ଏହି ଆତଙ୍କବାଦୀକୁ ଧରିବା ପାଇଁ ଏନଆଇଏ ଅଫିସର ହୋଇଥିଲେ ପରିବା ବିକାଳି : ପଢ଼ନ୍ତୁ ପୂରା ଖବର

Published By : Prameya-News7 Bureau | August 16, 2019 IST

ଭୋପାଳ ୧୬/୮: ଜାତୀୟ ସୁରକ୍ଷା ଏଜେନ୍ସି ଅର୍ଥାତ୍ ଏନଆଇଏ ଦୁଇ ଦିନ ତଳେ ମଧ୍ୟ ପ୍ରଦେଶର ଇନ୍ଦୋରରେ ଏକ ଆତଙ୍କବାଦୀକୁ ଗିରଫ କରିଛି। ଖାସ୍ କଥା ହେଉଛି ଏହା ଯେ ଏହି ଆତଙ୍କବାଦୀଙ୍କୁ ଧରିବା ପାଇଁ ଏନଆଇଏ ଅଫିସରଙ୍କୁ ପରିବା ବିକିବାକୁ ପଡ଼ିଥିଲା। ୫ବର୍ଷ ତଳେ ପଶ୍ଚିମ ବଙ୍ଗରେ ହୋଇଥିବା ବୋମା ବିସ୍ଫୋରଣର ଅଭିଯୁକ୍ତକୁଏନଆଇଏ ଇନ୍ଦୋରରୁ ଗିରଫ କରିଛି।

{"id":144874}

ପଶ୍ଚିମ ବଙ୍ଗରେ ୫ବର୍ଷ ତଳେ ବୋମା ବିସ୍ଫୋରଣ ହୋଇଥିଲା ଏବଂ ଏହାର ଅଭିଯୁକ୍ତ ଜାହିରୁଲ ଶେଖ ଫେରାର ହୋଇଯାଇଥିଲା। ଶେଖ୍ ଦେଶର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଆତଙ୍କବାଦୀ ଆକ୍ରମଣ ଘଟାଇବାର ପ୍ରସ୍ତୁତି ଚଳାଇଥିଲା,କିନ୍ତୁ ସେ ଦୀର୍ଘ ୫ବର୍ଷ ହେଲା ଫେରାର ଥିଲା। ତାକୁ ଗିରଫ କରିବାକୁ ଆପ୍ରାଣ ଉଦ୍ୟମ କରୁଥିଲା ଏନଆଇଏ।

{"id":144875}

ତାକୁ ଧରିବା ପାଇଁ ଏନଆଇଏ ନିଜର ଜାଲ ବିଛାଇଥିଲା । ସୂଚନା ମିଳିଥିଲା ଯେ ଶେଖ୍ ଇନ୍ଦୋରରେ ଅଛି ।ଏନଆଇଏର କେତେକ ଅଫିସର ଆତଙ୍କବାଦୀଙ୍କୁ ଧରିବା ପାଇଁ କୋହିନୁର କଲୋନୀ ଅଞ୍ଚଳରେ ଠେଲାରେ ପରିବା ବିକିଥିଲେ। ଯାହା ଫଳରେ ଆତଙ୍କବାଦୀଙ୍କ ବିଷୟରେ ସଠିକ୍ ସୂଚନା ମିଳିପାରିବ ଏବଂ ସେମାନଙ୍କୁ କେହି ସନ୍ଦେହ ବି କରିବେନାହିଁ। ଶେଖ ସେହି ଅଞ୍ଚଳରେ ରହୁଥିଲା ଏବଂ ପେଣ୍ଟର କାମ କରୁଥିଲା।

{"id":144876}

ଜାହିରୁଲ ଶେଖ୍ ପଶ୍ଚିମ ବଙ୍ଗର ବର୍ଦ୍ଧମାନରେ ୨୦୧୪ମସିହାରେ ହୋଇଥିବା ବୋମା ବିସ୍ଫୋରଣର ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଥିଲା। ସେ ଇନ୍ଦୋରର ଆଜାଦ ନଗର ଥାନା ଅଞ୍ଚଳର କୋହିନୂର କଲୋନୀରେ ରହୁଥିବାର ଏନଆଇଏଙ୍କୁ ଖବର ମିଳିଥିଲା। ଯେତେବେଳେ ଶେଖ ​‌ସେଠାରେ ରହିବାର ସ୍ପଷ୍ଟ ହୋଇଥିଲା ସେତେବେଳେ ଏନଆଇଏ ଅଫିସରମାନେ ପୋଲିସଙ୍କ ସାହାଯ୍ୟ ନେଇଥିଲେ।

ଶେଖ୍ ଇନ୍ଦୋରରେ ରହୁଥିବା ଖବର ମଧ୍ୟପ୍ରଦେଶର ଉଚ୍ଚ ପଦସ୍ଥ ପୋଲିସ୍ ଅଫିସରଙ୍କୁ ମଧ୍ୟ ଜଣାନଥିଲା। ଗିରଫ ହୋଇଥିବା ଜାହିରୁଲ ଶେଖ ଓରଫ ଜାକିର ପ୍ରଥମେ ପଶ୍ଚିମ ବଙ୍ଗର ନାଦିୟାରେ ରହୁଥିଲା। ସେ ଜମାତ-ଉଲ-ମୁଜାହିଦ ମୋଡ୍ୟୁଲର ସକ୍ରିୟ ସଦସ୍ୟ ଥିଲା। ଖେଖ୍ ଆତଙ୍କବାଦୀଙ୍କୁ ବିସ୍ଫୋରକ ଏବଂ ଅସ୍ତ୍ରଶସ୍ତ୍ରର ପ୍ରଶିକ୍ଷଣ ଦେବାରେ ନିପୁଣ ଥିଲା। ସେ ବୋମା ପ୍ରସ୍ତୁତ କରିବାର ପ୍ରଶିକ୍ଷଣ ନେଇ ସାରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.