Wednesday, December 11, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅଭିନବ ପ୍ରତିବାଦ : ଭିକ୍ଷା ଥାଳି ଧରି ଧାରଣାରେ ବସିଲେ ଗାଡି ମାଲିକ

ସୁବର୍ଣ୍ଣପୁର ୩।୧୨: ଭିକ୍ଷା ଥାଳି ଧରି ଧାରଣାରେ ବସିଲେ ଗାଡି ମାଲିକ । ଗତ ସାଧାରଣ ନିର୍ବାଚନରେ ବ୍ୟବହୃତ ହୋଇଥିବା ଗାଡିର ପାଉଣା ମିଳିନଥିବାରୁ ଏହିଭଳି ନିଆରେ ଢଙ୍ଗରେ ପ୍ରତିବାଦ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ଗାଡି ମାଲିକ । ଏନେଇ ଗାଡି ମାଲିକମାନେ ଜିଲ୍ଲା ପ୍ରଶାସନ ପାଖରେ ବାରମ୍ବାର ଫେରାଦ ହୋଇଥିଲେବି ଗାଡିଭଡା ମିଳିପାରିନାହିଁ ।

ଏନେଇ ଆଜି ସୁବର୍ଣ୍ଣପୁର ଜିଲ୍ଲାର କିଛି ଗାଡି ମାଲିକ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଚାଲିଥିବାବେଳେ ବ୍ଲକ ବାକି ରହିଥିବା ୧୩ ଲକ୍ଷ ଟଙ୍କାର ଗାଡିଭଡା ଗାଡି ମାଲିକମାନଙ୍କୁ ମିଳିନଥିବାରୁ ବାରମ୍ବର ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରିଆସୁଛନ୍ତି ଗାଡିମାଲିକମାନେ । ତୁରନ୍ତ ଗାଡିମାଲିଙ୍କ ପ୍ରାପ୍ୟ ପ୍ରଦାନ କରାନଗଲେ ଆଗକୁ ଜୋରଦାର ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି ।

251 Views

   ସମ୍ବନ୍ଧିତ ଖବର