ପ୍ରକୃତିର କରାଳ ରୂପ, ଭୀଷଣ ବର୍ଷାର ତାଣ୍ଡବ: ମାଟିରେ ଦବି ଯାଇଛି ରାସ୍ତାରେ ଛିଡା ହୋଇଥିବା ଗାଡି

Published By : Prameya-News7 Bureau | August 17, 2020 IST

ଜୟପୁର ୧୭/୦୮ : ରାଜସ୍ଥାନ ରାଜଧାନୀ ଜୟପୁରରେ ଭୀଷଣ ବର୍ଷା ଯୋଗୁଁ ଅନେକ କ୍ଷୟକ୍ଷତି ଘଟିଛି | ବର୍ଷାର ଭୟାବହ ରୂପ ସାମ୍ନାକୁ ଆସିଛି | ସହରରେ ରାସ୍ତାରେ ଛିଡା ହୋଇଥିବା ଯାନବାହାନ ମାଟିରେ ଦବି ଯାଇଛି | ଅଧିକାଂଶ ଗାଡି ସମ୍ପୂର୍ଣ୍ଣ ମାଟିରେ ପୋତି ହୋଇଯାଇଛି | ସହରରେ ଲଗାଣ ବର୍ଷା ଯୋଗୁଁ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି | ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି |

{"id":315883,"sizeSlug":"large"}

ଫଟୋ ଦେଖି ଜଣାପଡୁଛି ସତେ ଯେମିତି ସହର ମଝିରେ ନଦୀ ପ୍ରବାହିତ ହେଉଛି | ମାଟିରେ ଧସି ଯାଇଥିବା ଗାଡିଗୁଡିକୁ ବାହାର କରିବା ପାଇଁ ଲୋକଙ୍କୁ ବହୁତ କଷ୍ଟ କରିବାକୁ ପଡୁଛି |

{"id":315887,"sizeSlug":"large"}

ପ୍ରବଳ ବର୍ଷା ଯୋଗୁଁ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି |

{"id":315889,"sizeSlug":"large"}

ସିଭିଲ ଡିଫେନ୍ସ ଓ ଏସଡିଆରଏଫର ୩୦ ସ୍ୱେଚ୍ଛାସେବୀ ଦଳ ମାଟିରୁ ଗାଡି ଓ ଶବ ଉଦ୍ଧାର କାମରେ ଲାଗିଛନ୍ତି |

{"id":315891,"sizeSlug":"large"}

ଜୟପୁରରେ ବର୍ଷା ଯୋଗୁଁ ପାଖାପାଖି ୮ଜଣଙ୍କ ମୃତ୍ୟୁ ହୋଇଛି |

{"id":315892,"sizeSlug":"large"}

ବର୍ଷା ଏତେ ଜୋରରେ ହୋଇଥିଲା ଯେ ଘର ବାହାରେ ଛିଡା ହୋଇଥିବା ଗାଡ଼ିଗୁଡ଼ିକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ପାରିନଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.