ଏବେ ପେଟ୍ରୋଲରୁ ନୁହେଁ , ଆଖୁ ରସରେ ଚାଲିବ ଗାଡି, ଟଙ୍କା ସଞ୍ଚୟ କରିବା ପାଇଁ ଭଲ ଉପାୟ

Published By : Prameya-News7 Bureau | July 22, 2019 IST

ନୂଆଦିଲ୍ଲୀ୨୨|୭: ଇଥେନୋଲ ଗରିବ ଚାଷିଙ୍କ ପାଇଁ ବରଦାନ ପ୍ରମାଣିତ ହେବାକୁ ଯାଉଛି। ଇଥେନୋଲର ଫାଇଦା ଜାଣିବା ପରେ ମୋଦି ସରକାର ଏହାର ଉତ୍ପାଦନ ପାଇଁ ଗୁରୁତ୍ବ ଦେବାକୁ ଯାଉଛନ୍ତି। କେନ୍ଦ୍ରୀୟ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଏବେ କିଛି ଦିନ ପୂର୍ବରୁ ଏକ ବାଇକ୍‌ ଲଂଚ କରିଛନ୍ତି ଯାହା ପେଟ୍ରୋଲରୁ ନୁହେଁ ବରଂ ଇଥେନଲରୁ ଚାଲିବ।ତେବେ ଇଥେନଲର ଫାଇଦା ଜାଣନ୍ତୁ।

wp:list
  • ଇଥେନୋଲ ପାଖାପାଖି ୫୦-୫୫ଟଙ୍କା ପ୍ରତି ଲିଟର ମିଳିବ। ଏହା ପେଟ୍ରୋଲ ତୁଳନାରେ କମ ମାଇଲେଜ ଦେବ କିନ୍ତୁ ତଥାପି ଟଙ୍କା ଭଲ ଭାବେ ସଞ୍ଚୟ କରିହେବ।
  • ଇଥେନୋଲ ଆଖୁରସରୁ ତିଆରି ହୁଏ। ତେଣୁ ଭାରତକୁ ଇଥେନୋଲ ପାଇଁ ଅନ୍ୟ ଦେଶ ଉପରେ ନିର୍ଭର କରିବାକୁ ପଡିବ ନାହିଁ।
  • ଇଥେନୋଲରୁ ଭାରତର ଚାଷୀଙ୍କୁ ସବୁଠୁ ଅଧିକ ଫାଇଦା ହେବ। କାରଣ ଏହା ଆଖୁରୁ ତିଆରି ହୋଇଥାଏ। ତେବେ ଯେଉଁ ସ୍ଥାନରେ ଆଖୁ ଚାଷ ହୁଏ ସେଠାରୁ ଏବେ ଇଥେନୋଲ ଉତ୍ପାଦନ କରାଯିବ। ଯେମିତି ପେଟ୍ରୋଲରୁ ଅଧିକ ଫାଇଦା ତେଲ କମ୍ପାନୀଙ୍କୁ ହେଉଥିଲା ଏବେ ସେହିଭଳି ଆଖୁ ପାଇଁ ଅଧିକ ଫାଇଦା ଚାଷୀମାନଙ୍କୁ ହେବ।
/wp:list {"id":136235}
wp:list
  • ଇଥେନୋଲ ବ୍ୟବହାର ହେବାରୁ ଭାରତର ଟଙ୍କା ସଞ୍ଚୟ ହେବ ଓ ଚାଷୀଙ୍କୁ ଫାଇଦା ହେବ। କିନ୍ତୁ ପେଟ୍ରୋଲରୁ ଅଧିକ ଟଙ୍କା ବଡ କମ୍ପାନୀର ଆକାଉଣ୍ଟକୁ ଯିବ।  
  • ଏହା ଦ୍ବାରା ପରିବେଶ ପ୍ରଦୂଷିତ ହେବା କମିଯିବ।   
  • ଇଥେନୋଲ ଦ୍ବାରା ଗାଡିର ଇଂଜିନ୍‌ ଶୀଘ୍ର ଗରମ ହୁଏ ନାହିଁ। କାରଣ ଇଥେନୋଲରେ ଆଲକୋହଲ ଶୀଘ୍ର ଉଡିଯାଏ।   ଫଳରେ ଇଂଜନ୍‌ ଗରମ ହୋଇନଥାଏ। ଅର୍ଥାତ ଇଥେନୋଲରୁ ଚାଲୁଥିବା ଗାଡି ପେଟ୍ରୋଲ ତୁଳନାରେ କମ ଗରମ ହୁଏ।
/wp:list

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.