Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କ ଗାଡ଼ିର ଚାଲାଣ କାଟିଲା ଦିଲ୍ଲୀ ପୋଲିସ

24/06/2021 at 11:07 PM

ନୂଆଦିଲ୍ଲୀ ୨୪/୬: ଅସୁରିକ୍ଷିତ ଭାବେ ଗାଡ଼ି ଚଳାଇବା ପାଇଁ ଦିଲ୍ଲୀ ପୋଲିସ କଂଗ୍ରେସ ସାଧରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କ କାରର ଗୁରୁବାର ଦିନ ଚାଲାଣ କାଟିଥିବା ଜଣାପଡ଼ିଛି। ଦିଲ୍ଲୀ ପୋଲିସ ଅନୁସାରେ ରବର୍ଟ ଭଦ୍ରାଙ୍କ ଗାଡ଼ିର ଏହି ଚାଲାଣ ମୋଟର ଭେଇକିଲ୍‌ ଆକ୍ଟ (ବିପଦସଙ୍କୁଳ ଡ୍ରାଇଭିଂ)ର ଧାରା ୧୮୪ ଅନୁସାରେ କରାଯାଇଛି।

ସୂଚନା ଅନୁସାରେ, ଭଦ୍ରା ତାଙ୍କ ତାଙ୍କ ସୁରକ୍ଷା କର୍ମୀଙ୍କ ସହିତ ଅଫିସ ଯାଉଥିବା ବେଳେ ହଠାତ୍ କାରର ବ୍ରେକ୍ ମାରିଥିଲେ। ପଛରେ ଆସୁଥିବା ତାଙ୍କ ସୁରକ୍ଷାକର୍ମୀଙ୍କ ଗାଡ଼ି ପଛପଟୁ ଭଦ୍ରାଙ୍କ କାରରେ ପିଟି ହୋଇଥିଲା। ଏହାପରେ ଭଦ୍ରା କାର୍ ଚାବି ନେଇ ଅଫିସ୍ ଯାଇଥିଲେ। ଏହି ଘଟଣା ପରେ ଦିଲ୍ଲୀ ପୋଲିସ ତାଙ୍କର ଚାଲାଣ କାଟିଥିଲା। ଶକ୍ତିଶାଳୀ ବ୍ୟକ୍ତିଙ୍କ କାରର ଚାଲାଣ କଟିଥିବା ବେଳେ ଏବେ ଏହା ଖବରରେ ଚର୍ଚ୍ଚା ସାଉଁଟୁଛି।

   Related Posts