଏନଏମ ଟର୍କ ଜେନେରେଟ କରେ। 

ସୁଜୁକି ଭିଟାରା (Suzuki Vitara)

ସୁଜୁକି ଭିଟାରା ଗାଡି ପାକିସ୍ତାନରେ ଉପଲବ୍ଧ ଅଛି। କିନ୍ତୁ ଭାରତରେ ଏହାର ଛୋଟ ଭର୍ସନ ସୁଜୁକି ବ୍ରେଜା ଅଛି। ପାକିସ୍ତାନୀ ଭିଟାରାରେ ୧.୬ ଲିଟର, ୪-ସିଲିଣ୍ଡର ପେଟ୍ରୋଲ ଇଂଞ୍ଜିନ ଅଛି ଯାହା ୧୧୫ ବିଏଚପି ପାୱର ଜେନେରେଟ କରେ। 

ଟୋୟୋଟା ହିଲୁକ୍ସ (Toyota Hilux)

ପିକଅପ ଟ୍ରାକ୍ସ ଶ୍ରେଣୀ ଗାଡି ଭାରତରେ ବିଶେଷ ଆଦୃତ ନୁହେଁ। ଏହି ଶ୍ରେଣୀରେ ଇସୁଜୁ ଭି-କ୍ରସ ଏବଂ ଜେନନ୍ ଗାଡି ଭାରତରେ ଚାଲିଛି। ଆଶ୍ଚର୍ଯ୍ୟଜନକ କଥା ଏହା ଯେ ହିଲୁକ୍ସ ଏବଂ ଫରଚ୍ୟୁନର ଗୋଟେ ପ୍ଲାଟଫର୍ମରେ ନିର୍ମିତ ହୋଇ ମଧ୍ୟ ଟୋୟୋଟା ହିଲୁକ୍ସ ଏ ଯାଏଁ ଭାରତ ବଜାରରେ ଉପଲବ୍ଧ ନାହିଁ।

କିଆ ସ୍ପୋର୍ଟେଜ ( Kia Sportage)

ପ୍ରିମିୟମ କାର କିଆର ବ୍ରାଣ୍ଡ ଏବେ ପର୍ଯ୍ୟନ୍ତ ଭାରତରେ ଦେକିବାକୁ ମିଳିନି। ତେବେ ପାକିସ୍ତାନରେ କିଆ ବହୁତ ପୂର୍ବରୁ ଲଂଞ୍ଚ ହୋଇସାରିଛି। ଏହାର ପେଟ୍ରୋଲ ଇଂଞ୍ଜିନ ୨.୪ ଲିଟର ଯାହା ୧୮୨ ବିଏଚପି ପାୱର ଜେନେରେଟ କରେ। 

କିଆ ରିଓ (Kia Rio)

କିଆ ଗାଡି ଦେଖିବାକୁ ହ୍ୟୁଣ୍ଡାଇ ଏଲିଟ ଆଇ20 ଭଳି। କିଆ ରିଓରେ ବହୁ ଭଲ ଫିଚର ରହିଛି। ଏହାର ୧.୨ ଲିଟର ଓ ୧.୫ ଲିଟରର ପେଟ୍ରୋଲ ଇଂଞ୍ଜିନ ଅଛି।

ଟୋୟୋଟା ହିଏସ (Toyota Hiace)

ପାକିସ୍ତାନରେ ସବୁଠୁ ଅଧିକ ବିକ୍ରି ହେଉଥିବା ଗାଡି ଟୋୟୋଟା ହିଏସ ଭ୍ୟାନ ଭାରତକୁ ଆଜି ପର୍ଯ୍ୟନ୍ତ ଆସିନାହିଁ। ବ୍ୟବସାୟିକ ବାହନ ସେଗମେଣ୍ଟରେ ଟୋୟୋଟା ହିଏସ ଖୁବ ଲୋକପ୍ରିୟ। ଏଥିରେ ୧୩ ଜଣ ଲୋକ ଆରାମରେ ବସିପାରିବେ।

237 Views

   ସମ୍ବନ୍ଧିତ ଖବର