ଅଗଷ୍ଟ ମାସରେ ଗାଡ଼ି ବିକ୍ରିରେ ବଡ଼ ଧରଣର ହ୍ରାସ: ୨ ଲକ୍ଷ କର୍ମଚାରୀ ହରାଇଲେଣି ଚାକିରି, ସ୍ଥିତି ଉଦବେଗଜନକ

Published By : Prameya-News7 Bureau | September 10, 2019 IST

ଭୁବନେଶ୍ବର୧୦|୯: ମାନ୍ଦାବସ୍ଥା ଯୋଗୁଁ ଦେଶରେ ଅର୍ଥନୈତିକ ଅଭିବୃଦ୍ଧି ହେଉନି । ବିଶେଷକରି ଗାଡି ବିକ୍ରିରେ ଦେଖାଦେଇଛି ଖରାପ ସମୟ । ଅଗଷ୍ଟ ମାସରେ ଗାଡି ବିକ୍ରିରେ ବଡ ଧରଣର ହ୍ରାସ ଯୋଗୁଁ ଅନେକ ଗାଡି ନିର୍ମାତା ଉତ୍ପାଦନ କମାଇଲେଣି ।  କାର ଠାରୁ ଆରମ୍ଭ କରି ବସ୍‌ ଓ ଟ୍ରକ ପର୍ଯ୍ୟନ୍ତ ସବୁ ପ୍ରକାର ଗାଡିର ବିକ୍ରି କମିଛି ।  ଏଥିସହ ଅଟୋ ସେକ୍ଟରରେ କାମ କରୁଥିବା ୨ ଲକ୍ଷ କର୍ମଚାରୀ ଚାକିରି ହରାଇଛନ୍ତି । କେବଳ ଗାଡି ବିକ୍ରି ନୁହେଁ ଅନେକ ସେକ୍ଟରରେ ମାନ୍ଦାବସ୍ଥାର ବ୍ୟାପକ ପ୍ରଭାବ ପଡିବାରୁ ଛଟେଇ ବି ଆରମ୍ଭ ହୋଇଛି । ….

{"id":155847}

ଗାଡି ବଜାରରେ ମାନ୍ଦାବସ୍ଥା । ହ୍ରାସ ପାଇଲା ଗାଡି ବିକ୍ରି । ଅଗଷ୍ଟ ମାସରେ ଗାଡ଼ି ବିକ୍ରିରେ ବଡ଼ ଧରଣର ହ୍ରାସ ଘଟିଛି। କାର୍‌ ଠାରୁ ଆରମ୍ଭ କରି ବାଇକ୍, ବସ୍ ଓ ଟ୍ରକ୍ ପର୍ଯ୍ୟନ୍ତ ସବୁ ପ୍ରକାର ଗାଡ଼ିର ବିକ୍ରି କମିଛି । ଗତ ୧୦ ମାସ ହେଲାଣି କ୍ରମାଗତ ଭାବେ ଗାଡ଼ି ବିକ୍ରି ହ୍ରାସ ପାଉଛି । ଅଗଷ୍ଟ ମାସରେ ମୋଟ ୧୮ ଲକ୍ଷ ୧ ହଜାର ୪୯୦ଟି ଗାଡ଼ି ବିକ୍ରି ହୋଇଛି । ଗତବର୍ଷ ଏହି ମାସରେ ୨୩ ଲକ୍ଷ ୮୨ ହଜାରରୁ ଅଧିକ ଗାଡ଼ି ବିକ୍ରି ହୋଇଥିଲା ।  ଅର୍ଥାତ୨୦୧୮ ଅଗଷ୍ଟ ତୁଳନାରେ ଚଳିତ ବର୍ଷ ୨୩.୫୫ ପ୍ରତିଶତ କମ୍ ଗାଡ଼ି ବିକ୍ରି ହୋଇଛି ।

{"id":155848}

୨୦୧୯ ଜୁଲାଇରେ ଗାଡ଼ି ବିକ୍ରିରେ ୧୮.୭୧ ପ୍ରତିଶତ ହ୍ରାସ ଘଟିଥିଲା। ସବୁଠୁ ଖରାପ ସ୍ଥିତିରେ କାର୍ ବଜାର ରହିଛି। କାର୍‌ ବିକ୍ରି ୩୧.୫୭ ପ୍ରତିଶତ କମିଯାଇଛି।  ଗତ ଅଗଷ୍ଟରେ ମୋଟ ଏକ ଲକ୍ଷ ୯୬ ହଜାର ୫୨୪ଟି କାର୍ ବିକ୍ରି ହୋଇଛି।  ଜୁଲାଇରେ ୨ ଲକ୍ଷରୁ ଅଧିକ କାର୍ ବିକ୍ରି ହୋଇଥିଲା। ଶେଷ ଥର ପାଇଁ ୧୯୯୭-୯୮ରେ ଗାଡ଼ି ବିକ୍ରି କ୍ଷେତ୍ରରେ ଏଭଳି ଖରାପ ସ୍ଥିତି ଦେଖିବାକୁ ମିଳିଥିଲା ।

