Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ହୃଦୟ ବିଦାରକ ଘଟଣା: ରାଜପଥରେ ଦୁଇ ଦିନ ଯାଏଁ ଶବ ଉପରେ ମାଡି ଚାଲିଥିଲା ଗାଡିମୋଟର, କପଡାରୁ ମିଳିଲା କିଛି ଖଣ୍ଡ ହାଡ

21/02/2021 at 12:24 PM

ଭୋପାଲ ୨୧/୦୨ : ମଧ୍ୟ ପ୍ରଦେଶ ରିବାରେ ଏକ ଅତ୍ୟନ୍ତ ହୃଦୟବିଦାରକ ମାମଲା ସାମ୍ନାକୁ ଆସିଛି। ମାମଲା ସାମ୍ନାକୁ ଆସିବା ପରେ ରାଜପଥରେ ହେଉଥିବା ପାଟ୍ରୋଲିଂକୁ ନେଇ ପ୍ରଶ୍ନ ଛିଡା ହୋଇଛି। ରାଜପଥରେ ଦୁଇ ଦିନ ହେଲା ଜଣେ ବୃଦ୍ଧଙ୍କ ଶବକୁ ଗାଡି ମୋଟର ଚାପି ଦେଇ ଯିବା ଆସିବା କରୁଥିଲେ। କିନ୍ତୁ କେହି ଏ ସମ୍ପର୍କରେ ଜାଣିବାକୁ ମଧ୍ୟ ପାଇନଥିଲେ। ଦୁଇ ଦିନ ପରେ ଏହି ରାଜପଥ ଦେଇ ଯାଉଥିବା ଜଣେ ବ୍ୟକ୍ତି ରାଜପଥରେ କିଛି କପଡା ପଡିଥିବା ଦେଖି ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଆସି ଦେଖିବା ପରେ ଜଣାପଡିଥିଲା ସେଠାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡିଥିଲା। ଆଉ ଏହି ମୄରାଦେହ ଉପର ଦେଇ ଯାନବାହାନ ଯିବା ଆସିବା କରୁଥିଲା।

ରାଜପଥରେ ପଡିଥିବା ଏହି ଶବର ଦୁର୍ଗତି ଦେଖି ପୋଲିସର ବି ହୋସ ଉଡିଯାଇଥିଲା। କାରଣ ରାଜପଥରେ ଉକ୍ତ ଶବର କିଛି ହାଡ ଖଣ୍ଡ ହିଁ ପଡିଥିଲା। ଶରୀରର ପୁରା ମାଂସ ଓ ଅଂଶ ରାଜପଥରେ ଏହିଭଳି ଭାବେ ଗାଡି ତଳେ ଚାପି ହୋଇଯାଇଥିଲା ଯେ କପଡା ଭିତରେ ବୃଦ୍ଧଙ୍କର ମୃତଶରୀର ନଥିଲା, ଥିଲା କେବଳ କେଇ ଖଣ୍ଡ ହାଡ। ଅନେକ ହାଡ ମଧ୍ୟ ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯାଇଥିଲା। ଯେଉଁଠାରେ ଦୁର୍ଘଟଣା ଘଟିଥିଲା ସେଠାରେ ଲାଇଟ ନଥିଲା। ସେଥିପାଇଁ ଶବ ଦେଖା ଯାଇନଥିବ ଏବଂ ଗାଡି ତା ଉପରେ ମାଡି ଯାଇଥିବା ଅନୁମାନ କରାଯାଉଛି।

ପୋଲିସ ମାମଲାର ତଦନ୍ତ କରିଥିଲା। ତଦନ୍ତରେ ଜଣାପଡିଥିଲା ଯେ ସତନା ଜିଲ୍ଲା ସୋନବର୍ଷା ଗାଁର ଏକ ପରିବାର ନିଖୋଜ ରିପୋର୍ଟ ଦେବାକୁ ଥାନାକୁ ଯାଇଥିଲେ। ଘରଲୋକ କହିଥିଲେ ୭୫ ବର୍ଷ ବୟସ୍କ ସଂପତଲାଲ ନିଜ ଝିଅକୁ ଦେଖା କରିବାକୁ ୩ ଦିନ ହେଲା ଘରୁ ବାହାରିଛନ୍ତି। କିନ୍ତୁ ନା ସେ ଝିଅ ପାଖରେ ପହଞ୍ଚିଛନ୍ତି ନା ଘରକୁ ଫେରିଛନ୍ତି। ପୋଲିସ ଘରଲୋକଙ୍କ ସେହି କପଡା ଦେଖାଇଥିଲା ଯାହା ରାଜପଥରୁ ଜବତ କରିଥିଲା। ଘରଲୋକ କପଡା ଦେଖି ଚିହ୍ନିଥିଲେ। ଏହାପରେ ଖୁଲାସା ହୋଇଥିଲା ଯେ ଗତ ଦୁଇ ଦିନ ହେଲା ସଂପତଲାଲଙ୍କ ଶବ ଉପରେ ରାଜପଥରେ ଗାଡି ମୋଟର ଯିବା ଆସିବା କରୁଥିଲା।

ପୋଲିସ ବର୍ତ୍ତମାନ ଯାଞ୍ଚ କରୁଛି ଯେ କେଉଁ ଗାଡି ପ୍ରଥମେ ସଂପତଲାଲଙ୍କୁ ଧକ୍କା ମାରିଥିଲା। ତାଙ୍କର ମୃତ୍ୟୁ କେମିତି ହେଲା। ତେବେ ଏଠାରେ ପ୍ରଶ୍ନ ଉଠିଛି ଯେ ଦୁଇ ଦିନ ହେଲା ରାଜପଥରେ ଶବ ପଡିଥିଲା କିନ୍ତୁ କେହି କେମିତି ଜାଣିପାରିଲେନି ଓ ଶବକୁ ଚାପି ଗାଡି ମୋଟର ଯିବା ଆସିବା କରୁଥିଲା।

   Related Posts