ଦିଲ୍ଲୀ ଏନସିଆରରେ ବାହନଙ୍କ HSRP ହେଲା ବାଧ୍ୟତାମୂଳକ, ଜାଣନ୍ତୁ ପ୍ରଥମ ଦିନରେ କଟିଲା କେତେ ଚାଲାଣ

Published By : Prameya-News7 Bureau | October 27, 2021 IST

ନୂଆଦିଲ୍ଲୀ ୨୭।୧୦:  ହାଇସିକ୍ୟୁରିଟି ରଜିଷ୍ଟ୍ରିସେନ ପ୍ଲେଟ୍‌ (ଏଚଏସ୍ଆରପି) ନ ଲଗାଇ ରାସ୍ତାରେ ଚଳାଚଳ କରୁଥିବା ବାହନଙ୍କ ଉପରେ ପରିବହନ ବିଭାଗ ବୁଧବାର କଡ଼ା କାର୍ଯ୍ୟାନୁଷ୍ଠାନ କରିଛନ୍ତି। ଗାଜିଆବାଦ, ନୋଏଡା ଓ ଗ୍ରେଟର ନୋଏଡାରେ ବାହନ ଯାଞ୍ଚ କରାଯାଇଥିବା ବେଳେ ଚାଲାଣ ମଧ୍ୟ କଟିଛି। ୧ ଅକ୍ଟୋବରରୁ ରାଜଧାନୀ ଦିଲ୍ଲୀ ଓ ଏନସିଆରରେ ବିନା ଏଚଏସଆରପି ବାହନ ଚଳାଚଳକୁ ପରିବହନ ବିଭାଗ ନିଷିଦ୍ଧ କରିଛନ୍ତି। ଏଥିଲାଗି ଗତମାସରୁ ନୋଟିସ୍‌ ମଧ୍ୟ ଜାରି ହୋଇଥିଲା।

ଗାଜିଆବାଦରେ ଗତ ସୋମବାର ଠାରୁ ବାହନଙ୍କ ନମ୍ବର ପ୍ଲେଟ୍‌ ଯାଞ୍ଚ ଆରମ୍ଭ ହୋଇଯାଇଥିଲା। ଏବେ ପରିବହନ ବିଭାଗ ବିନା ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ର ଗାଡିକୁ କ୍ଷମା କରୁନାହାନ୍ତି। ଏଣୁ ପ୍ରଥମ ଦିନ ଯାଞ୍ଚରେ ବିଭିନ୍ନ ସ୍ଥାନରେ ଶତାଧିକ ବାହନଙ୍କ ଚାଲାଣ କଟିଯାଇଥିଲା। ଏପରି ନମ୍ବର ପ୍ଲେଟ୍‌ ନଥିବା ବାହନଙ୍କ ଉପରେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ ହୋଇଥିଲା। ଏହି ଅବସରରେ ପରିବହନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆଯାଇଥିଲା।

ଏପରି ନମ୍ବର ପ୍ଲେଟ୍‌ର ଲାଭ ସମ୍ପର୍କରେ ବାହନ ମାଲିକମାନଙ୍କୁ ଜଣାଇବା ଲାଗି ସଚେତନତା ବେଶ ସହାୟକ ହୋଇଥିଲା। ଗାଜିଆବଦର ୫୮ ପ୍ରତିଶତ ବାହନ ଏ ପର୍ଯ୍ୟନ୍ତ ଏଚଏସଆରପି କରି ନାହାନ୍ତି। ଏଣୁ ଏପରି ବାହନ ରାସ୍ତାକୁ ଉଠିବାମାତ୍ରେ ପରିବହନ ବିଭାଗଙ୍କ ନଜରରେ ପଡିବା ସହ ଚାଲାଣ କଟିବା ନିଶ୍ଚିତ ହୋଇଯାଇଛି।   

{"id":534027,"width":838,"height":629,"sizeSlug":"full","linkDestination":"none"}

  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.