{"id":155850}

କେବଳ କାର୍ ନୁହେଁ ଦୁଇ ଚକିଆ ବିକ୍ରିରେ ବି ୨୨.୨୪% ହ୍ରାସ ଘଟିଛି। ଗତ ଅଗଷ୍ଟ ମାସରେ ଦେଶରେ ୧୫ ଲକ୍ଷ ୧୪ ହଜାର ୧୯୬ଟି ଦୁଇ ଚକିଆ ଗାଡ଼ି ବିକ୍ରି ହୋଇଥିବା ବେଳେ ଚଳିତ ଅଗଷ୍ଟରେ ମୋଟ ୯ ଲକ୍ଷ ୩୭ ହଜାର ୩୮୬ଟି ମୋଟର ସାଇକଲ୍ ବିକ୍ରି ହୋଇଛି ।ଅର୍ଥାତ୍‌ ମୋଟରସାଇକଲ୍‌ ବିକ୍ରି ୨୨.୨୩% ହ୍ରାସ ପାଇଛି ।

{"id":155852}

ମାଲ୍‌ ପରିବହନରେ ବ୍ୟବହାର କରାଯାଉଥିବା ବାଣିଜ୍ୟିକ ଯାନ ବିକ୍ରି ୩୮.୭୧% କମିଛି ଗାଡ଼ି ବିକ୍ରି କ୍ରମାଗତ ଭାବେ ହ୍ରାସ ପାଉଥିବାରୁ ଗାଡ଼ି ଉପରୁ ଜିଏସ୍‌ଟିକୁ ୨୮%ରୁ କମାଇ ୧୮% କରିବାକୁ ଗାଡ଼ି କଂପାନିଗୁଡ଼ିକ ଦାବି କରୁଛନ୍ତି । ଆସନ୍ତା ୨୦ରେ ଗୋଆରେ ହେବାକୁ ଥିବା ଜିଏସ୍‌ଟି ପରିଷଦ ବୈଠକରେ ଏନେଇ ଆଲୋଚନା ହେବାର ସମ୍ଭାବନା ରହିଛି। ଜିଏସ୍‌ଟି କମ୍ କରିବା ଲାଗି ସବୁ ପ୍ରକାର ଉଦ୍ୟମ କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା  ସୀତାରମଣ ପ୍ରତିଶ୍ରୁତି ଦେଇଛନ୍ତି ।

{"id":155853}

ଗାଡ଼ି ବିକ୍ରି ହ୍ରାସ ପାଉଥିବାରୁ କଂପାନିଗୁଡ଼ିକ କାରଖାନାକୁ କିଛି ଦିନ ପାଇଁ ବନ୍ଦ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଚଳିତ ମାସରେ ମାରୁତି ଏହାର ଦୁଇ କାରଖାନାକୁ କିଛି ଦିନ ପାଇଁ ବନ୍ଦ କରିଥିଲା।  ଅଶୋକ ଲେଲ୍ୟାଣ୍ଡ୍ ମଧ୍ୟ ଏହାର କାରଖାନାକୁ ୧୬ ଦିନ ପାଇଁ ବନ୍ଦ କରିବ ବୋଲି କହିଛି। ଗତ ଜୁଲାଇରେ ଟିଭିଏସ୍‌, ସୁନ୍ଦରମ କ୍ଲେଟନ୍, ମାରୁତି ସୁଜୁକି, ହିରୋ ମୋଟାକର୍ପ, ଟାଟା ଓ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ନିଜ କାରଖାନାରେ କିଛି ଦିନ ପାଇଁ ତାଲା ପକାଇଥିଲେ । ଗାଡ଼ି ବିକ୍ରି ମାନ୍ଦା ରହିଥିବାରୁ କଂପାନିଗୁଡ଼ିକ ନିଜର ପୁଞ୍ଜିନିବେଶକୁ ଅଟକାଇ ଦେଇଛନ୍ତି । ସେପଟେ ଏଭଳି ସ୍ଥିତି ଯୋଗୁଁ ଅଟୋ ସେକ୍ଟରରୁ ବ୍ୟାପକ ପରିମାଣରେ ଛଟେଇ ହୋଇଛି । ୨ ଲକ୍ଷ କର୍ମଚାରୀଙ୍କୁ ଏପର୍ଯ୍ୟନ୍ଚ ଛଟେଇ କରାଗଲାଣି ।

{"id":155854}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.