Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ଶୀତଳଭଣ୍ଡାରରେ ରଖି ବି ନଷ୍ଟ ହୋଇଗଲା ଲକ୍ଷଲକ୍ଷ ଟଙ୍କାର ଆଳୁ ଓ ଗାଜର : ମୁଣ୍ଡରେ ହାତ ଦେଲେ ଚାଷୀ, ସରକାରଙ୍କଠୁ କ୍ଷତିପୂରଣ ଦାବି

4/08/2019 at 3:54 PM

ଭୁବନେଶ୍ବର ୪|୮: ଚିନ୍ତାରେ ଚାଷୀ । ଲକ୍ଷ ଲକ୍ଷ ଟଙ୍କାର କଞ୍ଚା ମାଲ ପଚି ସଢି ନଷ୍ଟ ହୋଇଗଲା । ଅମଳ ପରେ ସାଇ କୋଲ୍ଡ ଷ୍ଟୋରେଜରେ ଆଣି ରଖିଥିବା ଆଳୁ ସବୁ ପଚି ଯାଇଛି । ଯାହା କିଛି ବଳିଛି ତାହା ବଜାରରେ ବିକ୍ରି ହେଉନି । ଫଳରେ ମୁଣ୍ଡରେ ହାତଦେଇ ବସିଛନ୍ତି ଚାଷୀ । ସେପଟେ ଚାଷୀଙ୍କୁ ସରକାର କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ଷ୍ଟୋରେଜ ମାଲିକ ।

ଆଳୁ ଚାଷୀଙ୍କ ଦୁଃଖ । ଧାର କରଜ କରି ଆଳୁ ଚାଷ କରିଥିଲେ। ଅମଳ ପରେ ସାଇ କୋଲ୍ଡ ଷ୍ଟୋରେଜରେ ଆଣି ଆଳୁ ରଖିଥିଲେ । ହେଲେ ଏବେ ଦେଖିବା ବେଳକୁ ସବୁ ପଚିଯାଇଛି । ଭଲ କରି ଦେଖନ୍ତୁ ଅଖାରେ ଥିବା ଆଳୁ କିଭଳି ପଚି ସଢ଼ି ଯାଇଛି । ଏଠି ଦେଖନ୍ତୁ କେମିତି  ଅଖାରେ ଥିବା ଆଳୁ ଗଜା ହୋଇଯାଇଛି । ଏପଟେ ଗାଜର ଅବସ୍ଥା ବି ଦେଖନ୍ତୁ । ବସ୍ତାବସ୍ତା ଗାଜର ବି ପଚି ନଷ୍ଟ ହୋଇଯାଇଛି । ଏ ହେଉଛି ଭୁବନେଶ୍ବର ଉପକଣ୍ଠ ପାଇକରାପୁର ସ୍ଥିତ ‘ସାଇ କୋଲ୍ଡ ଷ୍ଟୋରେଜ’ର ଅବସ୍ଥା ।

 ଏଠାରେ ଚାଷୀ ରଖିଥିବା ୨ ହଜାର ମେଟ୍ରିକ ଟନ ଆଳୁ, ୨୦୦ ଟନ୍ ଗାଜର ଓ ବିନ ନଷ୍ଟ ହୋଇଯାଇଛି । ମୋଟ ୧୬ ଜଣ ଚାଷୀ ଏହି ଷ୍ଟୋରେଜରେ କଞ୍ଚାମାଲ ରଖିଥିଲେ । ବଜାରରେ ବିକ୍ରି ପାଇଁ ଷ୍ଟୋରେଜରୁ ମାଲ ଆଣିବା ପାଇଁ ଗଲାବେଳେ ସେଠାରେ ଏହି ଅବସ୍ଥା । ଏହାକୁ ଦେଖି ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । ପାଖାପାଖି ୭୦ ଲକ୍ଷ ଟଙ୍କାର କ୍ଷତି ହୋଇଥିବା ଚାଷୀ କହିଛନ୍ତି । ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ସହ କ୍ଷତି ପୂରଣ ଦେବାକୁ ସେମାନେ ଦାବି କରିଛନ୍ତି ।

ସେପଟେ ‘ସାଇ କୋଲ୍ଡ ଷ୍ଟୋରେଜ ’ ମାଲିକଙ୍କ ଯୁକ୍ତି ଭିନ୍ନ । ବାତ୍ୟା ଫୋନି ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା କହିଛନ୍ତି ଷ୍ଟୋରେଜ ମାଲିକ । ବାତ୍ୟା ପରେ ପାଖା ପାଖି ୧୮ ଦିନ ପର୍ଯ୍ୟନ୍ତ ଷ୍ଟୋରେଜରେ ବିଦ୍ୟୁତ ବନ୍ଦଥିଲା । କୋଲ୍ଡ ଷ୍ଟୋରେଜରେ କଞ୍ଚାମାଲ୍ ରହୁଥିବାରୁ ୨୪ ଘଣ୍ଟା ବିଦ୍ୟୁତ ଆବଶ୍ୟକ । ହେଲେ ଏତେ ଦିନ ବିଦ୍ୟୁତ କଟିଯିବାରୁ କଞ୍ଚା ମାଲ୍ ସବୁ ନଷ୍ଟ ହୋଇଗଲା । ଚାଷୀଙ୍କୁ ସରକାର କ୍ଷତି ପୂରଣ ଦିଅନ୍ତୁ ବୋଲି ଷ୍ଟୋରେଜ ମାଲିକ ମଧ୍ୟ ଦାବି କରିଛନ୍ତି ।

   Related Posts